ବିରଞ୍ଚି ନାରାୟଣ ମନ୍ଦିର ପରିଦର୍ଶନରେ ଦକ୍ଷିଣାଞ୍ଚଳ ଆର୍ଡିସି
ବୁଗୁଡ଼ା,୧୩ା୬(କାଳୀଚରଣ ଦାଶ): ଦକ୍ଷିଣାଞ୍ଚଳ ଆରଡିସି ରୂପା ରୋଶନ ସାହୁ ବୁଗୁଡା ଗସ୍ତରେ ଆସିଥିଲେ। ଆରଡିସିଙ୍କ ଗସ୍ତ ସମୟରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା ସାମିଲ ଥିବାବେଳେ ସେ ପ୍ରଥମେ ବୁଗୁଡ଼ା ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲର ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଥିଲେ। ପରେ ବଡ଼ଦାଣ୍ଡସ୍ଥିତ ଐତିହାସିକ ଦ୍ବିତୀୟ ଅର୍କକ୍ଷେତ୍ର ତଥା କାଷ୍ଠ କୋଣାର୍କ ରୂପେ ବିବେଚିତ ବିରଞ୍ଚି ନାରାୟଣ ମନ୍ଦିର ଗସ୍ତ କରିଥିଲେ। ସେଠାରେ ସେ ମନ୍ଦିରର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ଅନୁଦାନର […] The post ବିରଞ୍ଚି ନାରାୟଣ ମନ୍ଦିର ପରିଦର୍ଶନରେ ଦକ୍ଷିଣାଞ୍ଚଳ ଆର୍ଡିସି appeared first on Dharitri Odia News.
ବୁଗୁଡ଼ା,୧୩ା୬(କାଳୀଚରଣ ଦାଶ): ଦକ୍ଷିଣାଞ୍ଚଳ ଆରଡିସି ରୂପା ରୋଶନ ସାହୁ ବୁଗୁଡା ଗସ୍ତରେ ଆସିଥିଲେ। ଆରଡିସିଙ୍କ ଗସ୍ତ ସମୟରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା ସାମିଲ ଥିବାବେଳେ ସେ ପ୍ରଥମେ ବୁଗୁଡ଼ା ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲର ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଥିଲେ। ପରେ ବଡ଼ଦାଣ୍ଡସ୍ଥିତ ଐତିହାସିକ ଦ୍ବିତୀୟ ଅର୍କକ୍ଷେତ୍ର ତଥା କାଷ୍ଠ କୋଣାର୍କ ରୂପେ ବିବେଚିତ ବିରଞ୍ଚି ନାରାୟଣ ମନ୍ଦିର ଗସ୍ତ କରିଥିଲେ। ସେଠାରେ ସେ ମନ୍ଦିରର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ଅନୁଦାନର ଅର୍ଥ ସଠିକ୍ ବିନିଯୋଗ ଏବଂ ଉନ୍ନୟନ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥି ସହିତ ସେ ଉନ୍ନୟନ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ବିତ କରିବାକୁ ପରାମର୍ଶ ଦେଇଥିଲେ। ଆରଡିସି ଏବଂ ଉପଜିଲାପାଳ ଉଭୟେ ମନ୍ଦିର କାର୍ଯ୍ୟ ଅନୁଧ୍ୟାନ କରୁଥିବା ସମୟରେ ବୁଗୁଡ଼ା ତହସିଲଦାର ତାପସ ରାଉତ, ଅତିରିକ୍ତ ତହସିଲଦାର ସୁନନ୍ଦ ଶେଖର ସାହାଣୀ ଓ ବିରଞ୍ଚି ନାରାୟଣ ମନ୍ଦିର ମଠ ମହନ୍ତ ଭକ୍ତରାମ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।
The post ବିରଞ୍ଚି ନାରାୟଣ ମନ୍ଦିର ପରିଦର୍ଶନରେ ଦକ୍ଷିଣାଞ୍ଚଳ ଆର୍ଡିସି appeared first on Dharitri Odia News.