ବିରଳ ସ୍ୱାସ୍ଥ୍ୟ ସମସ୍ୟା ଓନୋମଟୋମାନିଆ
କିଛି ଦିନତଳେ ଅଭିନେତା ନାସିଋଦ୍ଦିନ ଶାହ ନିଜର ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ବିବରଣୀ ଦେଇଛନ୍ତି । ସେ ଏକ ବିରଳ ରୋଗ ଓନୋମଟୋମାନିଆରେ ପୀଡିତ ଥିବା ପ୍ରକାଶ କରିଛନ୍ତି । ରୋଗଟି ଏକ ବିରଳ ସ୍ୱାସ୍ଥ୍ୟ ସମସ୍ୟା ହୋଇଥିବାବେଳେ ଏହାର କେତେକ ଅଜବ ଲକ୍ଷଣ ରହିଛି । ଏହି ସମସ୍ୟାରେ ପୀଡିତ ରୋଗୀ ଗୋଟିଏ କଥାକୁ ବାରମ୍ବାର କହିଥାନ୍ତି । ଏହା ଏକ ଶବ୍ଦ, ବାକ୍ୟ କିମ୍ବା କାହାଣୀ ହୋଇପାରେ । ସମ୍ପୃକ୍ତ ସମସ୍ୟା ହେଲେ ବ୍ୟକ୍ତି […]

କିଛି ଦିନତଳେ ଅଭିନେତା ନାସିଋଦ୍ଦିନ ଶାହ ନିଜର ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ବିବରଣୀ ଦେଇଛନ୍ତି । ସେ ଏକ ବିରଳ ରୋଗ ଓନୋମଟୋମାନିଆରେ ପୀଡିତ ଥିବା ପ୍ରକାଶ କରିଛନ୍ତି । ରୋଗଟି ଏକ ବିରଳ ସ୍ୱାସ୍ଥ୍ୟ ସମସ୍ୟା ହୋଇଥିବାବେଳେ ଏହାର କେତେକ ଅଜବ ଲକ୍ଷଣ ରହିଛି । ଏହି ସମସ୍ୟାରେ ପୀଡିତ ରୋଗୀ ଗୋଟିଏ କଥାକୁ ବାରମ୍ବାର କହିଥାନ୍ତି । ଏହା ଏକ ଶବ୍ଦ, ବାକ୍ୟ କିମ୍ବା କାହାଣୀ ହୋଇପାରେ । ସମ୍ପୃକ୍ତ ସମସ୍ୟା ହେଲେ ବ୍ୟକ୍ତି ଯଦି କଥା କହିବା ଆରମ୍ଭ କରେ ତେବେ କିଛିଟା ଏଭଳି ଶବ୍ଦ କିମ୍ବା ବାକ୍ୟ ଥାଏ ଯାହାକୁ ସେ ବାରମ୍ବାର କହିଥାଏ । ତାଙ୍କୁ ଯାହା କହିବା ପସନ୍ଦ ଥାଏ ସେ ସେଭଳି ଶବ୍ଦ ସହ ବାକ୍ୟକୁ ବାରମ୍ବାର କହିଥାଆନ୍ତି । ଏହା ଏକ ପ୍ରକାରର ଶବ୍ଦ ପାଇଁ ଦୁର୍ବଳତା କୁହାଯାଇପାରେ । ତେବେ ଏହାକୁ ରୋଗ କୁହାଯାଇପାରିବ ନାହିଁ, କିମ୍ବା କୌଣସି ମାନସିକ ରୋଗ ମଧ୍ୟ ନୁହେଁ । ତେବେ ଏହାର ପ୍ରଭାବ ବଢିଲେ ରୋଗୀ ପାଇଁ ସମସ୍ୟା ପାଲଟି ଥାଏ । ଦୈନନ୍ଦିନ କାର୍ଯ୍ୟରେ ଏହାର ପ୍ରଭାବ ପଡିଥାଏ । ନୁ୍ୟରୋଲୋଜିର ଫାଦର ଭାବେ ଜଣାଶୁଣା ଫ୍ରାନ୍ସର ଜୀନ୍ ମାର୍ଟିନ୍ ଚାରକୋଟ୍ ଏହି ରୋଗର ନାଁ ଦେଇଥିଲେ । ଏହି ରୋଗର ସମ୍ବନ୍ଧ ଅବସେସିଭ୍ କମ୍ପଲ୍ସିଭ୍ ଡିସ୍ଅର୍ଡର ସହିତ ରହିଛି । ଦୁଇଟି ଯାକ ରୋଗର ଲକ୍ଷଣ କିଛି ମାତ୍ରାରେ ସମାନ ରହିଥାଏ ।