ବିମାନବନ୍ଦରରେ ଅଟକ ରହିଲେ ଇଂଲଣ୍ଡ ଖେଳାଳି
ରାଜକୋଟ,୧୩।୨: ଇଂଲଣ୍ଡ କ୍ରିକେଟ ଦଳର ସ୍ପିନର ରେହାନ ଅହମ୍ମଦଙ୍କୁ ରାଜକୋଟ ବିମାନ ବନ୍ଦରରେ ଅଟକାଯାଇଥିଲା। ସେ ଆବୁଧାବିରୁ ଭାରତ ଫେରିଥିଲେ। ଦ୍ୱିତୀୟ ଟେଷ୍ଟ ପରେ ଇଂଲଣ୍ଡ ଦଳ ଆବୁଧାବି ଯାଇଥିଲା। ଏବେ ତୃତୀୟ ଟେଷ୍ଟ ପାଇଁ ସେମାନେ ଫେରିଛନ୍ତି। ରେହାନ ଅହମ୍ମଦଙ୍କ ଭିଜା ସମସ୍ୟା ହୋଇଥିଲା। ସେ ଭୁଲ ଭିଜା ନେଇ ଭାରତ ଆସିଛନ୍ତି। ଏହି କାରଣରୁ ତାଙ୍କୁ ବିମାନ ବନ୍ଦରରେ ୨ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିଥିଲା। ଟେଷ୍ଟ ସିରିଜର ତୃତୀୟ ମ୍ୟାଚ […] The post ବିମାନବନ୍ଦରରେ ଅଟକ ରହିଲେ ଇଂଲଣ୍ଡ ଖେଳାଳି appeared first on Dharitri Odia News.
ରାଜକୋଟ,୧୩।୨: ଇଂଲଣ୍ଡ କ୍ରିକେଟ ଦଳର ସ୍ପିନର ରେହାନ ଅହମ୍ମଦଙ୍କୁ ରାଜକୋଟ ବିମାନ ବନ୍ଦରରେ ଅଟକାଯାଇଥିଲା। ସେ ଆବୁଧାବିରୁ ଭାରତ ଫେରିଥିଲେ। ଦ୍ୱିତୀୟ ଟେଷ୍ଟ ପରେ ଇଂଲଣ୍ଡ ଦଳ ଆବୁଧାବି ଯାଇଥିଲା। ଏବେ ତୃତୀୟ ଟେଷ୍ଟ ପାଇଁ ସେମାନେ ଫେରିଛନ୍ତି। ରେହାନ ଅହମ୍ମଦଙ୍କ ଭିଜା ସମସ୍ୟା ହୋଇଥିଲା। ସେ ଭୁଲ ଭିଜା ନେଇ ଭାରତ ଆସିଛନ୍ତି। ଏହି କାରଣରୁ ତାଙ୍କୁ ବିମାନ ବନ୍ଦରରେ ୨ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିଥିଲା। ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଫେବୃଆରୀ ୧୫ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରାଜକୋଟରେ ଖେଳାଯିବ।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ସିରିଜରେ ଦ୍ୱିତୀୟ ଏବଂ ତୃତୀୟ ଟେଷ୍ଟ ମଧ୍ୟରେ ଅନେକ ଦିନର ବ୍ୟବଧାନ ରହିଥିଲା। ଏହି କାରଣରୁ ଇଂଲଣ୍ଡ ଖେଳାଳିମାନେ ଆବୁଧାବି ଯାଇଥିଲେ। ଏଠାରେ ସେ ନିଜ ପରିବାର ସହିତ ସମୟ ବିତାଇଥିଲେ। ଏହା ପରେ ଦଳ ଭାରତକୁ ଫେରି ଆସିଥିଲା। ରେହାନ ସିଙ୍ଗଲ୍ ଭିସା ନେଇ ଭାରତ ଆସିଥିଲେ। ଏହି କାରଣରୁ ବିମାନବନ୍ଦରରେ ତାଙ୍କୁ ଅଟକ ରଖାଯାଇଥିଲା। ତେବେ ଏହା ପରେ ଇଂଲଣ୍ଡ କ୍ରିକେଟ ବୋର୍ଡ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭିଜା ମଞ୍ଜୁର କରିଥିଲା। କିନ୍ତୁ ଏହି ସମୟରେ ରେହାନ ଅହମ୍ମଦଙ୍କୁ ବିମାନ ବନ୍ଦରରେ ପ୍ରାୟ ୨ ଘଣ୍ଟା ଅପେକ୍ଷା କରିବାକୁ ପଡିଥିଲା।
ଏହାପୂର୍ବରୁ ଶୋଏବ ବଶୀରଙ୍କୁ ଭିଜା କାରଣରୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା। ବଶୀର ଭିଜା ପାଇଁ ବହୁ ପୂର୍ବରୁ ଆବେଦନ କରିଥିଲେ। କିନ୍ତୁ ସେ ବହୁତ ବିଳମ୍ବରେ ଅନୁମୋଦନ ପାଇଲେ। ବଶୀରଙ୍କ ପରେ ବର୍ତ୍ତମାନ ରେହାନଙ୍କୁ ଭିସା କାରଣରୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ।
The post ବିମାନବନ୍ଦରରେ ଅଟକ ରହିଲେ ଇଂଲଣ୍ଡ ଖେଳାଳି appeared first on Dharitri Odia News.