ବିବାହର ୪ମାସ ପରେ ଛାଡପତ୍ର ନେବେ ଅଦିତି ଶର୍ମା, ସ୍ଵାମୀ ଅଭିନୀତ କହିଲେ-ତାଙ୍କର ଆଫେୟାର୍ସ…

ମୁମ୍ଵାଇ ୧୩।୦୩; 'ରବ୍ ସେ ହୈ ଦୁଆ', 'ୟେ ଜାଦୁ ହୈ ଜିନ୍ କା' ଭଳି ଟିଭି ସୋ' ମାଧ୍ୟମରେ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଅଦିତି ଶର୍ମା। ବର୍ତ୍ତମାନ ତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସ୍ବାମୀ ଅଭିନୀତ କୌଶିକ ଦାବି କରିଛନ୍ତି ଯେ ଅନ୍ୟ ଅଭିନେତାଙ୍କ ସହ ଅଦିତିଙ୍କ ଆଫେୟାର୍ସ ଅଛି । ବିବାହର ୪ମାସ ମଧ୍ୟରେ ଅଦିତି ତାଙ୍କୁ ସିକ୍ରେଟ୍‌ଲି ବିବାହ କରିଥିଲେ। ଏବେ ସେ ଛାଡପତ୍ର ମାଗିଛନ୍ତି। 'ଅପୋଲିନା'ରେ ଥିବା ତାଙ୍କ କୋ-ଷ୍ଟାର ସାମର୍ଥ୍ୟଙ୍କୁ ଏବେ ଡେଟ୍ କରୁଛନ୍ତି ବୋଲି କହିଛନ୍ତି। ଏକ ସାକ୍ଷାତକାରରେ ଅଭିନୀତ କହିଛନ୍ତି ଯେ, "ଦେଢ଼ ବର୍ଷ ହେଲାଣି ଅଦିତି ବିବାହ କରିବା ପାଇଁ ମୋ ପଛରେ ପଡ଼ିଥିଲେ। ଶେଷରେ ରାଜି ହେବାରୁ ଅଦିତିଙ୍କୁ ବିବାହ କରିଥିଲେ । କିନ୍ତୁ ଏହି ବିବାହକୁ ଗୁପ୍ତ ରଖିବାକୁ ଅଦିତି ଅନୁରୋଧ କରିଥିଲେ। ତାଙ୍କ ଚାରିପାଖରେ ଥିବା ସମସ୍ତେ, ତାଙ୍କ ସହ-କଳାକାରମାନେ ମଧ୍ୟ ଆମ ବିଷୟରେ ଜାଣିଥିଲେ। ନଭେମ୍ବରରେ ୧୨, ୨୦୨୪ ବିବାହ କରିଥିଲୁ। ୪ମାସ ମଧ୍ୟରେ ସାମର୍ଥ୍ୟଙ୍କ ସହ ତାଙ୍କର ସମ୍ପର୍କ ଥିବା ମୁଁ ଜାଣିଲି। ଏବିଷୟରେ ପଚାରିବାରୁ ସେ ଆମ ବିବାହକୁ ଅସ୍ବୀକାର କରିଥିଲେ। ଏବେ ସେ ଆମ ବିବାହକୁ ଏକ ଟ୍ରାଏଲ ଥିଲା ବୋଲି କହୁଛନ୍ତି। ଏବେ ଛାଡ଼ପତ୍ର ମାଗିବାରୁ ତାଙ୍କ ପରିବାର ୨୫ଲକ୍ଷ ଦେବାକୁ ଦାବି କରୁଛନ୍ତି।"

ବିବାହର ୪ମାସ ପରେ ଛାଡପତ୍ର ନେବେ ଅଦିତି ଶର୍ମା, ସ୍ଵାମୀ ଅଭିନୀତ କହିଲେ-ତାଙ୍କର ଆଫେୟାର୍ସ…

ମୁମ୍ଵାଇ ୧୩।୦୩; 'ରବ୍ ସେ ହୈ ଦୁଆ', 'ୟେ ଜାଦୁ ହୈ ଜିନ୍ କା' ଭଳି ଟିଭି ସୋ' ମାଧ୍ୟମରେ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଅଦିତି ଶର୍ମା। ବର୍ତ୍ତମାନ ତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସ୍ବାମୀ ଅଭିନୀତ କୌଶିକ ଦାବି କରିଛନ୍ତି ଯେ ଅନ୍ୟ ଅଭିନେତାଙ୍କ ସହ ଅଦିତିଙ୍କ ଆଫେୟାର୍ସ ଅଛି । ବିବାହର ୪ମାସ ମଧ୍ୟରେ ଅଦିତି ତାଙ୍କୁ ସିକ୍ରେଟ୍‌ଲି ବିବାହ କରିଥିଲେ। ଏବେ ସେ ଛାଡପତ୍ର ମାଗିଛନ୍ତି। 'ଅପୋଲିନା'ରେ ଥିବା ତାଙ୍କ କୋ-ଷ୍ଟାର ସାମର୍ଥ୍ୟଙ୍କୁ ଏବେ ଡେଟ୍ କରୁଛନ୍ତି ବୋଲି କହିଛନ୍ତି। 

ଏକ ସାକ୍ଷାତକାରରେ ଅଭିନୀତ କହିଛନ୍ତି ଯେ, "ଦେଢ଼ ବର୍ଷ ହେଲାଣି ଅଦିତି ବିବାହ କରିବା ପାଇଁ ମୋ ପଛରେ ପଡ଼ିଥିଲେ। ଶେଷରେ ରାଜି ହେବାରୁ ଅଦିତିଙ୍କୁ ବିବାହ କରିଥିଲେ । କିନ୍ତୁ ଏହି ବିବାହକୁ ଗୁପ୍ତ ରଖିବାକୁ ଅଦିତି ଅନୁରୋଧ କରିଥିଲେ। ତାଙ୍କ ଚାରିପାଖରେ ଥିବା ସମସ୍ତେ, ତାଙ୍କ ସହ-କଳାକାରମାନେ ମଧ୍ୟ ଆମ ବିଷୟରେ ଜାଣିଥିଲେ। 

ନଭେମ୍ବରରେ ୧୨, ୨୦୨୪ ବିବାହ କରିଥିଲୁ। ୪ମାସ ମଧ୍ୟରେ ସାମର୍ଥ୍ୟଙ୍କ ସହ ତାଙ୍କର ସମ୍ପର୍କ ଥିବା ମୁଁ ଜାଣିଲି। ଏବିଷୟରେ ପଚାରିବାରୁ ସେ ଆମ ବିବାହକୁ ଅସ୍ବୀକାର କରିଥିଲେ। ଏବେ ସେ ଆମ ବିବାହକୁ ଏକ ଟ୍ରାଏଲ ଥିଲା ବୋଲି କହୁଛନ୍ତି। ଏବେ ଛାଡ଼ପତ୍ର ମାଗିବାରୁ ତାଙ୍କ ପରିବାର ୨୫ଲକ୍ଷ ଦେବାକୁ ଦାବି କରୁଛନ୍ତି।"