ବିରାଟଙ୍କ ବିରାଟ ଇନିଂସ୍: କୋଲକାତାକୁ ୧୮୩ ରନ୍ର ଟାର୍ଗେଟ୍ ଦେଲା ଆର୍ସିବି
ବେଙ୍ଗାଲୁରୁ: ବିରାଟଙ୍କ ବିରାଟ ଇନିଂସ୍। କୋଲକାତା ନାଇଟ୍ରାଇଡର୍ସକୁ୧୮୩ ରନ୍ ଟାର୍ଗେଟ୍ ଦେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଧମାଲ କଲେ ବିରାଟ କୋହଲି। ଦଳର ଗୋଟିଏ ପରେ ଗୋଟିଏ ବ୍ୟାଟର ଆଉଟ୍ ହେଉଥିଲେ ବି ବିରାଟ ଏକାକୀ ପଡ଼ିଆରେ ଛିଡ଼ା ହୋଇଥିଲେ। ବିରାଟଙ୍କ୮୩ ରନ୍ ବଳରେ ଆର୍ସିବି୧୮୨ ସ୍କୋର କରିବାରେ ସଫଳ ହୋଇଥିଲା।ଦଳ ପକ୍ଷରୁ ବିରାଟଙ୍କ ବ୍ୟତୀତ କ୍ୟାମରନ ଗ୍ରୀନ ସର୍ବାଧିକ ୩୩ ରନ୍ କରିଥିବା ବେଳେ ଗ୍ଲେନ ମାକ୍ସୱେଲ୍ ୨୨ ରନ୍ କରିଥିଲେ। ସେହିପରି କୋଲକାତା ପକ୍ଷରୁ ହର୍ଷିତ ରାଣା ଓ ଆଣ୍ଡ୍ରିୟ ରସେଲ ଦୁଇଟି ଲେଖାଏ ୱିକେଟ୍ ନେଇଥିବା ବେଳେ ସୁନୀଲ ନାରିନ ଗୋଟିଏ ୱିକେଟ୍ ନେଇଥିଲେ।ଆଇପିଏଲ୍ର ୧୭ ତମ ସଂସ୍କରଣରେ ଶୁକ୍ରବାର ବେଙ୍ଗାଲୁରୁ ଏମ. ଚିନ୍ନାସ୍ୱାମୀ ଷ୍ଡାୟିମ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗାଲୁରୁ ଓ କୋଲ୍କାଚା ନାଇଟ୍ରାଇଡର୍ସ ମଧ୍ୟରେ ଦଶମ ମୁକାବିଲା ଖେଳାଯାଇଛି। ମ୍ୟାଚ୍ର କୋଲକାତା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ଆସିଥିବା ଆର୍ସିବି ଆରମ୍ଭରୁ କ୍ୟାପ୍ଟେନ୍ ଫାପ୍ ଡୁପ୍ଲେସିସ୍(୬ ବଲ ୮ ରନ୍)ଙ୍କ ୱିକେଟ୍ ହରାଇଥିଲା। ଏହାପରେ କ୍ୟାମରନ ଗ୍ରୀନ ବିରାଟ କୋହଲିଙ୍କ ସହ ମିଶି ଦଳୀୟ ସ୍କୋର୍କୁ ଆଗକୁ ନେଇଥିଲେ।ଦଳୀୟ ସ୍କୋର ୮ ଓଭରରେ ୮୨ ହୋଇଥିବା ବେଳେ ଗ୍ରୀନ୍(୨୧ ବଲ ୩୩ ରନ୍)ଙ୍କ ୱିକେଟ୍ ଯାଇଥିଲା। ଏହାପରେ ଗ୍ଲେନ ମାକ୍ସୱେଲ୍ ୧୪ ଓଭର ପର୍ଯ୍ୟନ୍ତ ଖେଳକୁ ଟାଣ
ବେଙ୍ଗାଲୁରୁ: ବିରାଟଙ୍କ ବିରାଟ ଇନିଂସ୍। କୋଲକାତା ନାଇଟ୍ରାଇଡର୍ସକୁ୧୮୩ ରନ୍ ଟାର୍ଗେଟ୍ ଦେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଧମାଲ କଲେ ବିରାଟ କୋହଲି। ଦଳର ଗୋଟିଏ ପରେ ଗୋଟିଏ ବ୍ୟାଟର ଆଉଟ୍ ହେଉଥିଲେ ବି ବିରାଟ ଏକାକୀ ପଡ଼ିଆରେ ଛିଡ଼ା ହୋଇଥିଲେ। ବିରାଟଙ୍କ୮୩ ରନ୍ ବଳରେ ଆର୍ସିବି୧୮୨ ସ୍କୋର କରିବାରେ ସଫଳ ହୋଇଥିଲା।
ଦଳ ପକ୍ଷରୁ ବିରାଟଙ୍କ ବ୍ୟତୀତ କ୍ୟାମରନ ଗ୍ରୀନ ସର୍ବାଧିକ ୩୩ ରନ୍ କରିଥିବା ବେଳେ ଗ୍ଲେନ ମାକ୍ସୱେଲ୍ ୨୨ ରନ୍ କରିଥିଲେ। ସେହିପରି କୋଲକାତା ପକ୍ଷରୁ ହର୍ଷିତ ରାଣା ଓ ଆଣ୍ଡ୍ରିୟ ରସେଲ ଦୁଇଟି ଲେଖାଏ ୱିକେଟ୍ ନେଇଥିବା ବେଳେ ସୁନୀଲ ନାରିନ ଗୋଟିଏ ୱିକେଟ୍ ନେଇଥିଲେ।
ଆଇପିଏଲ୍ର ୧୭ ତମ ସଂସ୍କରଣରେ ଶୁକ୍ରବାର ବେଙ୍ଗାଲୁରୁ ଏମ. ଚିନ୍ନାସ୍ୱାମୀ ଷ୍ଡାୟିମ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗାଲୁରୁ ଓ କୋଲ୍କାଚା ନାଇଟ୍ରାଇଡର୍ସ ମଧ୍ୟରେ ଦଶମ ମୁକାବିଲା ଖେଳାଯାଇଛି। ମ୍ୟାଚ୍ର କୋଲକାତା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ଆସିଥିବା ଆର୍ସିବି ଆରମ୍ଭରୁ କ୍ୟାପ୍ଟେନ୍ ଫାପ୍ ଡୁପ୍ଲେସିସ୍(୬ ବଲ ୮ ରନ୍)ଙ୍କ ୱିକେଟ୍ ହରାଇଥିଲା। ଏହାପରେ କ୍ୟାମରନ ଗ୍ରୀନ ବିରାଟ କୋହଲିଙ୍କ ସହ ମିଶି ଦଳୀୟ ସ୍କୋର୍କୁ ଆଗକୁ ନେଇଥିଲେ।
ଦଳୀୟ ସ୍କୋର ୮ ଓଭରରେ ୮୨ ହୋଇଥିବା ବେଳେ ଗ୍ରୀନ୍(୨୧ ବଲ ୩୩ ରନ୍)ଙ୍କ ୱିକେଟ୍ ଯାଇଥିଲା। ଏହାପରେ ଗ୍ଲେନ ମାକ୍ସୱେଲ୍ ୧୪ ଓଭର ପର୍ଯ୍ୟନ୍ତ ଖେଳକୁ ଟାଣି ନେଇଥିଲେ। ୧୫ ଓଭର ପ୍ରଥମ ବଲ୍ରେ ମାକ୍ସୱେଲ୍(୧୯ ବଲ ୨୮ ରନ୍) ଆଉଟ୍ ହୋଇ ପାଭିଲିଅନ ଫେରିଥିଲେ। ଏହାପରେ ରଜତ ପଟିଦାର(୪ ବଲ ୩ ରନ୍) ଓ ଅନୁଜ ରାୱତ(୩ ବଲ ୩ ରନ୍) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଏପଟେ ବିରାଟ କୋହଲି କିନ୍ତୁ ଛକ୍କା ଚୌକା ବର୍ଷା କରି ଏକାକୀ ଦଳର ସ୍କୋରକୁ ଆଗକୁ ନେଇଥିଲେ। ବିରାଟ ୫୯ ବଲ୍ରେ ୪ଟି ଛକ୍କା ଓ ୪ଟି ଚୌକା ବଳରେ ସର୍ବାଧିକ ୮୩ ରନ୍ କରିଥିଲେ।
ଶେଷ ବେଳକୁ ଦିନେଶ କାର୍ତ୍ତିକ ବିସ୍ଫୋରକ ଇନିଂସ ଖେଳି ୮ ବଲ୍ରେ ୨୦ ରନ୍ କରିଥିବା ବେଳେ ଶେଷ ବଲ୍ରେ ରନ୍ ଆଉଟ୍ ହୋଇଥିଲେ। ଦିନେଶ କାର୍ତ୍ତିକ ୩ଟି ଛକ୍କା ମାରିଥିଲେ।
କେକେଆର ବୋଲିଂ
ସେହିପରି କୋଲକାତା ପକ୍ଷରୁ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ ମିଚେଲ ଷ୍ଟାର୍କ। ସେ ତାଙ୍କର ୪ ଓଭର ସ୍ପେଲ୍ର ସର୍ବାଧିକ ୪୭ ରନ୍ ଦେଇଥିବା ବେଳେ ଗୋଟିଏ ବି ୱିକେଟ୍ ନେଇପାରି ନଥିଲେ। ଅନ୍ୟପଟେ ସୁନୀଲ ନାରିନଙ୍କ ପ୍ରଦର୍ଶନ ମଧ୍ୟ ସେତେଟା ଉତ୍ତମ ନଥିଲା। ସେ ୪ ଓଭର ବୋଲିଂ କରି ୪୦ ରନ୍ ଦେଇଥିବା ବେଳେ ମାତ୍ର ୧ ୱିକେଟ୍ ନେଇଥିଲେ।
ହର୍ଷିତ ରାଣା ୪ ଓଭର କରି ୩୯ ରନ୍ ଦେଇ ୨ଟି ୱିକେଟ୍ ନେଇଥିବା ବେଳେ ଆଣ୍ଡ୍ରିୟୁ ରସେଲ ୪ ଓଭର କରି ମାତ୍ର ୨୯ ରନ୍ ଦେଇ ୨ ୱିକେଟ୍ ନେଇଥିଲେ। ଅନୁକୁଳ ରୟ ଦୁଇ ଓଭର କରି ମାତ୍ର ୬ ରନ୍ ଦେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ୨ ଓଭର କରି ୨୦ ରନ୍ ଦେଇଥିଲେ ଗୋଟିଏ ବି ସଫଲତା ପାଇପାରି ନଥିଲେ।