ବିବାହର ପ୍ରଥମ ରାତିରେ ନବବଧୂ ସ୍ବାମୀଙ୍କୁ ମାଗିଲେ ବିୟର, ଗଞ୍ଜେଇ, ଆଉ ତା’ପରେ…

ସାହାରନପୁର,୧୯।୧୨: ଉତ୍ତରପ୍ରଦେଶ ସାହାରନପୁରର ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍‌ନାକୁ ଆସିଛି। ବିବାହର ପ୍ରଥମ ରାତିରେ ନବବଧୂ ସ୍ବାମୀଙ୍କୁ ବିୟର, ଗଞ୍ଜେଇ ସହ ଖାସି ମାଂସ ଖାଇବାକୁ ମାଗିବା ଘଟଣା ପରିବାର ଲୋକଙ୍କୁ ଚକିତ କରିବା ସହ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ମୁତାବକ, ନବବିବାହିତାଙ୍କ ଧୂମ୍‌ଧାମ୍‌ରେ ବିବାହ ଉତ୍ସବ ହୋଇଥିଲା। ପରେ ସେମାନେ ଘରକୁ ଯାଇଥିଲେ। ହେଲେ ଚଉଠି ରାତିରେ ସ୍ତ୍ରୀ ସ୍ବାମୀଙ୍କୁ ବିୟର, ଗଞ୍ଜେଇ ଏବଂ ଖାସି ମାଂସ ଖାଇବାକୁ ମାଗିଥିଲେ। […] The post ବିବାହର ପ୍ରଥମ ରାତିରେ ନବବଧୂ ସ୍ବାମୀଙ୍କୁ ମାଗିଲେ ବିୟର, ଗଞ୍ଜେଇ, ଆଉ ତା’ପରେ… appeared first on Dharitri Odia News.

ବିବାହର ପ୍ରଥମ ରାତିରେ ନବବଧୂ ସ୍ବାମୀଙ୍କୁ ମାଗିଲେ ବିୟର, ଗଞ୍ଜେଇ, ଆଉ ତା’ପରେ…

ସାହାରନପୁର,୧୯।୧୨: ଉତ୍ତରପ୍ରଦେଶ ସାହାରନପୁରର ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍‌ନାକୁ ଆସିଛି। ବିବାହର ପ୍ରଥମ ରାତିରେ ନବବଧୂ ସ୍ବାମୀଙ୍କୁ ବିୟର, ଗଞ୍ଜେଇ ସହ ଖାସି ମାଂସ ଖାଇବାକୁ ମାଗିବା ଘଟଣା ପରିବାର ଲୋକଙ୍କୁ ଚକିତ କରିବା ସହ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ମିଳିଥିବା ସୂଚନା ମୁତାବକ, ନବବିବାହିତାଙ୍କ ଧୂମ୍‌ଧାମ୍‌ରେ ବିବାହ ଉତ୍ସବ ହୋଇଥିଲା। ପରେ ସେମାନେ ଘରକୁ ଯାଇଥିଲେ। ହେଲେ ଚଉଠି ରାତିରେ ସ୍ତ୍ରୀ ସ୍ବାମୀଙ୍କୁ ବିୟର, ଗଞ୍ଜେଇ ଏବଂ ଖାସି ମାଂସ ଖାଇବାକୁ ମାଗିଥିଲେ। ପରେ ସ୍ବାମୀ ପରିବାର ଲୋକଙ୍କୁ ଜଣାଇଥିଲେ। ଏହି ଘଟଣା ପରିବାର ଲୋକଙ୍କୁ ଚକିତ କରି ଦେଇଥିଲା। ପରେ ମାମଲା ଥାନାରେ ପହଞ୍ଚିଥିଲା।

ପୁଅ ଘର ଲୋକେ ଥାନାରେ ନବବଧୂ ତୃତୀୟ ଲିଙ୍ଗ ବୋଲି ଅଭିଯୋଗ କରିଥିଲେ। ଏପରିକି ନବବଧୂଙ୍କ ପରିବାର ଲୋକେ ମଧ୍ୟ ଥାନାରେ ପହଞ୍ଚି ଥିଲେ। ପରବର୍ତ୍ତୀ ସମୟରେ ଥାନା ପରିସରରେ ଉଭୟ ପରିବାର ଲୋକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପୋଲିସ ଲୋକଙ୍କୁ ବୁଝାଶୁଝା କରିଥିଲେ। ପରେ ଉଭୟ ପରିବାର ଲୋକେ ଥାନା ଛାଡି ଚାଲିଯାଇଥିଲେ।

The post ବିବାହର ପ୍ରଥମ ରାତିରେ ନବବଧୂ ସ୍ବାମୀଙ୍କୁ ମାଗିଲେ ବିୟର, ଗଞ୍ଜେଇ, ଆଉ ତା’ପରେ… appeared first on Dharitri Odia News.