ବିଲ୍ଡର ବାଙ୍କା ହତ୍ୟାକାଣ୍ଡର ପର୍ଦ୍ଦାଫାସ : ଭୁବନେଶ୍ବରରେ ହତ୍ୟା ପରେ ନିଆଳିରେ ଫିଙ୍ଗିଦେଇଥିଲେ ଅଭିଯୁକ୍ତ

ଭୁବନେଶ୍ବର : ରାଜଧାନୀ ବରମୁଣ୍ଡାର ବିଲ୍ଡର ବାଙ୍କା ଓରଫ ନବଘନ ପାଟ୍ଟଶାଣୀ ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି କମିସନରେଟ ପୁଲିସ। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବଣ୍ଟି ସହିତ ଡ୍ରାଇଭର ବିଜୟ ନାୟକକୁ ଗିରଫ କରିବା ପରେ ହତ୍ୟାକାଣ୍ଡ ନେଇ ସବୁ ତଥ୍ୟ ପାଇଛି ପୁଲିସ। ଏନେଇ ପୁଲିସ କମିଶନର ସଞ୍ଜୀବ ପଣ୍ଡା ସାମ୍ବାଦିକ ସମ୍ମିଳନୀ କରି ସବୁ ତଥ୍ୟ ଗଣମାଧ୍ୟମକୁ ଦେବା ସହ କହିଛନ୍ତି ବଣ୍ଟି ଓରଫ ବଣ୍ଟି ଦିଗାଲ ହିଁ ଏହି ଘଟଣାର ମୁଖ୍ୟ […]

ବିଲ୍ଡର ବାଙ୍କା ହତ୍ୟାକାଣ୍ଡର ପର୍ଦ୍ଦାଫାସ : ଭୁବନେଶ୍ବରରେ ହତ୍ୟା ପରେ ନିଆଳିରେ ଫିଙ୍ଗିଦେଇଥିଲେ ଅଭିଯୁକ୍ତ
Banka Murder Mystery Cracked; 2 Accused Held By Police In Bhubaneswar

ଭୁବନେଶ୍ବର : ରାଜଧାନୀ ବରମୁଣ୍ଡାର ବିଲ୍ଡର ବାଙ୍କା ଓରଫ ନବଘନ ପାଟ୍ଟଶାଣୀ ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି କମିସନରେଟ ପୁଲିସ। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବଣ୍ଟି ସହିତ ଡ୍ରାଇଭର ବିଜୟ ନାୟକକୁ ଗିରଫ କରିବା ପରେ ହତ୍ୟାକାଣ୍ଡ ନେଇ ସବୁ ତଥ୍ୟ ପାଇଛି ପୁଲିସ।

ଏନେଇ ପୁଲିସ କମିଶନର ସଞ୍ଜୀବ ପଣ୍ଡା ସାମ୍ବାଦିକ ସମ୍ମିଳନୀ କରି ସବୁ ତଥ୍ୟ ଗଣମାଧ୍ୟମକୁ ଦେବା ସହ କହିଛନ୍ତି ବଣ୍ଟି ଓରଫ ବଣ୍ଟି ଦିଗାଲ ହିଁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ। ରାଜଧାନୀରେ ବିଲ୍ଡର ବାଙ୍କା ଓରଫ ନବଘନ ପାଟ୍ଟଶାଣୀଙ୍କୁ ହତ୍ୟା କରିବା ପରେ ନିଆଳି ଗୋବିନ୍ଦପୁରରେ ଫିଙ୍ଗିଦେଇଥିଲେ ଅଭିଯୁକ୍ତ। ଶ୍ରୀ ସାଇ ଲଜରେ ଘଟିଥିଲା ଏ ହତ୍ଯାକାଣ୍ଡ। ନବଘନଙ୍କୁ ଲଜକୁ ଡାକି ଛୁରୀ ଭୁସି ହତ୍ଯା କରିଥିଲା ଅଭିଯୁକ୍ତ ବଣ୍ଟି। ଏହାପରେ ମୃତଦେହକୁ ଏକ ଗାଡ଼ିରେ ନେଇ ନିଆଳି ଅଞ୍ଚଳରେ ଫିଙ୍ଗି ଦେଇଥିଲେ।

ଟଙ୍କା ନେଣଦେଣକୁ ନେଇ ଏହି ହତ୍ଯାକାଣ୍ଡ ଘଟିଥିବା କହିଛି ପୁଲିସ। ବଣ୍ଟି ନବଘନ ପାଟ୍ଟଶାଣୀଙ୍କ ନିକଟରେ କାମ କରୁଥିଲା। ବିଲ୍ଡର ବାଙ୍କା ବଣ୍ଟିକୁ କିଛି ମାସ ହେଲା ଦରମା ଦେଇନଥିଲେ। ଟଙ୍କା ମାଗି ମାଗି ନିରାଶ ହେବା ପରେ ବିଲଡର ବାଙ୍କାଙ୍କୁ ହଟାଇବାକୁ ଯୋଜନା କରିଥିଲା ବଣ୍ଟି। ଆଉ ସେହି ଯୋଜନା ଅନୁସାରେ ନବଘନଙ୍କୁ ଲଜକୁ ଡାକି ଛୁରୀ ଭୁସି ହତ୍ଯା କରିଥିଲା ଅଭିଯୁକ୍ତ ବଣ୍ଟି। ଆଉ ଏହାପରେ ଡ୍ରାଇଭର ବିଜୟ କୁମାର ନାୟକ ସହ ମିଶି ନବଘନ ପାଟ୍ଟଶାଣୀଙ୍କ ମୃତଦେହକୁ ନେଇ ନିଆଳି ଗୋବିନ୍ଦପୁର ଅଞ୍ଚଳରେ ଫିଙ୍ଗି ଦେଇଥିଲା। ରାଜଧାନୀରେ ହତ୍ୟା କରିବା ପରେ ମୃତଦେହକୁ ଗୋବିନ୍ଦପୁରକୁ ନେଇ ଫିଙ୍ଗିଦେଇଥିବା ଅଭିଯୁକ୍ତ ପୋଲିସ ଆଗରେ ମାନିଛି ଅଭିଯୁକ୍ତ।

ସୂଚନାଯୋଗ୍ୟ ଗତ ଜୁଲାଇ ୧୯ ତାରିଖରେ ବିଲ୍ଡର ନବଘନ ପାଟ୍ଟଶାଣୀ ନିଖୋଜ ହୋଇଥିବା ନେଇ ଭରତପୁର ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ପୁଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଜୁଲାଇ ୨୯ ତାରିଖରେ ଗୋବିନ୍ଦପୁରରେ ଏକ ଅଜଣା ମୃତଦେହ ମିଳିଥିବା ସୂଚନା ପାଇଥିଲା ପୁଲିସ । ପରିବାର ଲୋକଙ୍କୁ ନେଇ ମୃତଦେହ ଚିହ୍ନଟ କରିବା ପରେ ତାହା ନବଘନ ପାଟ୍ଟଶାଣୀଙ୍କର ବୋଲି ଜଣାପଡିଥିଲା ।