ବିବାହ ବନ୍ଧନରେ ଆବଦ୍ଧ ହେଲେ ନବୀନ ପଟ୍ଟନାୟକଙ୍କ ପୁତୁରା: ଜାଣନ୍ତୁ କେଉଁଠି ହେଲା ବିବାହ

ଭୁବନେଶ୍ୱର,୧୮।୬: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ନେଦରଲାଣ୍ଡରେ ନାଡିଆ ନାମକ ଯୁବତୀଙ୍କୁ ବିବାହ କରିଛନ୍ତି। ଏନେଇ ତାଙ୍କ ଭଉଣୀ ଗାୟତ୍ରୀ ପଟ୍ଟନାୟକ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସେ ବିବାହର ଫଟୋ ଶେୟାର କରିଛନ୍ତି। ଫଟୋରେ ଅରୁଣ ବିଦେଶୀ କନ୍ୟାଙ୍କ ସହ ନଜର ଆସିଛନ୍ତି। ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ହେଉଛନ୍ତି ଅରୁଣ। ଏହି ବିବାହରେ ପ୍ରେମ ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, […] The post ବିବାହ ବନ୍ଧନରେ ଆବଦ୍ଧ ହେଲେ ନବୀନ ପଟ୍ଟନାୟକଙ୍କ ପୁତୁରା: ଜାଣନ୍ତୁ କେଉଁଠି ହେଲା ବିବାହ appeared first on Dharitri Odia News.

ବିବାହ ବନ୍ଧନରେ ଆବଦ୍ଧ ହେଲେ ନବୀନ ପଟ୍ଟନାୟକଙ୍କ ପୁତୁରା: ଜାଣନ୍ତୁ କେଉଁଠି ହେଲା ବିବାହ

ଭୁବନେଶ୍ୱର,୧୮।୬: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ନେଦରଲାଣ୍ଡରେ ନାଡିଆ ନାମକ ଯୁବତୀଙ୍କୁ ବିବାହ କରିଛନ୍ତି। ଏନେଇ ତାଙ୍କ ଭଉଣୀ ଗାୟତ୍ରୀ ପଟ୍ଟନାୟକ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସେ ବିବାହର ଫଟୋ ଶେୟାର କରିଛନ୍ତି। ଫଟୋରେ ଅରୁଣ ବିଦେଶୀ କନ୍ୟାଙ୍କ ସହ ନଜର ଆସିଛନ୍ତି। ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ହେଉଛନ୍ତି ଅରୁଣ। ଏହି ବିବାହରେ ପ୍ରେମ ମଧ୍ୟ ଉପସ୍ଥିତ ଥିଲେ।


ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା ନିର୍ବାଚନ ଫଳାଫଳ ଆସିବା ପରେ ଅରୁଣ ଓଡ଼ିଶା ଆସିଥିବା ଚର୍ଚ୍ଚା ହେଉଥିଲା। କେବଳ ଏତିକି ନୁହେଁ, ସେ ଆଗାମୀ ଦିନରେ ଓଡ଼ିଶାରେ ବିଜେଡିର ମଙ୍ଗ ଧରିବେ ବୋଲି ଆଲୋଚନା ଚାଲିଥିଲା। କିନ୍ତୁ ଏନେଇ ନବୀନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ। ପୂର୍ବରୁ ମଧ୍ୟ ସେ ଅନେକଥର ପରିବାର ରାଜନୀତିକୁ ଖଣ୍ଡନ କରିଛନ୍ତି।

The post ବିବାହ ବନ୍ଧନରେ ଆବଦ୍ଧ ହେଲେ ନବୀନ ପଟ୍ଟନାୟକଙ୍କ ପୁତୁରା: ଜାଣନ୍ତୁ କେଉଁଠି ହେଲା ବିବାହ appeared first on Dharitri Odia News.