ବିବାହ ବିଚ୍ଛେଦ ପରେ ଭରଣ-ପୋଷଣ ନେଇ ସୁପ୍ରିମକୋର୍ଟ ଧାର୍ଯ୍ୟକଲେ ସୀମା, ଜାଣନ୍ତୁ କହିଲେ କ’ଣ?
ନୂଆଦିଲ୍ଲୀ ୪।୧: ସୁପ୍ରିମକୋର୍ଟ ନିକଟରେ ଏକ ବିବାହ ବିଚ୍ଛେଦ ମାମଲାରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ ଭରଣ-ପୋଷଣ ଓ ଆଲିମୋନି ସୀମା ସ୍ପଷ୍ଟ କରିଛନ୍ତି। କୋର୍ଟ ତାଙ୍କ ରାୟରେ ମହିଳାଙ୍କୁ ସତର୍କ କରିଛନ୍ତି ଯେ ଭରଣ-ପୋଷଣ ପାଇଁ ଥିବା ଶକ୍ତ ବ୍ୟବସ୍ଥା ହୀତ ଉଦ୍ଦେଶ୍ୟ ନିମନ୍ତେ, ତେବେ ଏହା ସ୍ୱାମୀମାନଙ୍କୁ ଦଣ୍ଡିତ କରିବା, ଧମକାଇବା ଅଥବା ସେମାନଙ୍କଠାରୁ ଜୋରଜବରଦସ୍ତ ଅସୁଲି କରିବା ପାଇଁ ନୁହେଁ। ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ବି.ଭି.ନାଗରତ୍ନା ଓ ଜଷ୍ଟିସ୍ ପଙ୍କଜ ମିଥଲଙ୍କ ବେଞ୍ଚ ୭୩ ପୃଷ୍ଠାର ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଏହା କହିଛନ୍ତି। କୋର୍ଟ କହିଛନ୍ତି ଯେ ଭରଣ-ପୋଷଣ ଆଇନ ମହିଳାଙ୍କୁ ବିବାହ ବିଚ୍ଛେଦ ପରେ ଅଭାବରୁ ରକ୍ଷା କରିବା ଓ ସେମାନଙ୍କ ଗାରିମା ବଜାୟ ରଖିବା ଓ ସାମାଜିକ ନ୍ୟାୟ ପ୍ରଦାନ ପାଇଁ ତିଆରି କରାଯାଇଛି। କୋର୍ଟ ସ୍ପଷ୍ଟ ରୂପେ କହିଛନ୍ତି ଯେ ପତି ତାଙ୍କ ପରିବର୍ତ୍ତିତ ଆର୍ଥିକ ସ୍ଥିତି ଆଧାରରେ ସାରା ଜୀବନ ପତ୍ନୀଙ୍କ ଆର୍ଥିକ ସ୍ଥିତିକୁ ଉନ୍ନତ କରି ରଖିବେ ତାହା ଆଇନରେ କେଉଁଠି ଉଲ୍ଲେଖ ନାହିଁ। କୋର୍ଟ ପ୍ରଶ୍ନ କରିଛନ୍ତି ଯେ ସ୍ୱାମୀ ଅଲଗା ହେବା ପରେ ଯଦି କୌଣସି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାରେ ତେବାଳିଆ ହୋଇଯାଆନ୍ତି, ସେ କ୍ଷେତ୍ରରେ ପତ୍ନୀ ସମାନ ଭରଣ-ପୋଷଣ ଭତ୍ତା ଦାବି କରିପାରିବେ କି? କୋର୍ଟ ଏହି ଟିପ୍ପଣୀ ସେହି ମହିଳାମାନଙ୍କୁ ଧ୍ୟାନରେ ରଖି ଦେଇଛନ୍ତି ଯେଉଁମାନେ ତାଙ୍କ ସ୍ୱାମୀଙ୍କ ସମ୍ପତ୍
ନୂଆଦିଲ୍ଲୀ ୪।୧: ସୁପ୍ରିମକୋର୍ଟ ନିକଟରେ ଏକ ବିବାହ ବିଚ୍ଛେଦ ମାମଲାରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ ଭରଣ-ପୋଷଣ ଓ ଆଲିମୋନି ସୀମା ସ୍ପଷ୍ଟ କରିଛନ୍ତି। କୋର୍ଟ ତାଙ୍କ ରାୟରେ ମହିଳାଙ୍କୁ ସତର୍କ କରିଛନ୍ତି ଯେ ଭରଣ-ପୋଷଣ ପାଇଁ ଥିବା ଶକ୍ତ ବ୍ୟବସ୍ଥା ହୀତ ଉଦ୍ଦେଶ୍ୟ ନିମନ୍ତେ, ତେବେ ଏହା ସ୍ୱାମୀମାନଙ୍କୁ ଦଣ୍ଡିତ କରିବା, ଧମକାଇବା ଅଥବା ସେମାନଙ୍କଠାରୁ ଜୋରଜବରଦସ୍ତ ଅସୁଲି କରିବା ପାଇଁ ନୁହେଁ। ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ବି.ଭି.ନାଗରତ୍ନା ଓ ଜଷ୍ଟିସ୍ ପଙ୍କଜ ମିଥଲଙ୍କ ବେଞ୍ଚ ୭୩ ପୃଷ୍ଠାର ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଏହା କହିଛନ୍ତି।
କୋର୍ଟ କହିଛନ୍ତି ଯେ ଭରଣ-ପୋଷଣ ଆଇନ ମହିଳାଙ୍କୁ ବିବାହ ବିଚ୍ଛେଦ ପରେ ଅଭାବରୁ ରକ୍ଷା କରିବା ଓ ସେମାନଙ୍କ ଗାରିମା ବଜାୟ ରଖିବା ଓ ସାମାଜିକ ନ୍ୟାୟ ପ୍ରଦାନ ପାଇଁ ତିଆରି କରାଯାଇଛି। କୋର୍ଟ ସ୍ପଷ୍ଟ ରୂପେ କହିଛନ୍ତି ଯେ ପତି ତାଙ୍କ ପରିବର୍ତ୍ତିତ ଆର୍ଥିକ ସ୍ଥିତି ଆଧାରରେ ସାରା ଜୀବନ ପତ୍ନୀଙ୍କ ଆର୍ଥିକ ସ୍ଥିତିକୁ ଉନ୍ନତ କରି ରଖିବେ ତାହା ଆଇନରେ କେଉଁଠି ଉଲ୍ଲେଖ ନାହିଁ। କୋର୍ଟ ପ୍ରଶ୍ନ କରିଛନ୍ତି ଯେ ସ୍ୱାମୀ ଅଲଗା ହେବା ପରେ ଯଦି କୌଣସି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାରେ ତେବାଳିଆ ହୋଇଯାଆନ୍ତି, ସେ କ୍ଷେତ୍ରରେ ପତ୍ନୀ ସମାନ ଭରଣ-ପୋଷଣ ଭତ୍ତା ଦାବି କରିପାରିବେ କି?
କୋର୍ଟ ଏହି ଟିପ୍ପଣୀ ସେହି ମହିଳାମାନଙ୍କୁ ଧ୍ୟାନରେ ରଖି ଦେଇଛନ୍ତି ଯେଉଁମାନେ ତାଙ୍କ ସ୍ୱାମୀଙ୍କ ସମ୍ପତ୍ତି ଓ ଆୟକୁ ଆଧାର କରି ଅନୁଚିତ ଦାବି କରୁଛନ୍ତି। ଏହା ଉପରେ ସୁପ୍ରିମକୋର୍ଟ ବେଞ୍ଚ ନିଜର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ଏପରି ଦାବି ଅନୁଚିତ। କୋର୍ଟ କହିଛନ୍ତି ଯେ ମହିଳାମାନେ ବୁଝିବା ଉଚିତ ଆଇନ ସେମାନଙ୍କ ଭଲପାଇଁ ହୋଇଛି, ନା ସ୍ୱାମୀମାନଙ୍କ ଉପରେ ଅତିରିକ୍ତ ଚାପ ସୃଷ୍ଟି କରିବା ପାଇଁ ବୋଲି କହିଛନ୍ତି। ଏପରି ମାମଲାରେ ସୁପ୍ରିମକୋର୍ଟ ମହିଳାମାନଙ୍କୁ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି।