ବିର୍ଲା ଗ୍ଲୋବାଲ ୟୁନିଭରସିଟି ପକ୍ଷରୁ ବି.ବି.ଏ, ବି.କମ୍ ଓ ଏମ.କମ୍ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ
ଭୁବନେଶ୍ବର ୩।୮: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ), ଭୁବନେଶ୍ୱର ପକ୍ଷରୁ ବି.ବି.ଏ, ବି.କମ୍ ଓ ଏମ.କମ୍ର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି । ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ କାର୍ଯ୍ୟକ୍ରମରେ ଡିଜି ଫାୟାର ଅଣ୍ଡ୍ ଏମରଜେନ୍ସି ସର୍ଭିସେଜ୍ ଡଃ ସୁଧାଂଶୁ ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ସୈାରଜିତ କର, ଜୋନାଲ ମୁଖ୍ୟ, ନାଏରା ଏନର୍ଜି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଡଃ ଷଡଙ୍ଗୀ ଛାତ୍ରଛାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ ଓ ଫିଟ୍ନେସ୍ ଉପରେ ସମ୍ବୋଧିତ କରିଥିଲେ । ସେହିପରି, ସ୍କୁଲ ଅଫ୍ କମର୍ସ କାର୍ଯ୍ୟକ୍ରମରେ ସି.ଏ ରାଜୀବ ଶେଖର ସାହୁ, ପ୍ରିନ୍ସିପାଲ ପାର୍ଟନର, ଏସ୍ଆର୍ବି ଆଣ୍ଡ୍ ଆସୋସିଏଟ୍ସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବାଣିଜ୍ୟ, ଆର୍ଥିକ ସାକ୍ଷରତା ଓ ରୋଜଗାର ଅନ୍ତର୍ଗତ ବିପଦ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ସହିତ ୟୁନିଭର୍ସିଟିର କୂଳଗୀତ ପରିବେଷଣ କରାଯାଇ ଉଭୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଉଭୟ କାର୍ଯ୍ୟକ୍ରମରେ ବିଜିୟୁ କୁଳପତି ପ୍ରଫେସର ପି.ପି. ମାଥୁର, ବିଜିୟୁ ରେଜିଷ୍ଟ୍ରାର ଡଃ ବି.କେ ଦାସ ଓ ବିର୍ଲ୍ଲା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ଡିନ୍ ଡଃ ପରମେଶ୍ୱର ନାୟକ ଏବଂ ବିର୍ଲା ସ୍କୁଲ ଅଫ୍ କମର୍ସର ଡିନ୍ ସାମସନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ବିଜିୟୁର ବିଭିନ୍ନ ବିଭାଗର ଡିନ୍, ଫାକଲ୍ଟି ସଦସ୍ୟ,
ଭୁବନେଶ୍ବର ୩।୮: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ), ଭୁବନେଶ୍ୱର ପକ୍ଷରୁ ବି.ବି.ଏ, ବି.କମ୍ ଓ ଏମ.କମ୍ର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି । ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ କାର୍ଯ୍ୟକ୍ରମରେ ଡିଜି ଫାୟାର ଅଣ୍ଡ୍ ଏମରଜେନ୍ସି ସର୍ଭିସେଜ୍ ଡଃ ସୁଧାଂଶୁ ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ସୈାରଜିତ କର, ଜୋନାଲ ମୁଖ୍ୟ, ନାଏରା ଏନର୍ଜି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଡଃ ଷଡଙ୍ଗୀ ଛାତ୍ରଛାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ ଓ ଫିଟ୍ନେସ୍ ଉପରେ ସମ୍ବୋଧିତ କରିଥିଲେ । ସେହିପରି, ସ୍କୁଲ ଅଫ୍ କମର୍ସ କାର୍ଯ୍ୟକ୍ରମରେ ସି.ଏ ରାଜୀବ ଶେଖର ସାହୁ, ପ୍ରିନ୍ସିପାଲ ପାର୍ଟନର, ଏସ୍ଆର୍ବି ଆଣ୍ଡ୍ ଆସୋସିଏଟ୍ସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବାଣିଜ୍ୟ, ଆର୍ଥିକ ସାକ୍ଷରତା ଓ ରୋଜଗାର ଅନ୍ତର୍ଗତ ବିପଦ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ସହିତ ୟୁନିଭର୍ସିଟିର କୂଳଗୀତ ପରିବେଷଣ କରାଯାଇ ଉଭୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଉଭୟ କାର୍ଯ୍ୟକ୍ରମରେ ବିଜିୟୁ କୁଳପତି ପ୍ରଫେସର ପି.ପି. ମାଥୁର, ବିଜିୟୁ ରେଜିଷ୍ଟ୍ରାର ଡଃ ବି.କେ ଦାସ ଓ ବିର୍ଲ୍ଲା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ଡିନ୍ ଡଃ ପରମେଶ୍ୱର ନାୟକ ଏବଂ ବିର୍ଲା ସ୍କୁଲ ଅଫ୍ କମର୍ସର ଡିନ୍ ସାମସନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ବିଜିୟୁର ବିଭିନ୍ନ ବିଭାଗର ଡିନ୍, ଫାକଲ୍ଟି ସଦସ୍ୟ, ଅଭିଭାବକ ଏବଂ ବିବିଏ, ବିକମ୍ ଓ ଏମ୍କମ୍ ପାଠ୍ୟକ୍ରମରେନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ।
You Can Read:
୩୦ ଜିଲ୍ଲା ବୁଲିବେ ୧୫ ଜଣ ମନ୍ତ୍ରୀ, ବଜେଟ୍ର ବିଭିନ୍ନ ଦିଗକୁ ନେଇ କରିବେ ଆଲୋଚନା