ବିଳମ୍ବରେ ଟ୍ରେନ୍ ପହଞ୍ଚିବାରୁ ମାମଲା ରୁଜୁ କଲେ ଯାତ୍ରୀ, ୫୫୦୭୦ ଟଙ୍କା କ୍ଷତିପୂରଣ ଦେଲା ରେଳବାଇ
ଭୁବନେଶ୍ୱର : ବିଳମ୍ବିତ ଟ୍ରେନ୍ ଚଳାଚଳ ସମସ୍ତଙ୍କ ପାଇଁ କଷ୍ଟଦାୟକ। କିନ୍ତୁ ଏହି ସମସ୍ୟା ପାଇଁ ଜଣେ ଯାତ୍ରୀ ରେଳବାଇକୁ କୋର୍ଟକୁ ଟାଣିଲେ ଆଉ ବିଜୟ ମଧ୍ୟ ପାଇଲେ। ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରରେ। ବିଳମ୍ବିତ ଟ୍ରେନ୍ ଚଳାଚଳ ପାଇଁ ଅଦାଲତ ସମ୍ପୃକ୍ତ ଯାତ୍ରୀଙ୍କୁ ୫୫ ହଜାର ଟଙ୍କା କ୍ଷତିପୂରଣ ଦେବା ପାଇଁ ରେଳବାଇକୁ ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରୀଙ୍କ ସମସ୍ୟା ପାଇଁ ୫୦ ହଜାର ଟଙ୍କା, ମାମଲା ଖର୍ଚ୍ଚ ବାବଦକୁ ୫ ହଜାର ଟଙ୍କା ଏବଂ […]

ଭୁବନେଶ୍ୱର : ବିଳମ୍ବିତ ଟ୍ରେନ୍ ଚଳାଚଳ ସମସ୍ତଙ୍କ ପାଇଁ କଷ୍ଟଦାୟକ। କିନ୍ତୁ ଏହି ସମସ୍ୟା ପାଇଁ ଜଣେ ଯାତ୍ରୀ ରେଳବାଇକୁ କୋର୍ଟକୁ ଟାଣିଲେ ଆଉ ବିଜୟ ମଧ୍ୟ ପାଇଲେ। ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରରେ। ବିଳମ୍ବିତ ଟ୍ରେନ୍ ଚଳାଚଳ ପାଇଁ ଅଦାଲତ ସମ୍ପୃକ୍ତ ଯାତ୍ରୀଙ୍କୁ ୫୫ ହଜାର ଟଙ୍କା କ୍ଷତିପୂରଣ ଦେବା ପାଇଁ ରେଳବାଇକୁ ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରୀଙ୍କ ସମସ୍ୟା ପାଇଁ ୫୦ ହଜାର ଟଙ୍କା, ମାମଲା ଖର୍ଚ୍ଚ ବାବଦକୁ ୫ ହଜାର ଟଙ୍କା ଏବଂ ଟିକଟ ବାବଦରେ ୭୦ ଟଙ୍କା ଫେରସ୍ତ ଦେବା ଲାଗି ନିର୍ଦ୍ଦେଶ ହୋଇଛି।
ସୂଚନା ଅନୁସାରେ ପ୍ରତୀକ ମହାପାତ୍ର ନାମକ ଜଣେ ଆଇନ୍ଜୀବୀ ଗତବର୍ଷ ଜୁଲାଇ ୧୭ ତାରିଖରେ ଏକ ଜୁରୁରୀ ମାମଲା ପରିଚାଳନା ପାଇଁ ଅନୁଗୁଳ ପରିବାର ଅଦାଲତରେ ପହଞ୍ଚିବାର ଥିଲା। ସେଥିପାଇଁ ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ଟ୍ରେନ୍ରେ ଅନୁଗୁଳ ଯିବା ଲାଗି ସେ ଏକ ଜେନେରାଲ ଟିକଟ କାଟି ସମ୍ବଲପୁର ସିଟି ଷ୍ଟେସନ୍ରୁ ଯାତ୍ରା ଆରମ୍ଭ କରିଥିଲେ। ତେବେ ଏହି ଟ୍ରେନ୍ ଧାର୍ଯ୍ୟ ସମୟର ତିନି ଘଣ୍ଟା ବିଳମ୍ବରେ ଅନୁଗୁଳରେ ପହଞ୍ଚିଥିଲା।
ଏଥିରେ କ୍ଷୋଭ ପ୍ରକାଶ କରି ଶ୍ରୀ ମହାପାତ୍ର ସମ୍ବଲପୁର ଖାଉଟି ଅଦାଲତରେ ରେଳବାଇର ଅବହେଳାକୁ ଦାୟୀ କରି ମାମଲା ରୁଜୁ କରିଥିଲେ। କାଗଜପତ୍ର ଯୋଗାଡ଼ କରିବାରେ ସମୟ ଲାଗିବାରୁ ଶ୍ରୀ ମହାପାତ୍ର ଗତବର୍ଷ ଅକ୍ଟୋବର ମାସରେ ମାମଲା ରୁଜୁ କରିଥିଲେ। ଚଳିତ ମାସ ୧୫ ତାରିକରେ ଅଦାଲତ ମାମଲାର ରାୟ ପ୍ରକାଶ କରି ଶ୍ରୀ ମହାପାତ୍ରଙ୍କୁ ୫୫୦୭୦ ଟଙ୍କା କ୍ଷତିପୂରଣ ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଏଥିସହ ସମ୍ପୃକ୍ତ ଟ୍ରେନ୍ ଯେପରି ନିର୍ଦ୍ଧାରିତ ସମୟରେ ଚଳାଚଳ କରିବ ତାହା ସୁନିଶ୍ଚିତ କରିବା ପାଇଁ ମଧ୍ୟ ପୂର୍ବତଟ ରେଳପଥକୁ ନିର୍ଦ୍ଦେଶ ଦିଆଯାଇଛି।