ବିଭିନ୍ନ ଅନୁଷ୍ଠାନରେ ପାଳିତ ହେଲା ୭୮ ତମ ସ୍ବାଧୀନତା ଦିବସ

ଝାରସୁଗୁଡା ୧୭/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ୭୮ ତମ ସ୍ବାଧୀନତା ଦିବସ ପାଳିତ ହୋଇ ଯାଇଛି । ଜାମଗାଁ ଗ୍ରାମ ପଞ୍ଚାୟତ ଓ ଜାମଗାଁ ଆଞ୍ଚଳିକ ହାଇସ୍କୁଲ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ସ୍ବାଧୀନତା ଦିବସରେ ସ୍ଥାନୀୟ ସରପଞ୍ଚ ଗୋପୀନାଥ ସାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ନାଏବ ସରପଞ୍ଚଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ,ସଭ୍ୟା,ବିଦ୍ୟାଳୟ ପରିଚାଳନା […] The post ବିଭିନ୍ନ ଅନୁଷ୍ଠାନରେ ପାଳିତ ହେଲା ୭୮ ତମ ସ୍ବାଧୀନତା ଦିବସ appeared first on Odisha.News.

ବିଭିନ୍ନ ଅନୁଷ୍ଠାନରେ ପାଳିତ ହେଲା ୭୮ ତମ ସ୍ବାଧୀନତା ଦିବସ

ଝାରସୁଗୁଡା ୧୭/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ୭୮ ତମ ସ୍ବାଧୀନତା ଦିବସ ପାଳିତ ହୋଇ ଯାଇଛି । ଜାମଗାଁ ଗ୍ରାମ ପଞ୍ଚାୟତ ଓ ଜାମଗାଁ ଆଞ୍ଚଳିକ ହାଇସ୍କୁଲ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ସ୍ବାଧୀନତା ଦିବସରେ ସ୍ଥାନୀୟ ସରପଞ୍ଚ ଗୋପୀନାଥ ସାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ନାଏବ ସରପଞ୍ଚଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ,ସଭ୍ୟା,ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ, ସଦସ୍ୟା ତଥା ଛାତ୍ରଛାତ୍ରୀ, ପ୍ରଧାନ ଶିକ୍ଷକ,ସହକାରୀ ଶିକ୍ଷକ,ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ସେହିପରି ପଞ୍ଚଗାଁ ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ରଥ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୱତ ପରିଷଦ ସଦସ୍ୟ କ୍ଷମାସାଗର ଭୋଇ ମୁଖ୍ୟ ଅତିଥି ଭାବେ ପତାକା ଉତ୍ତୋଳନ କରିଥିବା ବେଳେ ଗୁରୁମା ତିଲୋତ୍ତମା ପଧାନ ମଞ୍ଚ ସଞ୍ଚାଳନ କରିଥିବା ବେଳେ ଗୁରୁମା ଝରଣା ଗଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ପରିଚାଳନା କମିଟି ତଥା ଛାତ୍ରଛାତ୍ରୀ,ସେବକ, ସେବୀକା ଉପସ୍ଥିତ ଥିଲେ । ପଞ୍ଚଗାଁ ଦେବକୀ ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ,ପଞ୍ଚସଖା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ମଧ୍ୟ ମିଳିତ ଭାବେ ପ୍ରଧାନ ଶିକ୍ଷକ ନନ୍ଦଲାଲ ସାହୁଙ୍କ ଅଧ୍ୟକ୍ଷତାରେ ପତାକା ଉତ୍ତୋଳନ କରା ଯାଇଥିଲା । ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ଡୁମେରଢ଼ିପା,ପଞ୍ଚଗାଁ ଏବଂ ୪୯ ନଂ ରାଜପଥ ଦେଇ ପଲସଦା ଛକ ପର୍ଯ୍ୟନ୍ତ ଯାଇ ବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସେହିଭଳି କତରବଗା ପଞ୍ଚାୟତ ଅନ୍ତର୍ଗତ ବାସେନପାଲି (କ) ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ ପଧାନଙ୍କ ଅଧ୍ୟକ୍ଷତାରେ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରିବା ସହିତ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ଚାରା ରୋପଣ କରା ଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବୃନ୍ଦାବନ ଭୋଇ,ରବି ପଧାନ, ସହକାରୀ ଶିକ୍ଷକ ରମାକାନ୍ତ ଦୁଆନ, ଫିରୋଜ ପଧାନ, ସସ୍ମିତା ପଧାନ,ୟୁଥ ଏସୋସିଏସନ ସଦସ୍ୟ ସୁମିତ ପଧାନ ପ୍ରମୁଖ ସହଯୋଗ କରିଥିଲେ ।

The post ବିଭିନ୍ନ ଅନୁଷ୍ଠାନରେ ପାଳିତ ହେଲା ୭୮ ତମ ସ୍ବାଧୀନତା ଦିବସ appeared first on Odisha.News.