ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି ନବୀନ ପଟ୍ଟନାୟକ
ଭୁବନେଶ୍ବର : ପବିତ୍ର ଗଣେଶ ପୂଜା ଅବସରରେ ରାଜଧାନୀର ବିଭିନ୍ନ ଗଣେଶ ମଣ୍ଡପ ବୁଲିଛନ୍ତି ବିରୋଧୀ ଦଳ ନେତା ତଥା... The post ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି ନବୀନ ପଟ୍ଟନାୟକ appeared first on .
ଭୁବନେଶ୍ବର : ପବିତ୍ର ଗଣେଶ ପୂଜା ଅବସରରେ ରାଜଧାନୀର ବିଭିନ୍ନ ଗଣେଶ ମଣ୍ଡପ ବୁଲିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୁଣା ଭୁବନେଶ୍ବର ବଢେଇବାଙ୍କସ୍ଥିତ ପୂଜାମଣ୍ଡପ, ନୟାପଲ୍ଲୀ ନୂଆସାହିସ୍ଥିତ ପୂଜାମଣ୍ଡପ, ଗଜପତି ନଗରସ୍ଥିତ ପୂଜାମଣ୍ଡପ ପରିଦର୍ଶନ କରିଥିଲେ ନବୀନ। ମଣ୍ଡପ ପରିଦର୍ଶନ ବେଳେ ନବୀନଙ୍କ ସହ ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ମଥ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ ଭୁବନେଶ୍ବରରେ ଶତାଧିକ ପୂଜାମଣ୍ଡପ ହୋଇଛି। ଆକର୍ଷଣୀୟ ପୂଜା ମଣ୍ଡପ ଶ୍ରଦ୍ଧାଳୁଙ୍କୁ ଆକର୍ଷଣ କରୁଛି। ଗଣେଶ ପୂଜାରେ ରାଜଧାନୀରେ ପବିତ୍ର ମାହୋଲ ସୃଷ୍ଟି ହୋଇଥିବାବେଳେ ପ୍ରଭୁ ଗଜାନନଙ୍କୁ ଦର୍ଶନ କରିଛନ୍ତି ନବୀନ। ଦର୍ଶନ ବେଳେ ନବୀନ ବେଶ୍ ଭାବବିହ୍ବଳ ହୋଇଥିଲେ। ପ୍ରଭୁ ଗଜାନନଙ୍କ ନିକଟରେ ରାଜ୍ଯବାସୀଙ୍କ ମଙ୍ଗଳ କାମନା କରିଛନ୍ତି ନବୀନ।
The post ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି ନବୀନ ପଟ୍ଟନାୟକ appeared first on .