ବିରାଟ କୋହଲି ଆମର ଜ୍ୱାଇଁ…କାହିଁକି ଏମିତି କହିଲେ ଶାହରୁଖ
କୋଲକାତା,୧।୫: ଆଇପିଏଲ ଦଳ କୋଲକାତା ନାଇଟ ରାଇଡର୍ସ ମାଲିକ ତଥା ବଲିଉଡ ଅଭିନେତା ଶାହାରୁଖ ଖାନ ବିରାଟ କୋହଲିଙ୍କ ଉପରେ ନିଜର ମତ ରଖିଛନ୍ତି। କୋହଲିଙ୍କୁ ବହୁତ ପ୍ରଶଂସା କରିଛନ୍ତି ଶାହାରୁଖ। ବିରାଟ କୋହଲିଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ କହି ଶାହାରୁଖ ଖାନ କହିଛନ୍ତି, ମୁଁ ତାଙ୍କ ସହ ବହୁତ ସମୟ ବିତାଇଛି, ମୁଁ ତାଙ୍କୁ ଭଲ ପାଏ, ଆମେ କହୁଛୁ ସେ ଆମ ବଲିଉଡର ଜ୍ୱାଇଁ। ତେଣୁ ମୁଁ ବିରାଟ କୋହଲିଙ୍କୁ ଅନ୍ୟ ଖେଳାଳିଙ୍କ […] The post ବିରାଟ କୋହଲି ଆମର ଜ୍ୱାଇଁ…କାହିଁକି ଏମିତି କହିଲେ ଶାହରୁଖ appeared first on Dharitri Odia News.
କୋଲକାତା,୧।୫: ଆଇପିଏଲ ଦଳ କୋଲକାତା ନାଇଟ ରାଇଡର୍ସ ମାଲିକ ତଥା ବଲିଉଡ ଅଭିନେତା ଶାହାରୁଖ ଖାନ ବିରାଟ କୋହଲିଙ୍କ ଉପରେ ନିଜର ମତ ରଖିଛନ୍ତି। କୋହଲିଙ୍କୁ ବହୁତ ପ୍ରଶଂସା କରିଛନ୍ତି ଶାହାରୁଖ। ବିରାଟ କୋହଲିଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ କହି ଶାହାରୁଖ ଖାନ କହିଛନ୍ତି, ମୁଁ ତାଙ୍କ ସହ ବହୁତ ସମୟ ବିତାଇଛି, ମୁଁ ତାଙ୍କୁ ଭଲ ପାଏ, ଆମେ କହୁଛୁ ସେ ଆମ ବଲିଉଡର ଜ୍ୱାଇଁ। ତେଣୁ ମୁଁ ବିରାଟ କୋହଲିଙ୍କୁ ଅନ୍ୟ ଖେଳାଳିଙ୍କ ଅପେକ୍ଷା ଭଲ ଭାବେ ଜାଣିଛି।
ଶାହାରୁଖ ଖାନ କହିଛନ୍ତ, ମୁଁ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ ଡେଟିଂ କରୁଥିବା ଦିନରୁ ଜାଣିଛି, ମୁଁ ଉଭୟଙ୍କ ସହ ବହୁତ ସମୟ ଅତିବାହିତ କରିଛି। ମୁଁ ତାଙ୍କୁ ପଠାନ ଚଳଚ୍ଚିତ୍ରର ଟାଇଟଲ ଗୀତର ଡ୍ୟାନ୍ସ ଷ୍ଟେପ ଶିଖାଇଥିଲି।
ଆଇପିଏଲ ମ୍ୟାଚ ସମୟରେ ଶାହାରୁଖ ଖାନ ତାଙ୍କ ଦଳର କୋଲକାତା ନାଇଟ ରାଇଡର୍ସର ପ୍ରାୟ ପ୍ରତ୍ୟେକ ମ୍ୟାଚ ରେ ନଜର ଆସିଛନ୍ତି। ଏହା ବ୍ୟତୀତ ସେ କ୍ରମାଗତ କ୍ରିକେଟରଙ୍କ ସହ ସମୟ ବିତାଉଛନ୍ତି।
The post ବିରାଟ କୋହଲି ଆମର ଜ୍ୱାଇଁ…କାହିଁକି ଏମିତି କହିଲେ ଶାହରୁଖ appeared first on Dharitri Odia News.