ବିଳମ୍ବିତ ରାତିରେ ଗୁଳିକାଣ୍ଡ, ଦୁବୃର୍ତ୍ତଙ୍କ ଆକ୍ରମଣରେ ଯୁବକ ମୃତ
ଢେଙ୍କାନାଳ: ବିଳମ୍ବିତ ରାତିରେ ହୋଇଛି ଗୁଳିକାଣ୍ଡ । ଦୁବୃର୍ତ୍ତଙ୍କ ଆକ୍ରମଣରେ ଯୁବକ ମୃତ । ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କାରିଗର ସାହିରେ ଘଟିଛି ଘଟଣା। ସ୍ଥାନୀୟ ଯୁବକ ମହେଶ୍ୱର ବେହେରା ଓରଫ ଟିଟନ ନାମକ ଯୁବକଙ୍କୁ ଆକ୍ରମଣ ଓ ହତ୍ୟା ।ହତ୍ୟାକାଣ୍ଡ ଘଟାଇ ଦୁବୃର୍ତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ସୂଚନା ଅନୁଯାୟୀ, କାରିଗର ସାହି ବାସିନ୍ଦା ଟିଟନ ରାତି ପ୍ରାୟ ୧୧ଟା ବେଳକୁ ଘରକୁ ଫେରୁଥିବା ସମୟରେ କିଛି ଦୁବୃର୍ତ୍ତ ତାଙ୍କ ଉପରକୁ ଅଚାନକ […] The post ବିଳମ୍ବିତ ରାତିରେ ଗୁଳିକାଣ୍ଡ, ଦୁବୃର୍ତ୍ତଙ୍କ ଆକ୍ରମଣରେ ଯୁବକ ମୃତ appeared first on KNews Odisha.

ଢେଙ୍କାନାଳ: ବିଳମ୍ବିତ ରାତିରେ ହୋଇଛି ଗୁଳିକାଣ୍ଡ । ଦୁବୃର୍ତ୍ତଙ୍କ ଆକ୍ରମଣରେ ଯୁବକ ମୃତ । ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କାରିଗର ସାହିରେ ଘଟିଛି ଘଟଣା। ସ୍ଥାନୀୟ ଯୁବକ ମହେଶ୍ୱର ବେହେରା ଓରଫ ଟିଟନ ନାମକ ଯୁବକଙ୍କୁ ଆକ୍ରମଣ ଓ ହତ୍ୟା ।ହତ୍ୟାକାଣ୍ଡ ଘଟାଇ ଦୁବୃର୍ତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ସୂଚନା ଅନୁଯାୟୀ, କାରିଗର ସାହି ବାସିନ୍ଦା ଟିଟନ ରାତି ପ୍ରାୟ ୧୧ଟା ବେଳକୁ ଘରକୁ ଫେରୁଥିବା ସମୟରେ କିଛି ଦୁବୃର୍ତ୍ତ ତାଙ୍କ ଉପରକୁ ଅଚାନକ ଗୁଳି ଚଳାଇଥିଲେ ।
ଟିଟନଙ୍କ ଗୋଡରେ ୨ ରାଉଣ୍ଡ ଗୁଳି ବାଜିବାରୁ ସେ ଘଟଣାସ୍ଥଳରେ ଖସି ପଡ଼ିଥିଲେ । ଘଟଣାଟି ତାଙ୍କ ଘରଠାରୁ ଅଳ୍ପ ଦୂରରେ ଘଟିଥିବାରୁ ଗୁଳି ଶବ୍ଦ ଶୁଣି ତାଙ୍କ ସ୍ତ୍ରୀ ବାହାରକୁ ଦୌଡି ଆସିଥିଲେ। ଟିଟନ ଜୀବନ ବିକଳରେ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଦୁବୃର୍ତ୍ତ ମାନେ ତାଙ୍କୁ ଅନ୍ୟ ଏକ ସ୍ଥାନରେ ପଥର ଛେଚି ହତ୍ୟା କରିଥିଲେ ଓ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।
ପରେ ତାଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଟାଉନ ଥାନା ପୋଲିସ୍ ଘଟଣାର ତଦନ୍ତ କରୁଥିବା ବେଳେ ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି । କାରଣ ଗୋଟିଏ ମାସ ପୂର୍ବରୁ ଟିଟନଙ୍କୁ ଆକ୍ରମଣ କରି ଦୁବୃର୍ତ୍ତ ମାନେ ତାଙ୍କ ହାତ ଭାଙ୍ଗିଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ।
Also read: ଫାର୍ମ ହାଉସ ଗୁଳିକାଣ୍ଡ ଘଟଣା ଅଭିଯୁକ୍ତ ଗିରଫ, ବନ୍ଧୁକ ଜବତ
The post ବିଳମ୍ବିତ ରାତିରେ ଗୁଳିକାଣ୍ଡ, ଦୁବୃର୍ତ୍ତଙ୍କ ଆକ୍ରମଣରେ ଯୁବକ ମୃତ appeared first on KNews Odisha.