ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍ଭାଇଜରି ଜାରି କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ, ମେଟା ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରୁ କେନ୍ଦ୍ର ସରକାର ଏ ଦିଗରେ ସହାୟତା ଲୋଡ଼ିଛନ୍ତି। ଆଇଟି ମନ୍ତ୍ରଣାଳୟ ଦୃଢ଼ ଭାବେ କହିଛି ଯେ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ୨୦୨୧ ଆଇଟି ନିୟମ ଅନୁଯାୟୀ, ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ପଡ଼ିବ, ଯାହା […] The post ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର appeared first on Dharitri Odia News.
ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍ଭାଇଜରି ଜାରି କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ, ମେଟା ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରୁ କେନ୍ଦ୍ର ସରକାର ଏ ଦିଗରେ ସହାୟତା ଲୋଡ଼ିଛନ୍ତି।
ଆଇଟି ମନ୍ତ୍ରଣାଳୟ ଦୃଢ଼ ଭାବେ କହିଛି ଯେ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ୨୦୨୧ ଆଇଟି ନିୟମ ଅନୁଯାୟୀ, ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ପଡ଼ିବ, ଯାହା ଦ୍ୱାରା କୌଣସି ହୋଷ୍ଟ, ଅପଲୋଡ୍, ଶେୟାର ଇତ୍ୟାଦି ଅନୁମତି ଦିଆଯିବ ନାହିଁ।
ମନ୍ତ୍ରଣାଳୟ କହିଛି, ଏହି ପରିପ୍ରେକ୍ଷୀରେ ଏହା ମନେ ରଖିବା ଉଚିତ ଯେ ସୋସିଆଲ ମିଡିଆ ମଧ୍ୟସ୍ଥିଙ୍କ ସହିତ ମଧ୍ୟସ୍ଥିମାନେ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ, ୨୦୦୦ (ଆଇଟି ଆକ୍ଟ) ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା (ମଧ୍ୟସ୍ଥି ଗାଇଡ୍ଲାଇନ୍ ଏବଂ ଡିଜିଟାଲ ମିଡିଆ ଆଚରଣ ସଂହିତା) ନିୟମ, ୨୦୨୧ (ଆଇଟି) ଦ୍ୱାରା ପରିଚାଳିତ। ନିୟମ (୨୦୨୧) ଏହା ଅଧୀନରେ, ଏପରି ଭୁଲ୍ ତଥ୍ୟକୁ ତୁରନ୍ତ ହଟାଇବା ସମସ୍ତ ପ୍ଲାଟ୍ଫର୍ମର ଦାୟିତ୍ୱ ଅଟେ। ଯାହା ରାଜ୍ୟର ଜନଶୃଙ୍ଖଳା ତଥା ସୁରକ୍ଷା ଉପରେ ପ୍ରଭାବ ପକାଇଥାଏ।
The post ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର appeared first on Dharitri Odia News.