ବିଲରେ ଉପାଡୁଥିଲେ ଚିନାବାଦାମ: ପଛରୁ ହାତୀ ଆସି…

ଭୁବନ,୪।୦୨(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନାଞ୍ଚଳରେ ମଙ୍ଗଳବାର ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ଚାଷୀ ଗୁରୁତର ହୋଇଛନ୍ତି। ସେ ହେଲେ ଭୂଷଳ ପଞ୍ଚାୟତ ଅସୁରନ୍ଧ ପାଟଣା ନରେନ୍ଦ୍ର ସାହୁ (୫୮)। ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ଭୋରରେ ନରେନ୍ଦ୍ର ଚିନାବାଦାମ ଓପାଡିବା ପାଇଁ ବ୍ରାହ୍ମଣୀ ନଦୀ କୂଳ ବିଲକୁ ଯାଇଥିଲେ। ସେତିକିବେଳେ ଏକ ଦନ୍ତା ହାତୀଟି ବ୍ରାହ୍ମଣୀ ନଦୀ ପାରହୋଇ ଷଡଙ୍ଗୀ ବନାଞ୍ଚଳକୁ ଯାଉଥିଲା। ହେଲେ ଘନ କୁହୁଡି ଯୋଗୁ ନରେନ୍ଦ୍ର ହାତୀକୁ […] The post ବିଲରେ ଉପାଡୁଥିଲେ ଚିନାବାଦାମ: ପଛରୁ ହାତୀ ଆସି… appeared first on Dharitri Odia News.

ବିଲରେ ଉପାଡୁଥିଲେ ଚିନାବାଦାମ: ପଛରୁ ହାତୀ ଆସି…

ଭୁବନ,୪।୦୨(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନାଞ୍ଚଳରେ ମଙ୍ଗଳବାର ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ଚାଷୀ ଗୁରୁତର ହୋଇଛନ୍ତି। ସେ ହେଲେ ଭୂଷଳ ପଞ୍ଚାୟତ ଅସୁରନ୍ଧ ପାଟଣା ନରେନ୍ଦ୍ର ସାହୁ (୫୮)।

ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ଭୋରରେ ନରେନ୍ଦ୍ର ଚିନାବାଦାମ ଓପାଡିବା ପାଇଁ ବ୍ରାହ୍ମଣୀ ନଦୀ କୂଳ ବିଲକୁ ଯାଇଥିଲେ। ସେତିକିବେଳେ ଏକ ଦନ୍ତା ହାତୀଟି ବ୍ରାହ୍ମଣୀ ନଦୀ ପାରହୋଇ ଷଡଙ୍ଗୀ ବନାଞ୍ଚଳକୁ ଯାଉଥିଲା। ହେଲେ ଘନ କୁହୁଡି ଯୋଗୁ ନରେନ୍ଦ୍ର ହାତୀକୁ ଦେଖି ପାରି ନ ଥିଲେ।

ଏଭଳିସ୍ଥତିରେ କିଛି ଲୋକ ହାତୀକୁ ଦେଖି ହୋହାଲ୍ଲା କରିଥିଲେ। ପାଟି ଶୁଣି ହାତୀଟି ଜଙ୍ଗଲ ମଧ୍ୟକୁ ଯାଉଥିବା ବେଳେ ବିଲରେ ବାଦାମ ଉପାଡିବା ସମୟରେ ନରେନ୍ଦ୍ରକୁ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ହୋଇଥିଲେ। ଏନେଇ ପାଖରେ ଥିବା ଲୋକମାନେ ନରେନ୍ଦ୍ରଙ୍କ ଘରଲୋକଙ୍କୁ ଫୋନ କରି ଜଣାଇଥିଲେ। ପରିବାର ଲୋକ ବ୍ରାହ୍ମଣୀ ନଦୀର ଅପରପାର୍ଶ୍ୱରେ ଅଚେତ ହୋଇ ପଡ଼ିଥିବା ନରେନ୍ଦ୍ରକୁ ଡଙ୍ଗାରେ ପାର କରି ୧୦୮ ଆମୁଲାନ୍ସ ଯୋଗେ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

ଅନ୍ୟପକ୍ଷେ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢୁଥିବା ବେଳେ ବନବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏପରିକି ଅଧିକାଶ ସମୟରେ ବନବିଭାଗ ଅଧିକାରୀ ମୁଖ୍ୟ କାର୍ଯ୍ୟାଳୟରେ ଅନୁପସ୍ଥିତକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

The post ବିଲରେ ଉପାଡୁଥିଲେ ଚିନାବାଦାମ: ପଛରୁ ହାତୀ ଆସି… appeared first on Dharitri Odia News.