ବିରଜା ପୀଠ ଦର୍ଶନ କରି ଫେରୁଥିବା ବେଳେ ୨ ଯୁବତୀଙ୍କୁ ଅସଦାଚରଣ

ଯାଜପୁରରେ ଦିଲ୍ଲୀରୁ ଆସିଥିବା ଯୁବତୀଙ୍କ ଅସଦାଚାରଣ ଅଭିଯୋଗ । ଓଡ଼ିଶା ବୁଲିବାକୁ ଆସିଥିବା ଯୁବତୀ ହେଲେ ଅସଦାଚରଣର ଶିକାର । ବିରଜା ପୀଠ ଦର୍ଶନ କରି ଫେରୁଥିବା ବେଳେ ଦଶରଥପୁର ଅଞ୍ଚଳରେ କରାଯାଇଛି ଅସଦାଚରଣ। ଏନେଇ ଦଶରଥପୁର ଥାନାରେ ଲିଖିତ ଅଭିଯୋଗ କଲେ ଯୁବତୀ । ଓଡିଶା ବୁଲିବାକୁ ଆସିଥିବା ବେଳେ ଦିଲ୍ଲୀ ଯୁବତୀଙ୍କୁ ଦୁଇ ଜଣ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ତେବେ ଦଶରଥପୁର ଥାନା ଅଧୀନ ତରାଙ୍ଗ ସାଗରପୁର ଗାଁର ଯୁବତୀ […] The post ବିରଜା ପୀଠ ଦର୍ଶନ କରି ଫେରୁଥିବା ବେଳେ ୨ ଯୁବତୀଙ୍କୁ ଅସଦାଚରଣ appeared first on KNews Odisha.

ବିରଜା ପୀଠ ଦର୍ଶନ କରି ଫେରୁଥିବା ବେଳେ ୨ ଯୁବତୀଙ୍କୁ ଅସଦାଚରଣ

ଯାଜପୁରରେ ଦିଲ୍ଲୀରୁ ଆସିଥିବା ଯୁବତୀଙ୍କ ଅସଦାଚାରଣ ଅଭିଯୋଗ । ଓଡ଼ିଶା ବୁଲିବାକୁ ଆସିଥିବା ଯୁବତୀ ହେଲେ ଅସଦାଚରଣର ଶିକାର । ବିରଜା ପୀଠ ଦର୍ଶନ କରି ଫେରୁଥିବା ବେଳେ ଦଶରଥପୁର ଅଞ୍ଚଳରେ କରାଯାଇଛି ଅସଦାଚରଣ। ଏନେଇ ଦଶରଥପୁର ଥାନାରେ ଲିଖିତ ଅଭିଯୋଗ କଲେ ଯୁବତୀ । ଓଡିଶା ବୁଲିବାକୁ ଆସିଥିବା ବେଳେ ଦିଲ୍ଲୀ ଯୁବତୀଙ୍କୁ ଦୁଇ ଜଣ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।

ତେବେ ଦଶରଥପୁର ଥାନା ଅଧୀନ ତରାଙ୍ଗ ସାଗରପୁର ଗାଁର ଯୁବତୀ ତାଙ୍କ ବାପାଙ୍କୁ ଶ୍ରାଦ୍ଧ ଦେବା ପାଇଁ ଆସିଥିଲେ । ତାଙ୍କ ସହ ଆସିଥିଲେ ଦିଲ୍ଲୀର ବାନ୍ଧବୀ । ଉଭୟ ଦିଲ୍ଲୀରେ ସାଙ୍ଗ ହୋଇ ପାଠ ପଢ଼ନ୍ତି । ଯୁବତୀଙ୍କ ସହ ତାଙ୍କ ବାନ୍ଧବୀ ଓଡିଶା ବୁଲିବାକୁ ଆସିଥିଲେ । ସେମାନେ ରବିବାର ସନ୍ଧ୍ୟାରେ ଆସିଥିଲେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କୁ ଦର୍ଶନ ପାଇଁ । ଦର୍ଶନ ସାରି ବସ ଯୋଗେ ଫେରିଥିଲେ । ତେବେ ବସରୁ ଓହ୍ଲାଇ ଭଦ୍ରକ ପଡିଆ ସିମେଣ୍ଟ ଗୋଦାମ ପାଖ ଦେଇ ଯାଉଥିବା ବେଳେ ଦୁଇ ଯୁବତୀଙ୍କୁ ଅସଦାଚରଣ କରିଥିଲେ ଦୁଇ ଜଣ ଯୁବକ । ଅଭିଯୋଗ ଅନୁଯାୟୀ ଯୁବକ ଦୁଇଜଣଙ୍କ ନାଁ ହେଉଛି ଅନିଲ ଜେନା ଏବଂ ନୀତେଶ ଜେନା । ଏହି ଦୁଇ ଯୁବକ ଯୁବତୀଙ୍କ ବାନ୍ଧବୀଙ୍କୁ ଅଟକାଇ ଅସଭ୍ୟ ଭାଷା କହିବା ସହ ତାଙ୍କ ହାତ ଏବଂ ପିନ୍ଧି ଥିବା ବସ୍ତ୍ରକୁ ଟଣା ଓଟରା କରିଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ପରେ ଦଶରଥପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ଦୁଇ ଅସାମାଜିକ ଯୁବକ ଫେରାର ହୋଇ ଯାଇଛନ୍ତି । ଏମାନଙ୍କୁ ପୋଲିସ ଧରିବା ପାଇଁ ତନାଘନା ଚଳାଇ ଥିବା ଯାଜପୁର ଏସଡିପିଓ ପ୍ରଶାନ୍ତ କୁମାର ମାଝୀ ସୂଚନା ଦେଇଛନ୍ତି ।

Also Read:ଟଙ୍କା ଲୁଟ୍ ଉଦ୍ଦେଶ୍ୟରେ ଯୁବକଙ୍କୁ ଗୁଳିମାଡ଼ : କୁଳିଅଣା ଥାନା ପୋଲିସର ତଦନ୍ତ ଜାରି

The post ବିରଜା ପୀଠ ଦର୍ଶନ କରି ଫେରୁଥିବା ବେଳେ ୨ ଯୁବତୀଙ୍କୁ ଅସଦାଚରଣ appeared first on KNews Odisha.