ବିବାହର ୪ ବର୍ଷ ପରେ କ୍ୟାଟ୍ରିନା ପ୍ରେଗନେଣ୍ଟ ! ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା ଜୋର

ମୁମ୍ଵାଇ ୦୨।୦୮; ବଲିଉଡ୍‌ର ବାର୍ବିଡଲ୍‌ କ୍ୟାଟ୍ରିନା କୈଫ୍।  ବର୍ତ୍ତମାନ ସେ ଗର୍ଭବତୀ ଥିବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ଏହାର କାରଣ ହେଉଛି ଭାଇରାଲ ହେଉଥିବା ଭିଡ଼ିଓ। ଯାହାକୁ ଦେଖି ଫ୍ୟାନ୍ସ ବି କନଫର୍ମ। ହେଲେ ଏହା ଗୁଜବ ନା ସତ ତାହା ବି କନଫର୍ମ ହୋଇଛି। ଭିକି ଓ କ୍ୟାଟ୍ରିନା ୨୦୨୧ ଡିସେମ୍ବରରେ ବିବାହ କରିଥିଲେ। କ୍ୟାଟ୍ରିନା କୈଫ୍‌ ଓ ଭିକି କୌଶଲ ମୁମ୍ବାଇରୁ ଆଲିବାଗକୁ ଯାତ୍ରା କରୁଥିବା ଏକ ଭିଡିଓ ଭାଇରାଲ ହୋଇଛି। ଏହି ସମୟରେ କ୍ୟାଟ୍ରିନାଙ୍କର ଢିଲା ଧଳା ଶାର୍ଟ ଇଣ୍ଟରନେଟରେ ଦୃଷ୍ଟି ଆକର୍ଷଣ କରିଛି ଏବଂ ତାଙ୍କ ଗର୍ଭବତୀ ହେବାର ଗୁଜବ ପୁନର୍ବାର ଆଲୋଚନାକୁ ଆସିଛି। ଫ୍ୟାନ୍‌ମାନେ ଏହି ଗୁଜବକୁ ନେଇ ଉତ୍ସାହିତ ଥିବା ଦେଖାଯାଇଛି।Katrina and vicky at Ro Ro Jetty#KatrinaKaif #VickyKaushal pic.twitter.com/aazx2cwCtg— ????♡???? (@myqueenkay1) July 30, 2025ଏନେଇ ଜଣେ ଇଣ୍ଟରନେଟ ୟୁଜର ମନ୍ତବ୍ୟ କରିଛନ୍ତି, “କ୍ୟାଟ୍ରିନା ଗର୍ଭବତୀ ଲାଗୁଛନ୍ତି… ଆଶା କରୁଛି ଏହା ସତ।” ଅନ୍ୟ ଜଣେ କହିଛନ୍ତି, ଭଗବାନ ସେମାନଙ୍କୁ ଯାଆଁଳା ପିଲା ଆଶୀର୍ବାଦ କରନ୍ତୁ।” ଏହା ପୂର୍ବରୁ ‘ବ୍ୟାଡ୍‌ ନ୍ୟୁଜ୍‌’ ଚଳଚ୍ଚିତ୍ରର ଟ୍ରେଲର ଲଞ୍ଚ ସମୟରେ ଭିକି କୌଶଲ ଏହି ଗୁଜବକୁ ଖଣ୍ଡନ କରି କହିଥିଲେ, “ଗୁଜବରେ କୌଣସି ସତ୍ୟତା ନାହିଁ। ଯେତେବେଳେ ଭଲ ଖବର ଆସିବ, ଆମେ ନିଶ୍ଚିତ ଭାବେ ସେୟାର କରିବୁ।” ତେବେ କେବେ ଏହି

ବିବାହର ୪ ବର୍ଷ ପରେ କ୍ୟାଟ୍ରିନା ପ୍ରେଗନେଣ୍ଟ ! ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା ଜୋର

ମୁମ୍ଵାଇ ୦୨।୦୮; ବଲିଉଡ୍‌ର ବାର୍ବିଡଲ୍‌ କ୍ୟାଟ୍ରିନା କୈଫ୍।  ବର୍ତ୍ତମାନ ସେ ଗର୍ଭବତୀ ଥିବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ଏହାର କାରଣ ହେଉଛି ଭାଇରାଲ ହେଉଥିବା ଭିଡ଼ିଓ। ଯାହାକୁ ଦେଖି ଫ୍ୟାନ୍ସ ବି କନଫର୍ମ। ହେଲେ ଏହା ଗୁଜବ ନା ସତ ତାହା ବି କନଫର୍ମ ହୋଇଛି। ଭିକି ଓ କ୍ୟାଟ୍ରିନା ୨୦୨୧ ଡିସେମ୍ବରରେ ବିବାହ କରିଥିଲେ। 

କ୍ୟାଟ୍ରିନା କୈଫ୍‌ ଓ ଭିକି କୌଶଲ ମୁମ୍ବାଇରୁ ଆଲିବାଗକୁ ଯାତ୍ରା କରୁଥିବା ଏକ ଭିଡିଓ ଭାଇରାଲ ହୋଇଛି। ଏହି ସମୟରେ କ୍ୟାଟ୍ରିନାଙ୍କର ଢିଲା ଧଳା ଶାର୍ଟ ଇଣ୍ଟରନେଟରେ ଦୃଷ୍ଟି ଆକର୍ଷଣ କରିଛି ଏବଂ ତାଙ୍କ ଗର୍ଭବତୀ ହେବାର ଗୁଜବ ପୁନର୍ବାର ଆଲୋଚନାକୁ ଆସିଛି। ଫ୍ୟାନ୍‌ମାନେ ଏହି ଗୁଜବକୁ ନେଇ ଉତ୍ସାହିତ ଥିବା ଦେଖାଯାଇଛି।

ଏନେଇ ଜଣେ ଇଣ୍ଟରନେଟ ୟୁଜର ମନ୍ତବ୍ୟ କରିଛନ୍ତି, “କ୍ୟାଟ୍ରିନା ଗର୍ଭବତୀ ଲାଗୁଛନ୍ତି… ଆଶା କରୁଛି ଏହା ସତ।” ଅନ୍ୟ ଜଣେ କହିଛନ୍ତି, ଭଗବାନ ସେମାନଙ୍କୁ ଯାଆଁଳା ପିଲା ଆଶୀର୍ବାଦ କରନ୍ତୁ।” ଏହା ପୂର୍ବରୁ ‘ବ୍ୟାଡ୍‌ ନ୍ୟୁଜ୍‌’ ଚଳଚ୍ଚିତ୍ରର ଟ୍ରେଲର ଲଞ୍ଚ ସମୟରେ ଭିକି କୌଶଲ ଏହି ଗୁଜବକୁ ଖଣ୍ଡନ କରି କହିଥିଲେ, “ଗୁଜବରେ କୌଣସି ସତ୍ୟତା ନାହିଁ। ଯେତେବେଳେ ଭଲ ଖବର ଆସିବ, ଆମେ ନିଶ୍ଚିତ ଭାବେ ସେୟାର କରିବୁ।” ତେବେ କେବେ ଏହି ଦମ୍ପତ୍ତି ଖୁସି ଖବର ଦେବେ ତାକୁ ହିଁ ଅପେକ୍ଷା।