ବିରାଟଙ୍କ ଫର୍ମକୁ ନେଇ ଦାଦାଙ୍କ ବଡ଼ ବୟାନ, କହିଲେ- ତାଙ୍କ ବିଷୟରେ କିଛି ବି କୁହନ୍ତୁନି...

କୋଲକାତା ୨୯।୦୬ : ବିରାଟଙ୍କୁ ନେଇ ଦାଦା କହିଦେଲେ ବଡ଼ କଥା । ଉଭୟଙ୍କ ଝଗଡ଼ା ଏବଂ ବିବାଦକୁ ନେଇ ମିଡିଆରେ ଚର୍ଚ୍ଚା ଖୁବ୍‌ ଚାଲିଥାଏ । ହେଲେ ଏବେ ଦାଦାଙ୍କ ଏକ ବୟାନ ନେଇ ସୋସିଆଲ୍‌ ମିଡିଆରେ ଖୁବ୍‌ ଚର୍ଚ୍ଚା ହେଉଛି । ତେବେ ୨୦୨୪ ଟି-୨୦ ବିଶ୍ୱକପ୍‌ ଫାଇନାଲ ପୂର୍ବରୁ ବିରାଟଙ୍କ ଫର୍ମକୁ ନେଇ କଣେ କହିଛନ୍ତି ସୌରଭ ଗାଙ୍ଗୁଲି । ଆସନ୍ତୁ ଜାଣିବା...ଶୁକ୍ରବାର ଦିନ ଗଣମାଧ୍ୟମମାନେ ସୌରଭ ଗାଙ୍ଗୁଲିଙ୍କୁ ଚଳିତ ଟି-୨୦ ବିଶ୍ୱକପ୍‌ରେ ବିରାଟଙ୍କ ଫର୍ମକୁ ନେଇ ପ୍ରଶ୍ନ ପଚରା ଯାଇଥିଲା । ଯାହାର ଉତ୍ତର ଦେଇ ଦାଦା କହିଥିଲେ କି, ବିରାଟ ଜଣେ କ୍ଲାସ ଖେଳାଳି । ଏପରି ଖେଳାଳି ଦଶନ୍ଧିରେ ଥରେ ଜନ୍ମ ନେଇଥାନ୍ତି । ଗତ କିଛିଟା ମ୍ୟାଚ୍‌ରେ ତାଙ୍କ ବ୍ୟାଟରୁ ରନ୍‌ ବାହାରିନାହିଁ ସତ । ହେଲେ କୌଣସି ବି ମ୍ୟାଚ୍‌ରେ ତାଙ୍କ ବ୍ୟାଟର୍‌ ଜବରଦସ୍ତ ଇନିଂସ ବାହାରି ପାରିବ । ତେଣୁ ତାଙ୍କ ଫର୍ମକୁ ନେଇ ମୁଁ ଚିନ୍ତିତ ନୁହେଁ । ସେହିପରି ଟିମ୍‌ ଇଣ୍ଡିଆ ପ୍ରଦର୍ଶନ ନେଇ କହିଛନ୍ତି ଯେ, ୭ ମାସ ଭିତରେ ଦୁଇଟି ଆଇସିସି ଇଭେଣ୍ଟର ଫାଇନାଲ ଖେଳିବା । କିଛି ଛୋଟ କଥା ନୁହେଁ । ମୁଁ ପୂର୍ବରୁ କହିଆସୁଛି । ଟିମ୍‌ ଇଣ୍ଡିଆ ବହୁତ ଶକ୍ତିଶାଳୀ ଟିମ୍‌ । କୌଣସି ବି ପରିସ୍ଥିତିରେ କୌଣସି ବି ଟିମ୍‌କୁ ମାତ୍‌ ଦେଇପାରେ । ଖାସ୍‌ କରି ରୋହିତ ଶର୍ମାଙ୍କ କ୍ୟାପଟେନସିପ୍‌ରେ ଦଳ ଚମତ୍କାର ଫର୍ମରେ ରହିଛି । ତେଣୁ ଏଥର ଫାଇନାଲ ମ୍ୟାଚ୍‌ ଜବରଦସ୍ତ ହେବ

ବିରାଟଙ୍କ ଫର୍ମକୁ ନେଇ ଦାଦାଙ୍କ ବଡ଼ ବୟାନ, କହିଲେ- ତାଙ୍କ ବିଷୟରେ କିଛି ବି କୁହନ୍ତୁନି...

କୋଲକାତା ୨୯।୦୬ : ବିରାଟଙ୍କୁ ନେଇ ଦାଦା କହିଦେଲେ ବଡ଼ କଥା । ଉଭୟଙ୍କ ଝଗଡ଼ା ଏବଂ ବିବାଦକୁ ନେଇ ମିଡିଆରେ ଚର୍ଚ୍ଚା ଖୁବ୍‌ ଚାଲିଥାଏ । ହେଲେ ଏବେ ଦାଦାଙ୍କ ଏକ ବୟାନ ନେଇ ସୋସିଆଲ୍‌ ମିଡିଆରେ ଖୁବ୍‌ ଚର୍ଚ୍ଚା ହେଉଛି । ତେବେ ୨୦୨୪ ଟି-୨୦ ବିଶ୍ୱକପ୍‌ ଫାଇନାଲ ପୂର୍ବରୁ ବିରାଟଙ୍କ ଫର୍ମକୁ ନେଇ କଣେ କହିଛନ୍ତି ସୌରଭ ଗାଙ୍ଗୁଲି । ଆସନ୍ତୁ ଜାଣିବା...

ଶୁକ୍ରବାର ଦିନ ଗଣମାଧ୍ୟମମାନେ ସୌରଭ ଗାଙ୍ଗୁଲିଙ୍କୁ ଚଳିତ ଟି-୨୦ ବିଶ୍ୱକପ୍‌ରେ ବିରାଟଙ୍କ ଫର୍ମକୁ ନେଇ ପ୍ରଶ୍ନ ପଚରା ଯାଇଥିଲା । ଯାହାର ଉତ୍ତର ଦେଇ ଦାଦା କହିଥିଲେ କି, ବିରାଟ ଜଣେ କ୍ଲାସ ଖେଳାଳି । ଏପରି ଖେଳାଳି ଦଶନ୍ଧିରେ ଥରେ ଜନ୍ମ ନେଇଥାନ୍ତି । ଗତ କିଛିଟା ମ୍ୟାଚ୍‌ରେ ତାଙ୍କ ବ୍ୟାଟରୁ ରନ୍‌ ବାହାରିନାହିଁ ସତ । ହେଲେ କୌଣସି ବି ମ୍ୟାଚ୍‌ରେ ତାଙ୍କ ବ୍ୟାଟର୍‌ ଜବରଦସ୍ତ ଇନିଂସ ବାହାରି ପାରିବ । ତେଣୁ ତାଙ୍କ ଫର୍ମକୁ ନେଇ ମୁଁ ଚିନ୍ତିତ ନୁହେଁ । 

ସେହିପରି ଟିମ୍‌ ଇଣ୍ଡିଆ ପ୍ରଦର୍ଶନ ନେଇ କହିଛନ୍ତି ଯେ, ୭ ମାସ ଭିତରେ ଦୁଇଟି ଆଇସିସି ଇଭେଣ୍ଟର ଫାଇନାଲ ଖେଳିବା । କିଛି ଛୋଟ କଥା ନୁହେଁ । ମୁଁ ପୂର୍ବରୁ କହିଆସୁଛି । ଟିମ୍‌ ଇଣ୍ଡିଆ ବହୁତ ଶକ୍ତିଶାଳୀ ଟିମ୍‌ । କୌଣସି ବି ପରିସ୍ଥିତିରେ କୌଣସି ବି ଟିମ୍‌କୁ ମାତ୍‌ ଦେଇପାରେ । ଖାସ୍‌ କରି ରୋହିତ ଶର୍ମାଙ୍କ କ୍ୟାପଟେନସିପ୍‌ରେ ଦଳ ଚମତ୍କାର ଫର୍ମରେ ରହିଛି । ତେଣୁ ଏଥର ଫାଇନାଲ ମ୍ୟାଚ୍‌ ଜବରଦସ୍ତ ହେବ । ଆଉ ଟିମ୍‌ ଇଣ୍ଡିଆ ୨୦୨୪ ଟି-୨୦ ବିଶ୍ୱକପ୍‌ ଟ୍ରଫି ବି ଜିତିବ । 

ସୂଚନାଯୋଗ୍ୟ ଯେ, ଟି-୨୦ ବିଶ୍ୱକପ୍‌ ୨୦୨୪ରେ ଭାରତ ଗ୍ରୁପ ଷ୍ଟେଜ୍‌ରୁ ଏବେ ଯାଏଁ କୌଣସି ବି ମ୍ୟାଚ୍‌ରେ ହାରିନାହିଁ । ନିଜର ସମସ୍ତ ମ୍ୟାଚ୍‌ ଜିତି ଫାଇନାଲରେ ଏଣ୍ଟ୍ରି କରିଛି । ସେହିପରି ଗତ ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ମ୍ୟାଚ୍‌ରେ ମଧ୍ୟ ଭାରତୀୟ ଟିମ୍‌ ନିଜର ସମସ୍ତ ମ୍ୟାଚ୍‌ ଜିତିଥିଲା । କେବଳେ ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇ ବିଶ୍ୱକପ୍‌ ବିଜୟୀ ହେବାର ସ୍ୱପ୍ନ ଧୂଳିସାତ ହୋଇଥିଲା ।