ବିଲ୍ଡରଙ୍କ ପୁଅ, ୨ କୋଟି ଟଙ୍କା ପୋର୍ସେ କାର ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଆଉ ଦଣ୍ଡ-୩୦୦ ଶବ୍ଦର ରଚନା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେ ସହରରେ ସଡ଼କ ଦୁର୍ଘଟଣାରେ ୨ ଜଣ ଆଇଟି ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି । ଘଟଣାର ଅଭିଯୁକ୍ତକୁ ୧୪ ଘଣ୍ଟା ଭିତରେ ହିଁ ଜାମିନ ମିଳିଛି । ସୂଚନା ଅନୁସାରେ ଦ୍ରୁତ ବେଗରେ ଲଗଜରୀ ପୋର୍ସେ କାର ମୋଟରସାଇକେଲକୁ ଧକ୍କା ଦେଇଥିଲା, ଯେଉଁଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସ ଅନୁସାରେ କାର ଚଲାଉଥିବା ୧୭ ବର୍ଷୀୟ ନାବାଳକ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିବା ପରେ ତାକୁ ହେପାଜତକୁ ନିଆଯାଇଥିଲା, ଜୁଭେନାଇଲ କୋର୍ଟରେ ହାଜର କରାଯାଇଥିଲା, ଯେଉଁଠି ତାକୁ ଜାମିନ ମିଳିଛି ।ପୁଣେ ସହର ପୋଲିସ କମିଶନର ଅମିତେଶ କୁମାରଙ୍କ ଏକ ବୟାନରେ କହିଛନ୍ତି, ଏହି ଦୁର୍ଘଟଣା ମାମଲାରେ ଅଭିଯୁକ୍ତର ବାପା ଏବଂ କିଶୋର/ଅଭିଯୁକ୍ତକୁ ମଦ ଦେଇଥିବା ବାର୍ ବିରୋଧରେ କିଶୋର ନ୍ୟାୟ ଅଧିନିୟମ ଧାରା ୭୫ ଏବଂ ୭୭ ଅଧିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।ନାବାଳକ ଅଭିଯୁକ୍ତର ଜାମିନକୁ ନେଇ ପୋଲିସ ଅଧିକାରୀ କହିଛନ୍ତି ଯେ କୋର୍ଟ ଅପରାଧକୁ ଅଧିକ ସଙ୍ଗୀନ ବୋଲି ମାନି ନଥିଲେ, ଯେଉଁଥିରେ ଜାମିନ ମନା କରାଯାଇ ପାରିବ । କୋର୍ଟ ସର୍ତ୍ତ ସହ ଯୁବକକୁ ଜାମିନ ଦେଇଛନ୍ତି ।ଅଭିଯୁକ୍ତକୁ ସଡ଼କ ଦୁର୍ଘଟଣାର ପ୍ରଭାବ ଏବଂ ଏହାର ସମାଧାନ ଉପରେ ୩୦୦ ଶବ୍ଦର ରଚନା ଲେଖିବା ପାଇଁ ଆଦେଶ ଦେଇଛନ୍ତି ।୧୫ ଦିନ ଯାଏ ଟ୍ରାଫିକ୍ ପୋଲିସ ସହ ଅଭିଯୁକ୍ତକୁ କାମ କରିବାକୁ ହେବ ।ନିଶାମୁକ୍ତ କେନ୍ଦ୍ର ଯାଇ ମଦ ନିଶା ଛାଡ଼ିବା ପାଇଁ ମଧ୍ୟ ଅଭି

ବିଲ୍ଡରଙ୍କ ପୁଅ, ୨ କୋଟି ଟଙ୍କା ପୋର୍ସେ କାର ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଆଉ ଦଣ୍ଡ-୩୦୦ ଶବ୍ଦର ରଚନା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେ ସହରରେ ସଡ଼କ ଦୁର୍ଘଟଣାରେ ୨ ଜଣ ଆଇଟି ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି । ଘଟଣାର ଅଭିଯୁକ୍ତକୁ ୧୪ ଘଣ୍ଟା ଭିତରେ ହିଁ ଜାମିନ ମିଳିଛି । ସୂଚନା ଅନୁସାରେ ଦ୍ରୁତ ବେଗରେ ଲଗଜରୀ ପୋର୍ସେ କାର ମୋଟରସାଇକେଲକୁ ଧକ୍କା ଦେଇଥିଲା, ଯେଉଁଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସ ଅନୁସାରେ କାର ଚଲାଉଥିବା ୧୭ ବର୍ଷୀୟ ନାବାଳକ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିବା ପରେ ତାକୁ ହେପାଜତକୁ ନିଆଯାଇଥିଲା, ଜୁଭେନାଇଲ କୋର୍ଟରେ ହାଜର କରାଯାଇଥିଲା, ଯେଉଁଠି ତାକୁ ଜାମିନ ମିଳିଛି ।

ପୁଣେ ସହର ପୋଲିସ କମିଶନର ଅମିତେଶ କୁମାରଙ୍କ ଏକ ବୟାନରେ କହିଛନ୍ତି, ଏହି ଦୁର୍ଘଟଣା ମାମଲାରେ ଅଭିଯୁକ୍ତର ବାପା ଏବଂ କିଶୋର/ଅଭିଯୁକ୍ତକୁ ମଦ ଦେଇଥିବା ବାର୍ ବିରୋଧରେ କିଶୋର ନ୍ୟାୟ ଅଧିନିୟମ ଧାରା ୭୫ ଏବଂ ୭୭ ଅଧିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ନାବାଳକ ଅଭିଯୁକ୍ତର ଜାମିନକୁ ନେଇ ପୋଲିସ ଅଧିକାରୀ କହିଛନ୍ତି ଯେ କୋର୍ଟ ଅପରାଧକୁ ଅଧିକ ସଙ୍ଗୀନ ବୋଲି ମାନି ନଥିଲେ, ଯେଉଁଥିରେ ଜାମିନ ମନା କରାଯାଇ ପାରିବ । କୋର୍ଟ ସର୍ତ୍ତ ସହ ଯୁବକକୁ ଜାମିନ ଦେଇଛନ୍ତି ।

ଅଭିଯୁକ୍ତକୁ ସଡ଼କ ଦୁର୍ଘଟଣାର ପ୍ରଭାବ ଏବଂ ଏହାର ସମାଧାନ ଉପରେ ୩୦୦ ଶବ୍ଦର ରଚନା ଲେଖିବା ପାଇଁ ଆଦେଶ ଦେଇଛନ୍ତି ।

୧୫ ଦିନ ଯାଏ ଟ୍ରାଫିକ୍ ପୋଲିସ ସହ ଅଭିଯୁକ୍ତକୁ କାମ କରିବାକୁ ହେବ ।

ନିଶାମୁକ୍ତ କେନ୍ଦ୍ର ଯାଇ ମଦ ନିଶା ଛାଡ଼ିବା ପାଇଁ ମଧ୍ୟ ଅଭିଯୁକ୍ତକୁ କୁହାଯାଇଛି ।

ଟ୍ରାଫିକ୍ ନିୟମର ସୂଚନା ନେଇ ପୁଣି ଥରେ ଜୁଭେନାଇଲ୍ କୋର୍ଟ ସାମନାରେ ହାଜର ହେବା ପାଇଁ ଆଦେଶ ଦିଆଯାଇଛି ।

ଘଟଣା ପରେ ଅଭିଯୁକ୍ତ ଯୁବକ ବିରୋଧରେ ଧାରା ୩୦୪ ଅଧିନରେ ମାମଲା ରୁଜୁ କରାଯାଇଥିଲା । ଦେଶରେ ସଡ଼କ ଦୁର୍ଘଟଣା ମାମଲାରେ ମୁଖ୍ୟ ରୂପେ ଦୁଇଟି ଧାରାରେ କେସ୍ ରୁଜୁ ହୋଇଥାଏ । ଧାରା ୩୦୪ ଏବଂ ଦ୍ୱିତୀୟ ଧାରା ୩୦୪ଏ ଅଧିନରେ ପୋଲିସ ଦ୍ୱାରା କେସ୍ ରୁଜୁ କରାଯାଇଥାଏ । ଧାରା ୩୦୪ ଅଧିନରେ ଦୋଷୀକୁ ସର୍ବାଧିକ ୧୦ ବର୍ଷ ଜେଲ୍ ଦଣ୍ଡ ହୋଇପାରେ । ତେବେ ନାବାଳକ ହେବା କାରଣରୁ ଅଭିଯୁକ୍ତକୁ ଏହାର ଲାଭ ମିଳିଛି ଏବଂ ଜାମିନ ମିଳିଛି ।

କଲ୍ୟାଣୀ ନଗରର ଏକ ଭୋଜନାଳୟରେ ପାର୍ଟି ପରେ ସାଙ୍ଗମାନେ ନିଜ ମୋଟରସାଇକେଲରେ ଘରକୁ ଫେରୁଥିଲେ । ଏଫଆଇଆର ଅନୁସାରେ ସେମାନେ କଲ୍ୟାଣ ନଜର ଜଙ୍କସନ ପହଞ୍ଚିବା ବେଳେ ଏକ ଦ୍ରୁତ ବେଗରେ ଆସୁଥିବା ଏକ ଲଜଗରୀ କାର ମୋଟରସାଇକେଲକୁ ଧକ୍କା ଦେଇଥିଲା । ଯେଉଁଥିରେ ମୋଟରସାଇକେଲରେ ଯାତ୍ରା କରୁଥିବା ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।