ବିଳମ୍ବିତ ରାତିରେ ତାଲା ବନ୍ଦ ଘରୁ ଚୋରି , ଘଟଣା ସ୍ଥଳରେ ପୋଲିସ
ରାୟଗଡା : ରାୟଗଡା ଜିଲ୍ଲାରେ ଲୁଟେରାଙ୍କ ଉବଦ୍ରଵ ଦିନକୁ ଦିନ ବଢ଼ିବାରେ ଲାଗିଛି । ନିୟୁ କଲୋନୀ ଦ୍ୱିତୀୟ ଧାଡିରେ ରହୁଥିବା ୧୨ ନମ୍ବର ୱାର୍ଡ କାଉନ୍ସିଲର ଏ ୱାଣୀ ଶ୍ରୀଙ୍କ ଘରୁ ହୋଇଛି ଲୁଟ । ତାଙ୍କ ଘରୁ ନଗଦ ୮୦ ହଜାର ଟଙ୍କା ଦୁର୍ବତ ଲୁଟ କରିଥବା ଜଣାପଡିଛି । ସୂଚନା ମୁତାବକ ଗତ ୨୧ ତାରିଖରୁ ଘରେ ତାଲାମାରି ସହ ପରିବାରେ ବଦ୍ରିନାଥ ଦର୍ଶନରେ ଯାଇଥିଲେ । ଘରର ସଦସ୍ୟ କେହି ନଥିବାର […] The post ବିଳମ୍ବିତ ରାତିରେ ତାଲା ବନ୍ଦ ଘରୁ ଚୋରି , ଘଟଣା ସ୍ଥଳରେ ପୋଲିସ appeared first on KNews Odisha.

ରାୟଗଡା : ରାୟଗଡା ଜିଲ୍ଲାରେ ଲୁଟେରାଙ୍କ ଉବଦ୍ରଵ ଦିନକୁ ଦିନ ବଢ଼ିବାରେ ଲାଗିଛି । ନିୟୁ କଲୋନୀ ଦ୍ୱିତୀୟ ଧାଡିରେ ରହୁଥିବା ୧୨ ନମ୍ବର ୱାର୍ଡ କାଉନ୍ସିଲର ଏ ୱାଣୀ ଶ୍ରୀଙ୍କ ଘରୁ ହୋଇଛି ଲୁଟ । ତାଙ୍କ ଘରୁ ନଗଦ ୮୦ ହଜାର ଟଙ୍କା ଦୁର୍ବତ ଲୁଟ କରିଥବା ଜଣାପଡିଛି ।
ସୂଚନା ମୁତାବକ ଗତ ୨୧ ତାରିଖରୁ ଘରେ ତାଲାମାରି ସହ ପରିବାରେ ବଦ୍ରିନାଥ ଦର୍ଶନରେ ଯାଇଥିଲେ । ଘରର ସଦସ୍ୟ କେହି ନଥିବାର ସୁଯୋଗ ନେଇ ଗତକାଲି ବିଳମ୍ବିତ ରାତିରେ ତାଲା ଭାଙ୍ଗି ଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ । ଖବର ପାଇ ରାୟଗଡା ଥାନା ପୋଲିସ, ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଞ୍ଚି ଛାନବିନ ଆରମ୍ଭ କରିଛି । ଚଳିତ ମାସ ୧୭ ତାରିଖ ଦିନ ମଧ୍ୟ ଅନୁରୂପ ଭାବେ ରାୟଗଡା ଜିଲ୍ଲା ସଦର ରାଣୀଗୁଡା ଫାର୍ମ ଡିଏଫୋ ଅଫିସ ଦ୍ଵିତୀୟ ଗଳିରେ ମଧ୍ୟ ସମାନ ଢଙ୍ଗରେ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଇଥିଲେ ଦୁର୍ବୁତ୍ତ ।
Also read : ଯାଜପୁରରେ ଲୁଟେରାଙ୍କ ରାଜ୍, ରାତିଅଧିଆଘରେ ପଶି କଳାକନା ବୁଲାଉଛନ୍ତି ଲୁଟେରା
The post ବିଳମ୍ବିତ ରାତିରେ ତାଲା ବନ୍ଦ ଘରୁ ଚୋରି , ଘଟଣା ସ୍ଥଳରେ ପୋଲିସ appeared first on KNews Odisha.