ବିମାନରେ ଲାଗିଲା ନିଆଁ, ସୁରକ୍ଷିତ ଉଦ୍ଧାର ହେଲେ ୨୭୬ ଯାତ୍ରୀ

ଇସଲାମାବାଦ,୧୧।୭: ପାକିସ୍ତାନ ପେଶାଓ୍ବରର ବାଚା ଖାନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୌଦି ଏୟାରଲାଇନ୍ସର ଏକ ବିମାନରେ ନିଆଁ ଲାଗିଯାଇଥିଲା। ବିମାନରେ ପ୍ରାୟ ୩୦୦ଲୋକ ଥିଲେ। ଏହି ବିମାନ ସୌଦି ଆରବର ରିୟାଦରୁ ପେଶାଓ୍ବରରେ ପହଞ୍ଚିଥିଲା। ଅଧିକାରୀ କହିଛନ୍ତି ଯେ ବିମାନର ଲ୍ୟାଣ୍ଡିଂ ଗିୟରରେ ନିଆଁ ଲାଗିଯାଇଥିଲା। ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ନିଆଯାଇଥିଲା। ସୂଚନାଯୋଗ୍ୟ, ସୌଦି ଏୟାରଲାଇନ୍ସର ୭୯୨ବିମାନ ଗୁରୁବାର ସକାଳେ ପେଶାଓ୍ବର ବିମାନବନ୍ଦରରେ ଅବତରଣ କରିଛି। ଅବତରଣ ସମୟରେ, ଯେତେବେଳେ […] The post ବିମାନରେ ଲାଗିଲା ନିଆଁ, ସୁରକ୍ଷିତ ଉଦ୍ଧାର ହେଲେ ୨୭୬ ଯାତ୍ରୀ appeared first on Dharitri Odia News.

ବିମାନରେ ଲାଗିଲା ନିଆଁ, ସୁରକ୍ଷିତ ଉଦ୍ଧାର ହେଲେ ୨୭୬ ଯାତ୍ରୀ

ଇସଲାମାବାଦ,୧୧।୭: ପାକିସ୍ତାନ ପେଶାଓ୍ବରର ବାଚା ଖାନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୌଦି ଏୟାରଲାଇନ୍ସର ଏକ ବିମାନରେ ନିଆଁ ଲାଗିଯାଇଥିଲା। ବିମାନରେ ପ୍ରାୟ ୩୦୦ଲୋକ ଥିଲେ। ଏହି ବିମାନ ସୌଦି ଆରବର ରିୟାଦରୁ ପେଶାଓ୍ବରରେ ପହଞ୍ଚିଥିଲା। ଅଧିକାରୀ କହିଛନ୍ତି ଯେ ବିମାନର ଲ୍ୟାଣ୍ଡିଂ ଗିୟରରେ ନିଆଁ ଲାଗିଯାଇଥିଲା। ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ନିଆଯାଇଥିଲା। ସୂଚନାଯୋଗ୍ୟ, ସୌଦି ଏୟାରଲାଇନ୍ସର ୭୯୨ବିମାନ ଗୁରୁବାର ସକାଳେ ପେଶାଓ୍ବର ବିମାନବନ୍ଦରରେ ଅବତରଣ କରିଛି। ଅବତରଣ ସମୟରେ, ଯେତେବେଳେ ବିମାନଟି ରନୱେରେ ଏକ ଲୁପ ଅନ କରୁଥିଲା, ଏହାର ବାମ ଅବତରଣ ଗିୟରରେ ଧୂଆଁ ଦେଖାଯାଇଥିଲା। ଅଧିକାରୀମାନେ କିଛି ବୁଝିବା ପୂର୍ବରୁ ନିଆଁ ଲାଗିବା ଆରମ୍ଭ କଲା। ତେବେ ଅଧିକାରୀଙ୍କ ତତ୍ପରତା ହେତୁ ନିଆଁକୁ ଆୟତ୍ତ କରାଯାଇଥିଲା ଏବଂ ଲୋକଙ୍କୁ ସୁରକ୍ଷିତ ଭାବେ ବିମାନରୁ ସ୍ଥାନାନ୍ତର କରାଯାଇଥିଲା।

The post ବିମାନରେ ଲାଗିଲା ନିଆଁ, ସୁରକ୍ଷିତ ଉଦ୍ଧାର ହେଲେ ୨୭୬ ଯାତ୍ରୀ appeared first on Dharitri Odia News.