ବିମାନ ଚଳାଚଳରେ ନୂଆ ମାଇଲଖୁଣ୍ଟ: ଓଡ଼ିଶାରେ ମିଳିବ ଏମ୍ଆର୍ଓ ସୁବିଧା
ଭୁବନେଶ୍ୱର, ୨୨ା୭(ଅନୁରାଧା ମହାରଣା):ରାଜ୍ୟ ସରକାରଙ୍କ ‘ନୂଆ ଗନ୍ତବ୍ୟନୀତି’ ଦ୍ୱାରା ପରିଚାଳିତ ତଥା ବାଣିଜ୍ୟ ଓ ପରିବହନ ବିଭାଗର ନେତୃତ୍ୱରେ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ବିମାନ ସଂଯୋଗକୁ ପ୍ରୋତ୍ସାହିତ କରାଯାଉଛି। ଏହି କ୍ରମରେ ଭୁବନେଶ୍ୱରରେ ରାଜ୍ୟର ପ୍ରଥମ ବିମାନ ରକ୍ଷଣାବେକ୍ଷଣ, ମରାମତି ଓ ପରିଚାଳନା (ଏମ୍ଆରଓ) ସୁବିଧା ସ୍ଥାପନ କରାଯିବ। ଏଥିପାଇଁ ସମସ୍ତ ଆନୁଷ୍ଠାନିକ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ଏହା ବିମାନ ଚଳାଚଳ ସହ ଜଡ଼ିତ ଅର୍ଥନୈତିକ ଇକୋସିଷ୍ଟମ ଗଢ଼ି ତୋଳିବାରେ ଏକ ବଡ଼ ଅଗ୍ରଗତି ହେବ ବୋଲି […] The post ବିମାନ ଚଳାଚଳରେ ନୂଆ ମାଇଲଖୁଣ୍ଟ: ଓଡ଼ିଶାରେ ମିଳିବ ଏମ୍ଆର୍ଓ ସୁବିଧା appeared first on Dharitri Odia News.
ଭୁବନେଶ୍ୱର, ୨୨ା୭(ଅନୁରାଧା ମହାରଣା):ରାଜ୍ୟ ସରକାରଙ୍କ ‘ନୂଆ ଗନ୍ତବ୍ୟନୀତି’ ଦ୍ୱାରା ପରିଚାଳିତ ତଥା ବାଣିଜ୍ୟ ଓ ପରିବହନ ବିଭାଗର ନେତୃତ୍ୱରେ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ବିମାନ ସଂଯୋଗକୁ ପ୍ରୋତ୍ସାହିତ କରାଯାଉଛି। ଏହି କ୍ରମରେ ଭୁବନେଶ୍ୱରରେ ରାଜ୍ୟର ପ୍ରଥମ ବିମାନ ରକ୍ଷଣାବେକ୍ଷଣ, ମରାମତି ଓ ପରିଚାଳନା (ଏମ୍ଆରଓ) ସୁବିଧା ସ୍ଥାପନ କରାଯିବ। ଏଥିପାଇଁ ସମସ୍ତ ଆନୁଷ୍ଠାନିକ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ଏହା ବିମାନ ଚଳାଚଳ ସହ ଜଡ଼ିତ ଅର୍ଥନୈତିକ ଇକୋସିଷ୍ଟମ ଗଢ଼ି ତୋଳିବାରେ ଏକ ବଡ଼ ଅଗ୍ରଗତି ହେବ ବୋଲି ଆଶା କରାଯାଉଛି।
ଓ ପରିବହନ ବିଭାଗର ସୂଚନାନୁସାରେ, ଅଳ୍ପ ସମୟ ମଧ୍ୟରେ ‘ନୂଆ ଗନ୍ତବ୍ୟ ନୀତି’ ଓଡ଼ିଶାକୁ ଅନ୍ତର୍ଜାତୀୟ ଓ ଘରୋଇ ବିମାନ ସଂଯୋଗରେ ଏକ ନୂଆ ପରିଚୟ ଦେଇଛି। ଏହି ନୀତି ଅଧୀନରେ ୧୩ଟି ନୂଆ ଅନ୍ତର୍ଜାତୀୟ ଓ ଘରୋଇ ବିମାନ ସେବା ଆରମ୍ଭ ହୋଇଛି। ଏହା ବାଣିଜ୍ୟ, ପର୍ଯ୍ୟଟନ ଓ ଆଞ୍ଚଳିକ ସମନ୍ବୟକୁ ନୂଆ ଦିଗ ଦେଇଛି। ଅନ୍ତର୍ଜାତୀୟ ସ୍ତରରେ ଭୁବନେଶ୍ୱରରୁ ଦୁବାଇ ଓ ଆବୁଧାବିକୁ ସିଧାସଳଖ ବିମାନ ସେବା ଓଡ଼ିଶାକୁ ବିଶ୍ୱ ବିମାନ ମାନଚିତ୍ରରେ ସ୍ଥାନିତ କରିବା ସହ ପ୍ରବାସୀ ସମ୍ପର୍କକୁ ମଜଭୁତ କରି ବିଶ୍ୱ ବଜାରରେ ପ୍ରବେଶକୁ ସହଜ କରିଛି। ଘରୋଇ ସ୍ତରରେ ଝାରସୁଗୁଡ଼ା-ମୁମ୍ବାଇ, ଝାରସୁଗୁଡ଼ା-ହାଇଦ୍ରାବାଦ, ଭୁବନେଶ୍ୱର-ଗୋଆ, ଭୁବନେଶ୍ୱର-ଡେରାଡୁନ୍ ଏବଂ ଭୁବନେଶ୍ୱର-ପୋର୍ଟ ବ୍ଲେୟାର ଆଦି ରୁଟ୍ଗୁଡ଼ିକୁ ଆଦିବାସୀ ଅଞ୍ଚଳ, ଶିଳ୍ପ କ୍ଷେତ୍ର ଏବଂ ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡିକୁ ସଂଯୋଗ କରିଛି। ଉଡାନ ଯୋଜନା ଅଧୀନରେ ଜୟପୁର, ରାଉରକେଲା, ଉତ୍କେଲା ଓ ରଙ୍ଗେଇଲୁଣ୍ଡାରେ ଆଞ୍ଚଳିକ ଏୟାରଷ୍ଟ୍ରିପ୍ଗୁଡ଼ିକର କାର୍ଯ୍ୟକାରିତା ଯାତାୟାତ ବ୍ୟବସ୍ଥାକୁ ସୁଦୃଢ଼ କରିଛି। ପ୍ରସ୍ତାବିତ ପୁରୀ ବିମାନବନ୍ଦର ପ୍ରକଳ୍ପ ନୋକାସ୍ ୨.୦ରେ ଇଣ୍ଟରଆକ୍ଟିଭ କଲର କୋଡେଡ ଜୋନିଂ ମ୍ୟାପ (ସିସିଜେଡ୍ଏମ୍) ଲଞ୍ଚ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ଷ୍ଟୋନ ହାସଲ କରିଛି। ଏହି ଡିଜିଟାଲ ଉପକରଣ ଅନ୍ଲାଇନ ଉଚ୍ଚତା ମଞ୍ଜୁରୀ ପ୍ରକ୍ରିୟାକୁ ସରଳ କରି ବିମାନ ଯୋଜନାକୁ ନିରାପଦ ସହରୀ ବିକାଶ, ନିୟନ୍ତ୍ରିତ ଭିତ୍ତିଭୂମି ଏବଂ ପରିବେଶ ସୁରକ୍ଷା ସହ ସମନ୍ବୟ ରକ୍ଷା କରୁଛି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ଲକ୍ଷ୍ୟ ସହ ସମନ୍ବିତ ଭବିଷ୍ୟତମୁଖୀ ଭିତ୍ତିଭୂମି ପ୍ରତି ପ୍ରତିବଦ୍ଧତା ଦ୍ୱାରା ଓଡ଼ିଶା ଏକ ଉଦୀୟମାନ ବିମାନ ହବ ଭାବେ ଗଢ଼ି ତୋଳିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି।
The post ବିମାନ ଚଳାଚଳରେ ନୂଆ ମାଇଲଖୁଣ୍ଟ: ଓଡ଼ିଶାରେ ମିଳିବ ଏମ୍ଆର୍ଓ ସୁବିଧା appeared first on Dharitri Odia News.