ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ମୋଦି: ଆହତଙ୍କୁ ଭେଟିଲେ

ଅହମଦାବାଦ,୧୩।୬: ଅହମଦାବାଦର ବିମାନ ଦୁର୍ଘଟଣାସ୍ଥଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗସ୍ତ କରିଛନ୍ତି। ସେ ଘଟଣାସ୍ଥଳର ସମୀକ୍ଷା କରିବା ପରେ ହସ୍ପିଟାଲ୍‌କୁ ଯାଇ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏହି ଦୁର୍ଘଟଣାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ବୋଇଂ ସିଇଓ ପ୍ୟାରିସ ଏୟାରଶୋ’କୁ ତାଙ୍କର ଯାତ୍ରା ବାତିଲ କରିଛନ୍ତି।ନ୍ତ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱାସ କୁମାର ରମେଶଙ୍କୁ ମଧ୍ୟ ଭେଟିବେ। ବିଶ୍ୱାସ କୁମାର ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ ଏହି ଭୟଙ୍କର ଦୁର୍ଘଟଣାରୁ ବଞ୍ଚିଯାଇଛନ୍ତି। ତାଙ୍କର ମଧ୍ୟ ସିଭିଲ ହସ୍ପିଟାଲରେ […] The post ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ମୋଦି: ଆହତଙ୍କୁ ଭେଟିଲେ appeared first on Dharitri Odia News.

ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ମୋଦି: ଆହତଙ୍କୁ ଭେଟିଲେ

ଅହମଦାବାଦ,୧୩।୬: ଅହମଦାବାଦର ବିମାନ ଦୁର୍ଘଟଣାସ୍ଥଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗସ୍ତ କରିଛନ୍ତି। ସେ ଘଟଣାସ୍ଥଳର ସମୀକ୍ଷା କରିବା ପରେ ହସ୍ପିଟାଲ୍‌କୁ ଯାଇ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏହି ଦୁର୍ଘଟଣାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ବୋଇଂ ସିଇଓ ପ୍ୟାରିସ ଏୟାରଶୋ’କୁ ତାଙ୍କର ଯାତ୍ରା ବାତିଲ କରିଛନ୍ତି।ନ୍ତ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱାସ କୁମାର ରମେଶଙ୍କୁ ମଧ୍ୟ ଭେଟିବେ। ବିଶ୍ୱାସ କୁମାର ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ ଏହି ଭୟଙ୍କର ଦୁର୍ଘଟଣାରୁ ବଞ୍ଚିଯାଇଛନ୍ତି। ତାଙ୍କର ମଧ୍ୟ ସିଭିଲ ହସ୍ପିଟାଲରେ ଚିକିତ୍ସା ଚାଲିଛି।

ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଅହମଦାବାଦ ଆସି ବିଭିନ୍ନ ହସ୍ପିଟାଲ ପରିଦର୍ଶନ କରିଥିଲେ ଏବଂ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରିଥିଲେ। ବିମାନ ଦୁର୍ଘଟଣାକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମନୋହର ନାଇଡୁ କହିଛନ୍ତି, ସେ ବ୍ୟକ୍ତିଗତ ଭାବେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଅହମଦାବାଦ ବିମାନ ଦୁର୍ଘଟଣାର ତଦନ୍ତ କରିବା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟିର ଗଠନ କରିଛନ୍ତି।

The post ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ମୋଦି: ଆହତଙ୍କୁ ଭେଟିଲେ appeared first on Dharitri Odia News.