ବିମାନରେ ଚାଲିଲା ଅଶ୍ଲୀଳ ଫିଲ୍ମ, କାମ ଦେଲାନି ରିମୋଟ୍‌ କଣ୍ଟ୍ରୋଲ

ନୂଆଦିଲ୍ଲୀ: ବିମାନ ଯାତ୍ରା ବେଳେ ଅପ୍ରୀତିକର ପରିସ୍ଥିତି। ଟିଭିରେ ଚାଲିଲା ଅଶ୍ଲୀଳ ଚଳଚ୍ଚିତ୍ର। ଅଷ୍ଟ୍ରେଲିଆର ସିଡନୀରୁ ଜାପାନର ହାନେଡାକୁ ଯାଉଥିବା ବିମାନରେ ଏଭଳି ଘଟଣା ଘଟିଛି। ପ୍ଲାଇଟ-QF59ରେ ଥିବା ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ବିଶେଷ କରି ପିଲା ଓ ପରିବାର ସହ ଯାଉଥିବା ଯାତ୍ରୀମାନଙ୍କ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆର-ରେଟିଂ ଫିଲ୍ମଟି ହେଲା ଡ୍ୟାଡିଓ, ୨୦୨୩ରେ ଏହି ଫିଲ୍ମ ରିଲିଜ୍‌ ହୋଇଥିଲା। ଯେଉଁଥିରେ ହଲିଉଡ ଅଭିନେତା ଡାକୋଟା ଜନସନ ଏବଂ ସଚିନ ପେନ୍ ଅଭିନୟ କରିଥିଲେ।  ଏହି ଚଳଚ୍ଚିତ୍ରରେ ନଗ୍ନତା, ଯୌନ ବିଷୟବସ୍ତୁ ଏବଂ ଅଶ୍ଲୀଳତାର ଦୃଶ୍ୟ ମଧ୍ୟ ରହିଛି।ରେଡିଟ୍‌ରେ ଜଣେ ଯାତ୍ରୀ ଲେଖିଛନ୍ତି, "ଏହାକୁ ପଜ୍‌ କିମ୍ବା ରିମୁଭ୍‌ କିମ୍ବା ଷ୍ଟପ୍‌ ଉପରେ କ୍ଲିକ୍‌ କରିବା ଅସମ୍ଭବ ଥିଲା। ସବୁଠାରୁ ଖରାପ କଥା ହେଲା ଚଳଚ୍ଚିତ୍ରଟି ଅତ୍ୟନ୍ତ ଅନୁପଯୁକ୍ତ ଥିଲା।" ଏଥିରେ ଗ୍ରାଫିକ୍ସ ନଗ୍ନତା ଥିଲା।  ବିଶେଷକରି ପରିବାର ଏବଂ ପିଲାମାନଙ୍କ ସହିତ ଏହା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଅସହଜ ଥିଲା ବୋଲି ଉପଭୋକ୍ତା କହିଛନ୍ତି। ଯାତ୍ରୀମାନେ କହିଛନ୍ତି ଯେ ପ୍ରାୟ ଏକ ଘଣ୍ଟା ପରେ କ୍ରୁ ମେମ୍ବର ଫିଲ୍ମ ପରିବର୍ତ୍ତନ କରିଥିଲେ। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏପରି ହୋଇଥିବା କୁହାଯାଇଛି। 

ବିମାନରେ ଚାଲିଲା ଅଶ୍ଲୀଳ ଫିଲ୍ମ, କାମ ଦେଲାନି ରିମୋଟ୍‌ କଣ୍ଟ୍ରୋଲ

ନୂଆଦିଲ୍ଲୀ: ବିମାନ ଯାତ୍ରା ବେଳେ ଅପ୍ରୀତିକର ପରିସ୍ଥିତି। ଟିଭିରେ ଚାଲିଲା ଅଶ୍ଲୀଳ ଚଳଚ୍ଚିତ୍ର। ଅଷ୍ଟ୍ରେଲିଆର ସିଡନୀରୁ ଜାପାନର ହାନେଡାକୁ ଯାଉଥିବା ବିମାନରେ ଏଭଳି ଘଟଣା ଘଟିଛି। ପ୍ଲାଇଟ-QF59ରେ ଥିବା ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ବିଶେଷ କରି ପିଲା ଓ ପରିବାର ସହ ଯାଉଥିବା ଯାତ୍ରୀମାନଙ୍କ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। 

ଆର-ରେଟିଂ ଫିଲ୍ମଟି ହେଲା ଡ୍ୟାଡିଓ, ୨୦୨୩ରେ ଏହି ଫିଲ୍ମ ରିଲିଜ୍‌ ହୋଇଥିଲା। ଯେଉଁଥିରେ ହଲିଉଡ ଅଭିନେତା ଡାକୋଟା ଜନସନ ଏବଂ ସଚିନ ପେନ୍ ଅଭିନୟ କରିଥିଲେ।  ଏହି ଚଳଚ୍ଚିତ୍ରରେ ନଗ୍ନତା, ଯୌନ ବିଷୟବସ୍ତୁ ଏବଂ ଅଶ୍ଲୀଳତାର ଦୃଶ୍ୟ ମଧ୍ୟ ରହିଛି।

ରେଡିଟ୍‌ରେ ଜଣେ ଯାତ୍ରୀ ଲେଖିଛନ୍ତି, "ଏହାକୁ ପଜ୍‌ କିମ୍ବା ରିମୁଭ୍‌ କିମ୍ବା ଷ୍ଟପ୍‌ ଉପରେ କ୍ଲିକ୍‌ କରିବା ଅସମ୍ଭବ ଥିଲା। ସବୁଠାରୁ ଖରାପ କଥା ହେଲା ଚଳଚ୍ଚିତ୍ରଟି ଅତ୍ୟନ୍ତ ଅନୁପଯୁକ୍ତ ଥିଲା।" ଏଥିରେ ଗ୍ରାଫିକ୍ସ ନଗ୍ନତା ଥିଲା।  ବିଶେଷକରି ପରିବାର ଏବଂ ପିଲାମାନଙ୍କ ସହିତ ଏହା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଅସହଜ ଥିଲା ବୋଲି ଉପଭୋକ୍ତା କହିଛନ୍ତି। ଯାତ୍ରୀମାନେ କହିଛନ୍ତି ଯେ ପ୍ରାୟ ଏକ ଘଣ୍ଟା ପରେ କ୍ରୁ ମେମ୍ବର ଫିଲ୍ମ ପରିବର୍ତ୍ତନ କରିଥିଲେ। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏପରି ହୋଇଥିବା କୁହାଯାଇଛି।