ବିବାହ ଶୋଭାଯାତ୍ରା ବେଳେ ଅଘଟଣ: ଖଣ୍ଡା ଚୋଟରେ ଛିଣ୍ଡିଲା ଯୁବକଙ୍କ ପାପୁଲି
ପୋଲସରା,୨୧।୪: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ସାନଉସ୍ତାପଡ଼ା ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାହାଘର ଶୋଭାଯାତ୍ରା ବେଳେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଆକ୍ରମଣ କରାଯାଇଛି। ଖଣ୍ଡା ଚୋଟରେ ଯୁବକଙ୍କ ହାତ ପାପୁଲି ଛିଣ୍ଡି ଯାଇଥିବା ସୂଚନା ମିଳିଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁରରୁ କଟକ ସ୍ଥାନାନ୍ତର କରାଯାଇଛି। ଏନେଇ ଗାଁରେ ଅସନ୍ତୋଷ ପରିସ୍ଥିତି […] The post ବିବାହ ଶୋଭାଯାତ୍ରା ବେଳେ ଅଘଟଣ: ଖଣ୍ଡା ଚୋଟରେ ଛିଣ୍ଡିଲା ଯୁବକଙ୍କ ପାପୁଲି appeared first on Dharitri Odia News.
ପୋଲସରା,୨୧।୪: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ସାନଉସ୍ତାପଡ଼ା ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାହାଘର ଶୋଭାଯାତ୍ରା ବେଳେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଆକ୍ରମଣ କରାଯାଇଛି।
ଖଣ୍ଡା ଚୋଟରେ ଯୁବକଙ୍କ ହାତ ପାପୁଲି ଛିଣ୍ଡି ଯାଇଥିବା ସୂଚନା ମିଳିଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁରରୁ କଟକ ସ୍ଥାନାନ୍ତର କରାଯାଇଛି। ଏନେଇ ଗାଁରେ ଅସନ୍ତୋଷ ପରିସ୍ଥିତି ଦେଖାଦେଇଛି। ଖବର ପାଇ ପୋଲିସ ଗାଁରେ ପହଞ୍ଚି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।
The post ବିବାହ ଶୋଭାଯାତ୍ରା ବେଳେ ଅଘଟଣ: ଖଣ୍ଡା ଚୋଟରେ ଛିଣ୍ଡିଲା ଯୁବକଙ୍କ ପାପୁଲି appeared first on Dharitri Odia News.