ବିବାହ ବାର୍ଷିକୀରେ ଭିନ୍ନ ଅନ୍ଦାଜରେ ନଜର ଆସିଲେ ଧୋନି

ନୂଆଦିୀ,୪।୭: ଦେଶକୁ ପ୍ରଥମ ଟି -୨୦ ବିଶ୍ୱକପ ଦେଇଥିବା କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ସବୁବେଳେ ଖବରରେ ରହିଥାନ୍ତି। ସେ ଖେଳନ୍ତୁ ଅବା ନ ଖେଳନ୍ତୁ, କିଛି ନା କିଛି କାରଣକୁ ନେଇ ସେ ଚର୍ଚ୍ଚାକୁ ଆସିଥାଆନ୍ତି। ଏବେ ସେ ଚର୍ଚ୍ଚାରେ, ଏହାର କାରଣ ହେଉଛି ତାଙ୍କ ସହ ସ୍ତ୍ରୀ ସାକ୍ଷିଙ୍କର ଏକ ନୂଆ ଭିଡିଓ। ଧୋନି ଏବଂ ସାକ୍ଷିଙ୍କ ବିବାହ ବାର୍ଷିକୀ ୪ ଜୁଲାଇରେ ହୋଇଥିଲା। ଏହି ଅବସରରେ ଦୁହେଁ କେକ କାଟିଥିଲେ। ଉଭୟଙ୍କ ଏହି […] The post ବିବାହ ବାର୍ଷିକୀରେ ଭିନ୍ନ ଅନ୍ଦାଜରେ ନଜର ଆସିଲେ ଧୋନି appeared first on Dharitri Odia News.

ବିବାହ ବାର୍ଷିକୀରେ ଭିନ୍ନ ଅନ୍ଦାଜରେ ନଜର ଆସିଲେ ଧୋନି

ନୂଆଦିୀ,୪।୭: ଦେଶକୁ ପ୍ରଥମ ଟି -୨୦ ବିଶ୍ୱକପ ଦେଇଥିବା କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ସବୁବେଳେ ଖବରରେ ରହିଥାନ୍ତି। ସେ ଖେଳନ୍ତୁ ଅବା ନ ଖେଳନ୍ତୁ, କିଛି ନା କିଛି କାରଣକୁ ନେଇ ସେ ଚର୍ଚ୍ଚାକୁ ଆସିଥାଆନ୍ତି। ଏବେ ସେ ଚର୍ଚ୍ଚାରେ, ଏହାର କାରଣ ହେଉଛି ତାଙ୍କ ସହ ସ୍ତ୍ରୀ ସାକ୍ଷିଙ୍କର ଏକ ନୂଆ ଭିଡିଓ।
ଧୋନି ଏବଂ ସାକ୍ଷିଙ୍କ ବିବାହ ବାର୍ଷିକୀ ୪ ଜୁଲାଇରେ ହୋଇଥିଲା। ଏହି ଅବସରରେ ଦୁହେଁ କେକ କାଟିଥିଲେ। ଉଭୟଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରା ହେଉଛି।
ଦୁହେଁ ନିଜ ଘରେ ଏହି କେକ କାଟି ଅତି ସରଳ ଢଙ୍ଗରେ ବିବାହ ବାର୍ଷିକୀ ପାଳନ କରିଥିଲେ। ଧୋନି ତାଙ୍କର ସରଳତା ପାଇଁ ଜଣାଶୁଣା ଏବଂ ଏହି ଭିଡିଓରେ ଏହା ସ୍ପଷ୍ଟ ଦେଖାଯାଉଥିଲା। ଭିଡିଓରେ ଦୁହେଁ କେକ କାଟୁଛନ୍ତି ଏବଂ ପରେ ଧୋନି କେକକୁ ସାକ୍ଷିଙ୍କୁ ଖାଇବାକୁ ଦେଉଛନ୍ତି। ଏହା ପରେ ସାକ୍ଷୀ ଧୋନିଙ୍କୁ କେକ ମଧ୍ୟ ଖାଇବାକୁ ଦିଅନ୍ତି। ଏହି ସମୟରେ, ମଝିରେ ଏକ ଚେୟାର ଅଛି ଯେଉଁଥିରେ ଧୋନିଙ୍କ ପୋଷା କୁକୁର ବସିଛି । ସାକ୍ଷୀଙ୍କୁ ଖାଇବାକୁ ଦେବା ପରେ ଧୋନି କୁକୁରକୁ କେକ ମଧ୍ୟ ଖାଇବାକୁ ଦେଉଥିବା ଦେଖାଯାଉଛି। ଦୁହେଁ ୧୪ ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି।

The post ବିବାହ ବାର୍ଷିକୀରେ ଭିନ୍ନ ଅନ୍ଦାଜରେ ନଜର ଆସିଲେ ଧୋନି appeared first on Dharitri Odia News.