ବିଭିନ୍ନ ଦାବି ନେଇ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

ବ୍ରହ୍ମପୁର: ଭିତରେ କଲେଜ ଅଧକ୍ଷ, ବାହାରେ ଛାତ୍ରଛାତ୍ରୀ। ବିଭିନ୍ନ ଦାବି ପୂରଣ ନେଇ ଛାତ୍ରଛାତ୍ରୀ କଲେଜ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ।ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି କଲେଜରେ ଅନେକ ସମସ୍ୟା ରହିଛି। ତ୍ରୁଟିପୂର୍ଣ୍ଣ ମାର୍କସିଟ ଦିଆଯାଉଛି, କଲେଜରେ ଆନୁସାଙ୍ଗିକ ବ୍ୟବସ୍ଥା ନାହିଁ, ନୂଆ ଓ’ର ସ୍କଲାରସିପ ଟଙ୍କା ଏ ପର୍ଯ୍ୟନ୍ତ ମିଳିନାହିଁ ଇତ୍ୟାଦି। ବାରମ୍ବାର ଏସବୁ ଦାବି ସମ୍ପର୍କରେ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।ତେଣୁ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି କହିବା ସହ ଶୀଘ୍ର ଦାବି ପୂରଣ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି ଛାତ୍ରଛାତ୍ରୀ। ଅନ୍ୟପଟେ କେତେକ ସମସ୍ୟାର ସମାଧାନ କରା ଯାଇଛି। ଅନ୍ୟ କେତେକ ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରାଯାଉଥିବା କହିଛନ୍ତି କଲେଜର ଅଧକ୍ଷ।

ବିଭିନ୍ନ ଦାବି ନେଇ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

ବ୍ରହ୍ମପୁର: ଭିତରେ କଲେଜ ଅଧକ୍ଷ, ବାହାରେ ଛାତ୍ରଛାତ୍ରୀ। ବିଭିନ୍ନ ଦାବି ପୂରଣ ନେଇ ଛାତ୍ରଛାତ୍ରୀ କଲେଜ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ।

ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି କଲେଜରେ ଅନେକ ସମସ୍ୟା ରହିଛି। ତ୍ରୁଟିପୂର୍ଣ୍ଣ ମାର୍କସିଟ ଦିଆଯାଉଛି, କଲେଜରେ ଆନୁସାଙ୍ଗିକ ବ୍ୟବସ୍ଥା ନାହିଁ, ନୂଆ ଓ’ର ସ୍କଲାରସିପ ଟଙ୍କା ଏ ପର୍ଯ୍ୟନ୍ତ ମିଳିନାହିଁ ଇତ୍ୟାଦି। ବାରମ୍ବାର ଏସବୁ ଦାବି ସମ୍ପର୍କରେ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।

ତେଣୁ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି କହିବା ସହ ଶୀଘ୍ର ଦାବି ପୂରଣ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି ଛାତ୍ରଛାତ୍ରୀ। ଅନ୍ୟପଟେ କେତେକ ସମସ୍ୟାର ସମାଧାନ କରା ଯାଇଛି। ଅନ୍ୟ କେତେକ ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରାଯାଉଥିବା କହିଛନ୍ତି କଲେଜର ଅଧକ୍ଷ।