ବିମାନ ସେବା ଆରମ୍ଭ କରିବ ଏୟାର ଇଣ୍ଡିଆ, ଯାତ୍ରୀଙ୍କୁ ମିଳିବ ଓ୍ୱାନ୍ ଟାଇମ୍ ଅଫର୍ !
ନୂଆଦିଲ୍ଲୀ: ଢାକାରୁ ବିମାନସେବା ଆରମ୍ଭ କରିବ ଏୟାର ଇଣ୍ଡିଆ। ମଙ୍ଗଳବାର ଦିଲ୍ଲୀ-ଢ଼ାକା-ଦିଲ୍ଲୀ ସେକ୍ଟରରେ AI237/ 238ର ବିମାନ ଭାରତ ଅଭିମୁଖେ ଉଡାଣ ଭରିବ। ଏହା ସହିତ, ଢାକାରେ ପରିସ୍ଥିତି ଯୋଗୁଁ ଏୟାର ଇଣ୍ଡିଆ ଗ୍ରାହକମାନଙ୍କୁ ୪ ରୁ ୭ ଅଗଷ୍ଟ ମଧ୍ୟରେ ଢାକା ଆସୁଥିବା କିମ୍ବା ଯାଉଥିବା ଏୟାର ଇଣ୍ଡିଆ ବିମାନରେ ବୁକିଂ ସହିତ ରିସିଡ୍ୟୁଲ ଉପରେ ରିହାତି ପ୍ରଦାନ କରୁଛି, ଯଦି ସେମାନେ ଏହା କରିବାକୁ ଚାହାଁନ୍ତି। ଅଗଷ୍ଟ ୫ କିମ୍ବା ତା ପୂର୍ବରୁ ଟିକେଟ୍ ବୁକ୍ କରିଥିବେ। ଏୟାର ଇଣ୍ଡିଆରେ ଆମର ଗ୍ରାହକ ଏବଂ କ୍ରିଉଙ୍କ ସୁରକ୍ଷା ହେଉଛି ସର୍ବୋଚ୍ଚ ପ୍ରାଥମିକତା ବୋଲି ଏୟାର ଇଣ୍ଡିଆ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ଏସ ଜୟଶଙ୍କର ରାଜ୍ୟସଭାରେ କହିଛନ୍ତି ଯେ ବାଂଲାଦେଶରେ ପ୍ରାୟ ୧୯ ହଜାର ଭାରତୀୟ ଅଛନ୍ତି, ସେମାନଙ୍କ ମଧ୍ୟରୁ ୯ ହଜାର ଛାତ୍ର। ସେ କହିଛନ୍ତି ଯେ ଅଧିକାଂଶ ଛାତ୍ର ଜୁନ୍-ଜୁଲାଇ ମାସରେ ଭାରତ ଫେରିଥିଲେ। ଢାକାରେ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ସହ ଭାରତ ସରକାର ଯୋଗାଯୋଗ କରୁଛନ୍ତି।ପ୍ରକାଶଥାଉକି ବାଂଲାଦେଶରେ ସ୍ଥିତିକୁ ଦୃଷ୍ଟିରେ ରଖି ସୋମବାର ବଡ଼ ପଦକ୍ଷେପ ନେଇଥିଲା ଭାରତୀୟ ରେଲଓ୍ୱେ। କୋଲକାତା-ଢାକା-କୋଲକାତା ମୈତ୍ରୀ ଏକ୍ସପ୍ରେସ ସମେତ ବାଂଲାଦେଶ ଯାଉଥିବା ସମସ୍ତ ଟ୍ରେନକୁ ଅଗଷ୍ଟ ୬ ପର୍ଯ୍ୟନ୍ତ ବାତିଲ କରିଛି ରେଳବାଇ। ସେହିପରି ବାଂଲାଦେଶରେ ସ୍ଥିତିକୁ ଦେଖି ଢ଼ାକାକୁ ଯାଉଥିବା ଏୟାର ଇଣ୍ଡିଆର ସମ
ନୂଆଦିଲ୍ଲୀ: ଢାକାରୁ ବିମାନସେବା ଆରମ୍ଭ କରିବ ଏୟାର ଇଣ୍ଡିଆ। ମଙ୍ଗଳବାର ଦିଲ୍ଲୀ-ଢ଼ାକା-ଦିଲ୍ଲୀ ସେକ୍ଟରରେ AI237/ 238ର ବିମାନ ଭାରତ ଅଭିମୁଖେ ଉଡାଣ ଭରିବ। ଏହା ସହିତ, ଢାକାରେ ପରିସ୍ଥିତି ଯୋଗୁଁ ଏୟାର ଇଣ୍ଡିଆ ଗ୍ରାହକମାନଙ୍କୁ ୪ ରୁ ୭ ଅଗଷ୍ଟ ମଧ୍ୟରେ ଢାକା ଆସୁଥିବା କିମ୍ବା ଯାଉଥିବା ଏୟାର ଇଣ୍ଡିଆ ବିମାନରେ ବୁକିଂ ସହିତ ରିସିଡ୍ୟୁଲ ଉପରେ ରିହାତି ପ୍ରଦାନ କରୁଛି, ଯଦି ସେମାନେ ଏହା କରିବାକୁ ଚାହାଁନ୍ତି। ଅଗଷ୍ଟ ୫ କିମ୍ବା ତା ପୂର୍ବରୁ ଟିକେଟ୍ ବୁକ୍ କରିଥିବେ। ଏୟାର ଇଣ୍ଡିଆରେ ଆମର ଗ୍ରାହକ ଏବଂ କ୍ରିଉଙ୍କ ସୁରକ୍ଷା ହେଉଛି ସର୍ବୋଚ୍ଚ ପ୍ରାଥମିକତା ବୋଲି ଏୟାର ଇଣ୍ଡିଆ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି।
ଏସ ଜୟଶଙ୍କର ରାଜ୍ୟସଭାରେ କହିଛନ୍ତି ଯେ ବାଂଲାଦେଶରେ ପ୍ରାୟ ୧୯ ହଜାର ଭାରତୀୟ ଅଛନ୍ତି, ସେମାନଙ୍କ ମଧ୍ୟରୁ ୯ ହଜାର ଛାତ୍ର। ସେ କହିଛନ୍ତି ଯେ ଅଧିକାଂଶ ଛାତ୍ର ଜୁନ୍-ଜୁଲାଇ ମାସରେ ଭାରତ ଫେରିଥିଲେ। ଢାକାରେ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ସହ ଭାରତ ସରକାର ଯୋଗାଯୋଗ କରୁଛନ୍ତି।
ପ୍ରକାଶଥାଉକି ବାଂଲାଦେଶରେ ସ୍ଥିତିକୁ ଦୃଷ୍ଟିରେ ରଖି ସୋମବାର ବଡ଼ ପଦକ୍ଷେପ ନେଇଥିଲା ଭାରତୀୟ ରେଲଓ୍ୱେ। କୋଲକାତା-ଢାକା-କୋଲକାତା ମୈତ୍ରୀ ଏକ୍ସପ୍ରେସ ସମେତ ବାଂଲାଦେଶ ଯାଉଥିବା ସମସ୍ତ ଟ୍ରେନକୁ ଅଗଷ୍ଟ ୬ ପର୍ଯ୍ୟନ୍ତ ବାତିଲ କରିଛି ରେଳବାଇ। ସେହିପରି ବାଂଲାଦେଶରେ ସ୍ଥିତିକୁ ଦେଖି ଢ଼ାକାକୁ ଯାଉଥିବା ଏୟାର ଇଣ୍ଡିଆର ସମସ୍ତ ବିମାନ ବାତିଲ ହୋଇଛି।