ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ଷ୍ଟାର କ୍ରିକେଟର, ଜିତାଇଥିଲେ ୨୦୨୪ IPL

ନୂଆଦିଲ୍ଲୀ,୨।୬: କୋଲକତା ନାଇଟ୍‌ ରାଇଡର୍ସ ୨୦୨୪ ଆଇପିଏଲ୍‌ ଜିତିବା ପରେ ଏବେ ଏହି ଟିମ୍‌ର ଜଣେ କ୍ରିକେଟରଙ୍କୁ ନେଇ ଚର୍ଚ୍ଚା ଜୋର। ଷ୍ଟାର କ୍ରିକେଟର ଭେଙ୍କଟେଶ ଆୟାରଙ୍କ ଫଟେ ଏବେ ଖୁବ୍‌ଜୋରରେ ଭାଇରାଲ୍‌ ହେବାରେ ଲାଗିଛି। କାରଣ କେକେଆରର ଏହି ଅଲରାଉଣ୍ଡର ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଭେଙ୍କଟେଶଙ୍କ ସହିତ ତାଙ୍କ ନବବିବାହିତ ପତ୍ନୀ ଶ୍ରୁତି ବିବାହ ପୋଷାକ ପରିଧାନ ସହ ନଜର ଆସୁଛନ୍ତି। ପାଖରେ ପରିବାର ବର୍ଗ […] The post ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ଷ୍ଟାର କ୍ରିକେଟର, ଜିତାଇଥିଲେ ୨୦୨୪ IPL appeared first on Dharitri Odia News.

ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ଷ୍ଟାର କ୍ରିକେଟର, ଜିତାଇଥିଲେ ୨୦୨୪ IPL

ନୂଆଦିଲ୍ଲୀ,୨।୬: କୋଲକତା ନାଇଟ୍‌ ରାଇଡର୍ସ ୨୦୨୪ ଆଇପିଏଲ୍‌ ଜିତିବା ପରେ ଏବେ ଏହି ଟିମ୍‌ର ଜଣେ କ୍ରିକେଟରଙ୍କୁ ନେଇ ଚର୍ଚ୍ଚା ଜୋର। ଷ୍ଟାର କ୍ରିକେଟର ଭେଙ୍କଟେଶ ଆୟାରଙ୍କ ଫଟେ ଏବେ ଖୁବ୍‌ଜୋରରେ ଭାଇରାଲ୍‌ ହେବାରେ ଲାଗିଛି। କାରଣ କେକେଆରର ଏହି ଅଲରାଉଣ୍ଡର ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଭେଙ୍କଟେଶଙ୍କ ସହିତ ତାଙ୍କ ନବବିବାହିତ ପତ୍ନୀ ଶ୍ରୁତି ବିବାହ ପୋଷାକ ପରିଧାନ ସହ ନଜର ଆସୁଛନ୍ତି। ପାଖରେ ପରିବାର ବର୍ଗ ଛିଡ଼ା ହୋଇଛନ୍ତି।
ତେବେ ୨୦୨୪ ଆଇପିଏଲ୍‌ ଭେଙ୍କଟେଶଙ୍କ ପାଇଁ ଶାନ୍‌ଦାର ରହିଥିଲା। ଏହି ସିଜିନ୍‌ରେ ସେ ୪ ଥର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାଛଡ଼ା ସେ ଫାଇନାଲ୍‌ ମ୍ୟାଚ୍‌ରେ ସନ୍‌ରାଇଜର୍ସ ବିପକ୍ଷରେ ଭଲ ପ୍ରଦର୍ଶନ କରି ଦଳକୁ ଜିତାଇଥିଲେ। ଭେଙ୍କଟେଶ ତାଙ୍କ କ୍ୟାରିୟରରେ ୨ଟି ୱାନ୍‌ଡେ ମ୍ୟାଚ୍‌ ଏବଂ ୯ଟି ଟି-୨୦ ମ୍ୟାଚ୍‌ରେ ଭାରତର ପ୍ରତିନିଧିତ଼୍ବ କରିଛନ୍ତି।

The post ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ଷ୍ଟାର କ୍ରିକେଟର, ଜିତାଇଥିଲେ ୨୦୨୪ IPL appeared first on Dharitri Odia News.