ବିମାନବନ୍ଦରରେ ମିଳିଲାନି ହ୍ବିଲ୍ ଚେୟାର; ଦେଢ କି.ମି. ଚାଲିବା ପରେ ବୃଦ୍ଧ ମୃତ

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ ଅଭାବନୀୟ ଘଟଣା । ଆବଶ୍ୟକ ହ୍ବିଲ୍ ଚେୟାର ଉପଲବ୍ଧ ନହେବାରୁ ଚାଲିଗଲା ବୃଦ୍ଧଙ୍କ ଜୀବନ । ଜଣେ ୮୦ ବର୍ଷୀୟ ବୟସ୍କଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବୃଦ୍ଧ ଜଣଙ୍କ ତାଙ୍କ ପତ୍ନୀଙ୍କ ସହିତ ନ୍ୟୁୟର୍କରୁ ମୁମ୍ବାଇ ଆସିଥିଲେ । ଏୟାର ଇଣ୍ଡିଆରେ ଉଭୟଙ୍କର ହ୍ବିଲ୍ ଚେୟାର ଟିକେଟ୍ ମଧ୍ୟ ହୋଇଥିଲା । ସୋମବାର ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିବା ପରେ ଇମିଗ୍ରେସନ୍ କାଉଣ୍ଟରରେ ଅଚାନକ ପଡ଼ିଯାଇଥିଲେ । ପରେ ତାଙ୍କ ମୃତ୍ୟୁ ହୋଇଛି ।    