ବିଲରେ କାମ କରୁଥିବା ବେଳେ ବଜ୍ରପାତ: ଜେଜେମା, ନାତୁଣୀଙ୍କ ସହ ୩ ମୃତ

ଲକ୍ଷ୍ମୀପୁର,୧୬।୫(ଅନନ୍ତ ନାୟକ): କୋରାପୁଟ ଜିଲା ଓଡ଼ିଆପେଣ୍ଠ ପଞ୍ଚାୟତ ପର୍ଡିଗୁଡ଼ା ଗାଁରେ ଶୁକ୍ରବାର ଅପରାହ୍ନରେ ଏକ ଦୁଖଃଦ ଘଟଣା ଘଟିଛି। ବିଲରେ କାମ କରୁଥିବା ବେଳେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଘଟି ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଜେଜେମା, ନାତୁଣୀ ଥିବା ବେଳେ ଅନ୍ୟଜଣେ ମହିଳା ରହିଛନ୍ତି। ମୃତକ ଜେଜେ ମା’ ବୃଦି ମାଣ୍ଡିଙ୍ଗା(୬୦), ନାତୁଣୀ କସା ମାଣ୍ଡିଙ୍ଗା (୧୮)।  ଅନ୍ୟ […] The post ବିଲରେ କାମ କରୁଥିବା ବେଳେ ବଜ୍ରପାତ: ଜେଜେମା, ନାତୁଣୀଙ୍କ ସହ ୩ ମୃତ appeared first on Dharitri Odia News.

ବିଲରେ କାମ କରୁଥିବା ବେଳେ ବଜ୍ରପାତ: ଜେଜେମା, ନାତୁଣୀଙ୍କ ସହ ୩ ମୃତ

ଲକ୍ଷ୍ମୀପୁର,୧୬।୫(ଅନନ୍ତ ନାୟକ): କୋରାପୁଟ ଜିଲା ଓଡ଼ିଆପେଣ୍ଠ ପଞ୍ଚାୟତ ପର୍ଡିଗୁଡ଼ା ଗାଁରେ ଶୁକ୍ରବାର ଅପରାହ୍ନରେ ଏକ ଦୁଖଃଦ ଘଟଣା ଘଟିଛି। ବିଲରେ କାମ କରୁଥିବା ବେଳେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଘଟି ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଜେଜେମା, ନାତୁଣୀ ଥିବା ବେଳେ ଅନ୍ୟଜଣେ ମହିଳା ରହିଛନ୍ତି। ମୃତକ ଜେଜେ ମା’ ବୃଦି ମାଣ୍ଡିଙ୍ଗା(୬୦), ନାତୁଣୀ କସା ମାଣ୍ଡିଙ୍ଗା (୧୮)।  ଅନ୍ୟ ଜଣେ ମୃତକ  ହେଲେ କୁମ୍ଭାରଗୁଡା ଗ୍ରାମର ଅମ୍ଭିକା କାଶୀ (୩୫)।

ମିଳିଥିବା ସୂଚନା ମୁତାବକ, ବିଲରେ ଏକାଧିକ ଲୋକ କାମ କରୁଥିଲେ। ହଠାତ୍‌ କାଳବୈଶାଖୀ ପ୍ରଭାବରେ ଘଡଘଡି ସହ ବର୍ଷା ହୋଇ ବଜ୍ରପାତ ଘଟିଥିଲା। ଫଳରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏକାଧିକ ବ୍ୟକ୍ତି ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଗାଁରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଯୋଗ୍ୟ, ଶୁକ୍ରବାର ରାଜ୍ୟର ୧୧ ଜିଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ କରାଯାଇଛି। ତେବେ ଏହି ୧୧ ଜିଲାଗୁଡ଼ିକ ମଧ୍ୟରେ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ାରେ କାଳବୈଶାଖୀ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିବ। ଏହି ସମୟରେ କେହି ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

The post ବିଲରେ କାମ କରୁଥିବା ବେଳେ ବଜ୍ରପାତ: ଜେଜେମା, ନାତୁଣୀଙ୍କ ସହ ୩ ମୃତ appeared first on Dharitri Odia News.