ବିରିଆନି ଖାଇ, ମଦ ପିଇ ନୂଆ ବର୍ଷ ପାଳିଲେ ସ୍କୁଲ୍ ଛାତ୍ର, ଭିଡିଓ ଭାଇରାଲ୍
ଷଷ୍ଠ, ସପ୍ତମ ଏବଂ ଦଶମ ଶ୍ରେଣୀରେ ପଢୁଥିବା କିଛି ଛାତ୍ର ଡିସେମ୍ବର 31 (ରବିବାର) ରାତିରେ ବିରିଆନି ଖାଇ, ମଦ ପିଇ ପାର୍ଟି କରିଥିଲେ।
ବିରିଆନି ଖାଇବା ସହ ମଦ ପିଇ ନୂଆ ବର୍ଷ ପାଳିଲେ ହାଇସ୍କୁଲ୍ ଛାତ୍ର। ତିନି ଦିନ ପରେ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ। ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶରେ। ଛାତ୍ରମାନେ ଏକ ସରକାରୀ ପରିଚାଳିତ ହାଇସ୍କୁଲର ଷଷ୍ଠ, ସପ୍ତମ ଏବଂ ଦଶମ ଶ୍ରେଣୀର ଛାତ୍ର ବୋଲି କୁହାଯାଉଛି।
ଅଭିଯୋଗ ଅନୁସାରେ, ଷଷ୍ଠ, ସପ୍ତମ ଏବଂ ଦଶମ ଶ୍ରେଣୀରେ ପଢୁଥିବା କିଛି ଛାତ୍ର ନୂଆ ବର୍ଷ ପାଳନ କରିବା ପାଇଁ ହଷ୍ଟେଲରୁ ପଳାଇଥିଲେ। ସେମାନେ ଡିସେମ୍ବର 31 (ରବିବାର) ରାତିରେ ଅନାକାପଲେ ଜିଲ୍ଲାର ଚୋଡାଭାରାମ ସହରରେ ଥିବା ଏକ ପରିତ୍ୟକ୍ତ କୋଠାରେ ବିରିଆନି ଖାଇବା ସହ ମଦ ପିଇଥିଲେ। କିନ୍ତୁ ଘଟଣାର ତିନି ଦିନ ପରେ ଏହି ସମୟର ଭିଡିଓ ସୋଶାଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି।
అన్నియ్య ఎమో మద్యపాన నిషేదం చేసి తీరుతాం అని ప్రగల్భాలు పలికి వచ్చాడు..
ఇక్కడ చూస్తే ఏమో.. 6, 7వ తరగతి విద్యార్థులకు కూడా విచ్చల విడిగా మద్యం దొరుకుతుంది.. చిన్న వయసులోనే వాటికి బానిసలు అయి విద్యార్థులు వాళ్ళ భవిష్యత్తు నాశనం చేసుకుంటున్నారు.. pic.twitter.com/9DgdQ1tJtq—