ବିରାଟ କୋହଲିଙ୍କ ଯୋଗୁ ହାରିଯାଇଥିଲେ ବିଶ୍ୱକପ୍ ଫାଇନାଲ? ବହୁତ ବଡ଼ କଥା କହିଦେଲେ ସେହ୍ବାଗ…
ନୂଆଦିଲ୍ଲୀ,୮।୫: ଭାରତୀୟ ଟିମ୍ ୨୦୨୩ ଦିନିକିଆ ବିଶ୍ୱକପ୍ରେ ଗୋଟିଏ ବି ମ୍ୟାଚ୍ ନ ହାରି ଫାଇନାଲରେ ପ୍ରବେଶ କରିଥିଲା। ହେଲେ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ହାରିବା ପରେ ଆଇସିସି ଟ୍ରଫି ଜିତିବା ସ୍ବପ୍ନ ପୁଣି ଅଧାରେ ରହିଥିଲା। ପୁଣି ଥରେ ଏହି ମ୍ୟାଚକୁ ମନେ ପକାଇ ଭାରତର ବରିଷ୍ଠ କ୍ରିକେଟର ତଥା ପୂର୍ବତନ ଓପନର ବିରେନ୍ଦ୍ର ସେହ୍ବାଗ ନାଁ ନ ନେଇ ବିରାଟ କୋହଲିଙ୍କୁ ପରାଜୟ ପାଇଁ ଦାୟୀ ବୋଲି କହିଛନ୍ତି। ଭାରତ ଆଇସିସି ଟ୍ରଫି କାହିଁକି […] The post ବିରାଟ କୋହଲିଙ୍କ ଯୋଗୁ ହାରିଯାଇଥିଲେ ବିଶ୍ୱକପ୍ ଫାଇନାଲ? ବହୁତ ବଡ଼ କଥା କହିଦେଲେ ସେହ୍ବାଗ… appeared first on Dharitri Odia News.
ନୂଆଦିଲ୍ଲୀ,୮।୫: ଭାରତୀୟ ଟିମ୍ ୨୦୨୩ ଦିନିକିଆ ବିଶ୍ୱକପ୍ରେ ଗୋଟିଏ ବି ମ୍ୟାଚ୍ ନ ହାରି ଫାଇନାଲରେ ପ୍ରବେଶ କରିଥିଲା। ହେଲେ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ହାରିବା ପରେ ଆଇସିସି ଟ୍ରଫି ଜିତିବା ସ୍ବପ୍ନ ପୁଣି ଅଧାରେ ରହିଥିଲା। ପୁଣି ଥରେ ଏହି ମ୍ୟାଚକୁ ମନେ ପକାଇ ଭାରତର ବରିଷ୍ଠ କ୍ରିକେଟର ତଥା ପୂର୍ବତନ ଓପନର ବିରେନ୍ଦ୍ର ସେହ୍ବାଗ ନାଁ ନ ନେଇ ବିରାଟ କୋହଲିଙ୍କୁ ପରାଜୟ ପାଇଁ ଦାୟୀ ବୋଲି କହିଛନ୍ତି।
ଭାରତ ଆଇସିସି ଟ୍ରଫି କାହିଁକି ଜିତିପାରୁନାହିଁ ପ୍ରଶ୍ନରେ ସେହ୍ବାଗ କହିଛନ୍ତି, ଟିମ୍ ନିର୍ଡର ହୋଇ ଖେଳୁନାହିଁ। ୨୦୨୩ ବିଶ୍ୱକପ୍ରେ ରୋହିତ ଆଉଟ ହେବା ପରେ ସବୁକିଛି ବ୍ୟାକ୍ଫୁଟ୍କୁ ଚାଲିଆସିଥିଲା। କେହି ବି ୧୧ରୁ ୪୦ ଓଭର ଯାଏ ଆକ୍ରାମକ ବ୍ୟାଟିଂ କରି ନ ଥିଲା। ଏହି ସମୟରେ କେବଳ ୨ ଚୌକା ଆସିଥିଲା। ଏହା ହିଁ ପରାଜୟର ବଡ଼ କାରଣ ପାଲଟିଥିଲା। ତେବେ ଏହି ଓଭରରେ କୋହଲି ଏବଂ କେଏଲ୍ ରାହୁଲ ଅଧିକ ବ୍ୟାଟିଂ କରିଥିଲେ। ଏଣୁ ସେହ୍ବାଗ ପରୋକ୍ଷରେ କୋହଲିଙ୍କୁ କଟାକ୍ଷ କରିଛନ୍ତି।
ଏହାଛଡ଼ା ଦଳକୁ ବିଶ୍ୱକପ୍ ଜିତିବାକୁ ପରାମର୍ଶ ଦେଇ ସେହ୍ବାଗ କହିଛନ୍ତି, ଭାରତୀୟ ଟିମ୍କୁ ପ୍ରତିଟି ମ୍ୟାଚ୍ ନକ୍ଆଉଟ୍ ଭଳି ଖେଳିବାକୁ ହେବ। ୨୦୦୭ରୁ ୨୦୧୧ ଯାଏ ଦଳ ଏହି ମାଇଣ୍ଡସେଟ୍ ସହ ଖେଳୁଥିଲା। ଏହିଭଳି ଖେଳିଲେ ଖେଳାଳି ନିର୍ଡର ହୋଇଯିବେ। ଭଲ ପ୍ରଦର୍ଶନର ସୁଯୋଗ ବଢ଼ିଯିବ।
The post ବିରାଟ କୋହଲିଙ୍କ ଯୋଗୁ ହାରିଯାଇଥିଲେ ବିଶ୍ୱକପ୍ ଫାଇନାଲ? ବହୁତ ବଡ଼ କଥା କହିଦେଲେ ସେହ୍ବାଗ… appeared first on Dharitri Odia News.