ବିରୋଧୀ ଖୁବ୍ଶୀଘ୍ର ଦର୍ଶକ ଗ୍ୟାଲେରିକୁ ଯିବେ: ମୋଦି
ନୂଆଦିଲ୍ଲୀ,୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାରେ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିବା ଅବସରରେ ଆଗାମୀ ଲୋକ ସଭା ନିର୍ବାଚନରେ ଭାଜପା ନିଶ୍ଚୟ ୩୭୦ ଆସନରେ ଜିତିବା ସହ ଏନ୍ଡିଏ ମେଣ୍ଟ ୪୦୦ ଆସନ ଅତିକ୍ରମ କରିବ ବୋଲି କହିଛନ୍ତି। ତାଙ୍କ ତୃତୀୟ ପାଳି ସରକାର ବହୁତ ବଡ଼ ନିଷ୍ପତ୍ତି ନେବ ଏବଂ ଆଗାମୀ ୧,୦୦୦ ବର୍ଷ ପାଇଁ ଭାରତର ଦୃଢ଼ ମୂଳଦୁଆ ପକାଯିବ। ଏହି ଅବସରରେ ସେ କଂଗ୍ରେସ ଉପରେ […] The post ବିରୋଧୀ ଖୁବ୍ଶୀଘ୍ର ଦର୍ଶକ ଗ୍ୟାଲେରିକୁ ଯିବେ: ମୋଦି appeared first on Dharitri Odia News.
ନୂଆଦିଲ୍ଲୀ,୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାରେ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିବା ଅବସରରେ ଆଗାମୀ ଲୋକ ସଭା ନିର୍ବାଚନରେ ଭାଜପା ନିଶ୍ଚୟ ୩୭୦ ଆସନରେ ଜିତିବା ସହ ଏନ୍ଡିଏ ମେଣ୍ଟ ୪୦୦ ଆସନ ଅତିକ୍ରମ କରିବ ବୋଲି କହିଛନ୍ତି। ତାଙ୍କ ତୃତୀୟ ପାଳି ସରକାର ବହୁତ ବଡ଼ ନିଷ୍ପତ୍ତି ନେବ ଏବଂ ଆଗାମୀ ୧,୦୦୦ ବର୍ଷ ପାଇଁ ଭାରତର ଦୃଢ଼ ମୂଳଦୁଆ ପକାଯିବ। ଏହି ଅବସରରେ ସେ କଂଗ୍ରେସ ଉପରେ ଜୋର୍ଦାର ବର୍ଷିଛନ୍ତି। ସେମାନେ ଦୀର୍ଘଦିନ ବିରୋଧୀ ଆସନରେ ବସିବା ଲାଗି ସଂକଳ୍ପ ନେଇଥିଲେ ଏବଂ ଆଗାମୀ ନିର୍ବାଚନରେ ପାର୍ଲାମେଣ୍ଟର ଦର୍ଶକ ଗ୍ୟାଲେରିରେ ବସିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିରୋଧୀଙ୍କ ମଧ୍ୟରୁ ଅନେକେ ନିର୍ବାଚନ ଲଢ଼ିବାର ସାହସ ହରାଇଛନ୍ତି। ଗତ ନିର୍ବାଚନରେ କେତେଜଣ ଆସନ ବଦଳାଇଥିଲେ। ଏଥର ଅନେକ ଲୋକ ସଭା ପରିବର୍ତ୍ତେ ରାଜ୍ୟ ସଭାକୁ ଯିବା ଲାଗି ଚାହୁଁଥିବା ଶୁଣିବାକୁ ମିଳୁଛି ବୋଲି ମୋଦି କହିଥିଲେ। କଂଗ୍ରେସ ଗୋଟିଏ ସାମଗ୍ରୀକୁ ବାରମ୍ବାର ଲଞ୍ଚ୍ କରୁଥିବାରୁ ଏହାର ଦୋକାନ ବନ୍ଦ ହେବାକୁ ବସିଛି। ପରିବାର ପରିଚାଳିତ ଦଳ ଗଣତନ୍ତ୍ର ପାଇଁ ଭଲ ନୁହେଁ। କଂଗ୍ରେସ ବାତିଲ ସଂସ୍କୃତିରେ ଅଟକିଯାଇଛି। ୨୦୧୪ରେ ଅନ୍ତରୀଣ ବଜେଟ ବେଳେ ଭାରତ ୧୧ତମ ବୃହତ୍ ଅର୍ଥନୀତି ଥିଲା। ଆଗାମୀ ୩ ଦଶନ୍ଧିରେ ଏହା ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ ହେବ ବୋଲି ସେତେବେଳେ ସେମାନେ କହୁଥିଲେ। ଆମର ତୃତୀୟ ପାଳି ସରକାର ତାହା ହାସଲ କରିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
The post ବିରୋଧୀ ଖୁବ୍ଶୀଘ୍ର ଦର୍ଶକ ଗ୍ୟାଲେରିକୁ ଯିବେ: ମୋଦି appeared first on Dharitri Odia News.