ବିଲରେ କାମ ସାରି ଘରକୁ ଫେରୁଥିବା ବେଳେ ବଜ୍ରାଘାତ : ଚାଲିଗଲା ମାଆ-ପୁଅଙ୍କ ଜୀବନ

ପାଟକୁରା : କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍‌ ଜହ୍ନିମୂଳ ଗାଁରେ ଘଟିଛି ଅଭାବନୀୟ ଘଟଣା। ବଜ୍ରାଘାତରେ ମାଆ ଓ ପୁଅଙ୍କ ମୃତ୍ୟୁ ହୋଇଛି। ବିଲରେ କାମ ସାରି ଘରକୁ ଫେରୁଥିବା ବେଳେ ଅଚାନକ ବର୍ଷା ସହ ବଜ୍ରଘାତ ହେବାରୁ ମାଆ-ପୁଅଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନାମୁତାବକ ଜହ୍ନିମୂଳ ଗାଁର ୱାର୍ଡ ମେମ୍ବର ରବୀନ୍ଦ୍ର ବାରିକ ଓ ତାଙ୍କ ମା ଶଶିଲେଖା ବାରିକ ଚାଷ ଜମିକୁ ମୁଗ ଉପାଡ଼ିବାକୁ ଯାଇଥିଲେ । ମୁଗ ଉପାଡୁଥିବା ବେଳେ […]

ବିଲରେ କାମ ସାରି ଘରକୁ ଫେରୁଥିବା ବେଳେ ବଜ୍ରାଘାତ : ଚାଲିଗଲା ମାଆ-ପୁଅଙ୍କ ଜୀବନ
mother and son dead in lightning strike

ପାଟକୁରା : କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍‌ ଜହ୍ନିମୂଳ ଗାଁରେ ଘଟିଛି ଅଭାବନୀୟ ଘଟଣା। ବଜ୍ରାଘାତରେ ମାଆ ଓ ପୁଅଙ୍କ ମୃତ୍ୟୁ ହୋଇଛି। ବିଲରେ କାମ ସାରି ଘରକୁ ଫେରୁଥିବା ବେଳେ ଅଚାନକ ବର୍ଷା ସହ ବଜ୍ରଘାତ ହେବାରୁ ମାଆ-ପୁଅଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନାମୁତାବକ ଜହ୍ନିମୂଳ ଗାଁର ୱାର୍ଡ ମେମ୍ବର ରବୀନ୍ଦ୍ର ବାରିକ ଓ ତାଙ୍କ ମା ଶଶିଲେଖା ବାରିକ ଚାଷ ଜମିକୁ ମୁଗ ଉପାଡ଼ିବାକୁ ଯାଇଥିଲେ । ମୁଗ ଉପାଡୁଥିବା ବେଳେ ଅପରାହ୍ନ ପ୍ରାୟ ୫ଟାରେ ହଠାତ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ମେଘକୁ ଦେଖି ମା-ପୁଅ ଘରକୁ ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା। ଯେଉଁଥିଲେ ମା-ପୁଅଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।