ବିବାହିତା ମହିଳାଙ୍କୁ ଜୋର୍‌ ଜବରଦସ୍ତ ଉଠାଇନେଲେ, ଥାନାରେ ପହଞ୍ଚିଲେ ଝିଅ

ଦିଗପହଣ୍ଡି,୧୮ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତା ଗୁପ୍ତେଶ୍ୱର ଶୈବପୀଠ ନିକଟ ରସ୍‌ ଫ୍ୟାକ୍ଟ୍ରି ନିକଟରୁ ଜଣେ ବିବାହିତା ମହିଳାଙ୍କୁ ଜୋର୍‌ ଜବରଦସ୍ତ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ସେ ଫ୍ୟାକ୍ଟ୍ରି ରେ କାମସାରି ଗତ ରବିବାର ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ବୁଗୁଡ଼ା ପଲ୍ଲୀ ଗ୍ରାମର ବନମାଳୀ ଦାସ ଏବଂ ତାଙ୍କ ୩ ସହଯୋଗୀ ମହିଳାଙ୍କୁ ଅପହରଣ କରିଥିବା ନେଇ ତାଙ୍କ ଝିଅ ଦିଗପହଣ୍ଡି ଥାନାରେ […] The post ବିବାହିତା ମହିଳାଙ୍କୁ ଜୋର୍‌ ଜବରଦସ୍ତ ଉଠାଇନେଲେ, ଥାନାରେ ପହଞ୍ଚିଲେ ଝିଅ appeared first on Dharitri Odia News.

ବିବାହିତା ମହିଳାଙ୍କୁ ଜୋର୍‌ ଜବରଦସ୍ତ ଉଠାଇନେଲେ, ଥାନାରେ ପହଞ୍ଚିଲେ ଝିଅ

ଦିଗପହଣ୍ଡି,୧୮ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତା ଗୁପ୍ତେଶ୍ୱର ଶୈବପୀଠ ନିକଟ ରସ୍‌ ଫ୍ୟାକ୍ଟ୍ରି ନିକଟରୁ ଜଣେ ବିବାହିତା ମହିଳାଙ୍କୁ ଜୋର୍‌ ଜବରଦସ୍ତ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ସେ ଫ୍ୟାକ୍ଟ୍ରି ରେ କାମସାରି ଗତ ରବିବାର ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ବୁଗୁଡ଼ା ପଲ୍ଲୀ ଗ୍ରାମର ବନମାଳୀ ଦାସ ଏବଂ ତାଙ୍କ ୩ ସହଯୋଗୀ ମହିଳାଙ୍କୁ ଅପହରଣ କରିଥିବା ନେଇ ତାଙ୍କ ଝିଅ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନାରେ କେସ୍‌ ନଂ ୩୨/୨୫ ଅନୁଯାୟୀ ମୋକଦ୍ଦମା ରୁଜୁ କରି ଏସ୍‌.ଆଇ ସୋଫିଆ ମିଶ୍ରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ପୂର୍ବରୁ ଅଭିଯୁକ୍ତ ଜଣକ ତାଙ୍କ ପଦ୍ମନାଭପୁର ଘରକୁ ଆସି ତାଙ୍କ ମା’ ଓ ଭାଇ ହତ୍ୟା ଧମକ ଦେଇଥିଲେ। ଗତ ପ୍ରାୟ ୧ ସପ୍ତାହ ହେଲା ଅଭିଯୁକ୍ତ ତାଙ୍କ ମା’ଙ୍କୁ ରସ ଫ୍ୟାକ୍ଟ୍ରି ନିକଟରେ ରହି ପିଛା କରୁଥିଲେ। ଅଭିଯୁକ୍ତ ତାଙ୍କୁ ଫୋନ କରି ତାଙ୍କ ମା’ଙ୍କୁ କୋଲକାତା ନେଇ ଯାଉଛୁ। ୧୫ ଦିନ ପରେ ତାଙ୍କୁ ଛଡ଼ାଯିବ ବୋଲି ଧମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି।

The post ବିବାହିତା ମହିଳାଙ୍କୁ ଜୋର୍‌ ଜବରଦସ୍ତ ଉଠାଇନେଲେ, ଥାନାରେ ପହଞ୍ଚିଲେ ଝିଅ appeared first on Dharitri Odia News.