ବିମାନଟି ଲ୍ୟାଣ୍ଡ କରିବା ଭଳି ଲାଗିଲା ... ଅହମ୍ମଦାବାଦ ପ୍ଲେନ କ୍ରାସ୍‌ର ଭିଡ଼ିଓ କରୁଥିବା ପିଲା କହିଲେ ପୂରା ଘଟଣା

ନୂଆଦିଲ୍ଲୀ : ଗୁଜରାଟର ଅହମ୍ମଦାବାଦରେ ହୋଇଥିବା ବିମାନ ଦୁର୍ଘଟଣା ପରେ ଲୋକେ ଯେବେ ଏହା ବିଷୟରେ ଖୋଜିବା ଆରମ୍ଭ କଲେ , ତ ସର୍ବ ପ୍ରଥମେ ଏକ ଭିଡ଼ିଓ ସାମ୍ନାକୁ ଆସିଥିଲା। ଦେଖୁ ଦେଖୁ ଏହି ଭିଡ଼ିଓ ଭାଇରାଲ ହୋଇଗଲା। ଏହି ଭିଡ଼ିଓକୁ ଜଣେ ୧୭ବର୍ଷ ବୟସର ପିଲା ନିଜ ଫୋନ୍‌ରେ ରେକର୍ଡ କରି ଥିଲେ। ଆର୍ଯ୍ୟନ ଅସାରୀ ନାମକ ପିଲାଟି ଏହି ଘଟଣା ବିଷୟରେ କହିଛନ୍ତି ଯେ, ସେ ଭାବିଲେ କି ପ୍ଲେନ ଏତେ ତଳେ ଥିଲା ଯେ, ମୋତେ ଲାଗିଲା ଲ୍ୟାଣ୍ଡ କରିବାକୁ ଯାଉଛି, କିନ୍ତୁ ସେହି ସ୍ଥାନରେ ସେ ଖସି ପଡ଼ିଲା ଏବଂ ସେଥିରେ ନିଆଁ ଲାଗି ଗଲା। ସ୍ଥାନୀୟ ପୁଲିସ ବି ଭାଇରାଲ ଭିଡ଼ିଓକୁ ଯାଞ୍ଚ କରି ଆର୍ଯ୍ୟନ ପାଖରେ ପହଞ୍ଚିଲା ଏବଂ ତାଙ୍କୁ ଏହି ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ଶୀ ଦର୍ଶାଇ ତାଙ୍କର ବୟାନ ରେକର୍ଡ କରିଥିଲା। ନ୍ୟୁଜ୍‌ ଏଜେନ୍ସି ଏଏନଆଇ ସହ କଥାବାର୍ତ୍ତା କରି ଆର୍ଯ୍ୟନ କହିଛନ୍ତି ଯେ , ବିମାନ ବହୁତ ଅଧିକ ପାଖରେ ଯାଉଥିଲା। ଏଥିପାଇଁ ମୋର ମନେ ହେଲା କି ଲ୍ୟାଣ୍ଡ କରିବ। ଏହି କାରଣରୁ ମୁଁ ନିଜର ବନ୍ଧୁଙ୍କୁ ଦେଖାଇବା ଉଦ୍ଦେଶ୍ୟରେ ଏହାର ଭିଡ଼ିଓ କରିବା ଆରମ୍ଭ କରି ଦେଇ ଥିଲି।ଆର୍ଯ୍ୟନ କହିଛନ୍ତି , ବିମାନଟି ତଳକୁ ତଳକୁ ଯାଉଥିଲା, ମୋତେ ଲାଗିଲା କି ତାହା ଏୟାରପୋର୍ଟରେ ଲ୍ୟାଣ୍ଡ କରିବାକୁ ଯାଇଛି...କିନ୍ତୁ ତାହା ଯେମିତି ତଳକୁ ଚାଲିଗଲା, ଏହାପରେ ଏକ ବଡ଼ ବିସ୍ଫୋରଣ ହେଲା ଏବଂ ନିଆଁର ପିଣ୍ଡୁଳା ଉପରକୁ ଉଠିଲା। ମୁଁ ଏହାପରେ ଖୁବ୍‌ ଡ଼

ବିମାନଟି ଲ୍ୟାଣ୍ଡ କରିବା ଭଳି ଲାଗିଲା ... ଅହମ୍ମଦାବାଦ ପ୍ଲେନ କ୍ରାସ୍‌ର ଭିଡ଼ିଓ କରୁଥିବା ପିଲା କହିଲେ ପୂରା ଘଟଣା

ନୂଆଦିଲ୍ଲୀ : ଗୁଜରାଟର ଅହମ୍ମଦାବାଦରେ ହୋଇଥିବା ବିମାନ ଦୁର୍ଘଟଣା ପରେ ଲୋକେ ଯେବେ ଏହା ବିଷୟରେ ଖୋଜିବା ଆରମ୍ଭ କଲେ , ତ ସର୍ବ ପ୍ରଥମେ ଏକ ଭିଡ଼ିଓ ସାମ୍ନାକୁ ଆସିଥିଲା। ଦେଖୁ ଦେଖୁ ଏହି ଭିଡ଼ିଓ ଭାଇରାଲ ହୋଇଗଲା। ଏହି ଭିଡ଼ିଓକୁ ଜଣେ ୧୭ବର୍ଷ ବୟସର ପିଲା ନିଜ ଫୋନ୍‌ରେ ରେକର୍ଡ କରି ଥିଲେ। ଆର୍ଯ୍ୟନ ଅସାରୀ ନାମକ ପିଲାଟି ଏହି ଘଟଣା ବିଷୟରେ କହିଛନ୍ତି ଯେ, ସେ ଭାବିଲେ କି ପ୍ଲେନ ଏତେ ତଳେ ଥିଲା ଯେ, ମୋତେ ଲାଗିଲା ଲ୍ୟାଣ୍ଡ କରିବାକୁ ଯାଉଛି, କିନ୍ତୁ ସେହି ସ୍ଥାନରେ ସେ ଖସି ପଡ଼ିଲା ଏବଂ ସେଥିରେ ନିଆଁ ଲାଗି ଗଲା। ସ୍ଥାନୀୟ ପୁଲିସ ବି ଭାଇରାଲ ଭିଡ଼ିଓକୁ ଯାଞ୍ଚ କରି ଆର୍ଯ୍ୟନ ପାଖରେ ପହଞ୍ଚିଲା ଏବଂ ତାଙ୍କୁ ଏହି ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ଶୀ ଦର୍ଶାଇ ତାଙ୍କର ବୟାନ ରେକର୍ଡ କରିଥିଲା। 

ନ୍ୟୁଜ୍‌ ଏଜେନ୍ସି ଏଏନଆଇ ସହ କଥାବାର୍ତ୍ତା କରି ଆର୍ଯ୍ୟନ କହିଛନ୍ତି ଯେ , ବିମାନ ବହୁତ ଅଧିକ ପାଖରେ ଯାଉଥିଲା। ଏଥିପାଇଁ ମୋର ମନେ ହେଲା କି ଲ୍ୟାଣ୍ଡ କରିବ। ଏହି କାରଣରୁ ମୁଁ ନିଜର ବନ୍ଧୁଙ୍କୁ ଦେଖାଇବା ଉଦ୍ଦେଶ୍ୟରେ ଏହାର ଭିଡ଼ିଓ କରିବା ଆରମ୍ଭ କରି ଦେଇ ଥିଲି।

ଆର୍ଯ୍ୟନ କହିଛନ୍ତି , ବିମାନଟି ତଳକୁ ତଳକୁ ଯାଉଥିଲା, ମୋତେ ଲାଗିଲା କି ତାହା ଏୟାରପୋର୍ଟରେ ଲ୍ୟାଣ୍ଡ କରିବାକୁ ଯାଇଛି...କିନ୍ତୁ ତାହା ଯେମିତି ତଳକୁ ଚାଲିଗଲା, ଏହାପରେ ଏକ ବଡ଼ ବିସ୍ଫୋରଣ ହେଲା ଏବଂ ନିଆଁର ପିଣ୍ଡୁଳା ଉପରକୁ ଉଠିଲା। ମୁଁ ଏହାପରେ ଖୁବ୍‌ ଡ଼ରି ଯାଇଥିଲି... ପରେ ମୁଁ ଏହି ଭିଡ଼ିଓ ମୋର ଭଉଣୀ ଓ ବାପାଙ୍କୁ ଦେଖାଇଲି।

ଆର୍ଯ୍ୟନ କହିଛନ୍ତି , ମୁଁ ନିକଟରେ ନିଜର ୧୧ତମ ଶ୍ରେଣୀର ପରୀକ୍ଷା ଦେଇଛି। ଏଠାକୁ ମୁଁ ଦ୍ୱାଦଶ ଶ୍ରେଣୀର ବହି ନେବାକୁ ଆସିଥିଲି। ଏହି କାରଣରୁ ମୁଁ ଏଠାରେ ବାପାଙ୍କ ଭଡ଼ା ଘରକୁ ଆସିଥିଲି।

ପିଟିଆଇ ସହ କଥା ହୋଇ ଆର୍ଯ୍ୟନଙ୍କର ଭଉଣୀ କହିଛନ୍ତି , ଘଟଣାର ଭିଡ଼ିଓ ଯେତେବେଳେ ସେ ମୋତେ ଦେଖାଇଲା ତ ତାହା ଖୁବ୍‌ ଭୟଙ୍କର ଥିଲା। ଏବେ ଆମେ ଏହି ଅଞ୍ଚଳରେ ରହିବାକୁ ଚାହୁଁନି , କାରଣ ଏହି ଅଞ୍ଚଳ ବହୁତ ବିପଜ୍ଜନକ। ଘଟଣା ଦିନ ଆର୍ଯ୍ୟନ ଦିନସାରା ଚିନ୍ତାରେ ଥିଲେ ଏବଂ ରାତିରେ କିଛି ବି ଖାଇଲେ ନାହିଁ।

କହି ରଖୁଛୁ କି, ଆର୍ଯ୍ୟନଙ୍କ ପିତା ଆର୍ମିରୁ ଅବସର ନେଇଛନ୍ତି। ନିକଟରେ ସେ ଅହମ୍ମଦାବାଦ ମେଟ୍ରୋରେ ସିକ୍ୟୁରିଟି ଗାର୍ଡ ଚାକିରି କରି ଥିଲେ। ଏଥିପାଇଁ ସେ ନିଜ ଗାଁରୁ ଦୂର ଅହମ୍ମଦାବାଦର ମେଘନିନଗର ଅଞ୍ଚଳରେ ଭଡ଼ାରେ ଘର ନେଇ ରହୁଛନ୍ତି। 

ଆର୍ଯ୍ୟନଙ୍କ ବାପାଙ୍କର ଘର ମାଲିକ ମଧ୍ୟ ଏହି ଘଟଣା ବିଷୟରେ କହି ଥିଲେ ଯେ, ଆର୍ଯ୍ୟନ ପ୍ରଥମ ଥର ଅହମ୍ମଦାବାଦ ଆସି ଥିଲେ। ତାଙ୍କ ଆସିବାର କିଛି ସମୟ ପରେ ଏହି ଦୁର୍ଘଟଣା ହୋଇଥିଲା। ପିଲାମାନେ ଛାତରେ ଥିଲେ। ସେଠାରେ ଆର୍ଯ୍ୟନ ମଧ୍ୟ ଉପସ୍ଥିତ ଥିଲେ। କାରଣ ସେ ପ୍ରଥମ ଥର ଏତେ ପାଖରୁ ପ୍ଲେନକୁ ଉଡ଼ିବାର ଦେଖୁ ଥିଲା , ଏଥିପାଇଁ ସେ ନିଜର ବନ୍ଧୁଙ୍କୁ ଦେଖାଇବା ପାଇଁ ଭିଡ଼ିଓ କରିବା ଆରମ୍ଭ କରିଦେଇ ଥିଲେ , କିନ୍ତୁ  କିଛି ସମୟ ପରେ ପ୍ଲେନ କ୍ରାସ୍‌ ହୋଇଗଲା ଏବଂ ଚାରିଆଡ଼େ ଖାଲି ଧୂଆଁମୟ ହୋଇଗଲା।