ବିଳାଶପୂର୍ଣ୍ଣ କାର କିଣିଲେ ଜାହ୍ନବୀ କପୂର , ଗାଡିର ଦାମ୍ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ ୧୮।୦୮: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର। ବର୍ତ୍ତମାନ ସେ   ତାଙ୍କ ଅପକମିଂ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ହେଲେ ଏସବୁ ମଧ୍ୟରେ ପ୍ରଶଂସକଙ୍କ ପାଇଁ ଏକ ବଡ ଖବର ଆସୁଛି। ଅଭିନେତ୍ରୀ ତାଙ୍କ କାର କଲେକସନ୍‌ରେ ଆଉ ଏକ ନୂଆ କାର ସାମିଲ କରିଛନ୍ତି। ଏହି କାର ଦେଖି ଆପଣ ମଧ୍ୟ ଚକିତ ହୋଇଯିବେ।  ତାଙ୍କର ନୂତନ କାର୍ ଦେଖିବା ପାଇଁ ବହୁତ ସୁନ୍ଦର। ଏହାର ଦାମ୍‌ କୋଟି କୋଟି ଟଙ୍କା। ଜାହ୍ନବୀଙ୍କ ନୂଆ କାର ରାସ୍ତାରେ ଦେଖିବା ମାତ୍ରେ ଏହାର ଭିଡିଓ ଭାଇରାଲ ହୋଇଥିଲା।View this post on InstagramA post shared by Varinder Chawla (@varindertchawla)ବର୍ତ୍ତମାନ ଜାହ୍ନବୀ ଗୋଟିଏ ପରେ ଗୋଟିଏ ହିଟ୍ ଚଳଚ୍ଚିତ୍ର ଦେଉଛନ୍ତି । ପ୍ରଥମେ ମିଷ୍ଟର ଆଣ୍ଡ ମିସେସ୍‌ ମାହି ପରେ ଉଲଝରେ ନଜର ଆସିଥିଲେ । ଜାହ୍ନବୀ ନିଜ କାର କଲେକସନ୍‌କୁ ବୃଦ୍ଧି କରିଛନ୍ତି । ତାଙ୍କର ବୃତ୍ତିଗତ ଜୀବନ ଯେତିକି ସଫଳ ହେଉଛି ସେତିକି ତାଙ୍କ କାର କଲେକସନ୍‌ ମଧ୍ୟ ବଡ ହେବାରେ ଲାଗିଛି । ଜାହ୍ନବୀ ବର୍ତ୍ତମାନ ତେଲୁଗୁ ଡେବ୍ୟୁ ଫିଲ୍ମ 'ଦେବରା: ପାର୍ଟ-୧' ରିଲିଜକୁ ଅପେକ୍ଷା କରିଛନ୍ତି।ଏହି କାରର ଦାମ୍‌ କେତେ?ରିଲିଜ୍ ପୂର୍ବରୁ ଅଭିନେତ୍ରୀ ବର୍ତ୍ତମାନ ନିଜକୁ ଏକ ବିଳାସପୂର୍ଣ୍ଣ ଏବଂ ସୁପର ଷ୍ଟାଇଲିସ୍ 'ଟୟୋଟା ଲେକ୍ସସ୍' କାର୍ ଉପହାର ଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଏସୟୁଭି ଭାରତୀୟ ବଜାରରେ ସବୁଠାରୁ ମହଙ୍ଗା ମ

ବିଳାଶପୂର୍ଣ୍ଣ କାର କିଣିଲେ ଜାହ୍ନବୀ କପୂର , ଗାଡିର ଦାମ୍ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ ୧୮।୦୮: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର। ବର୍ତ୍ତମାନ ସେ   ତାଙ୍କ ଅପକମିଂ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ହେଲେ ଏସବୁ ମଧ୍ୟରେ ପ୍ରଶଂସକଙ୍କ ପାଇଁ ଏକ ବଡ ଖବର ଆସୁଛି। ଅଭିନେତ୍ରୀ ତାଙ୍କ କାର କଲେକସନ୍‌ରେ ଆଉ ଏକ ନୂଆ କାର ସାମିଲ କରିଛନ୍ତି। ଏହି କାର ଦେଖି ଆପଣ ମଧ୍ୟ ଚକିତ ହୋଇଯିବେ।  ତାଙ୍କର ନୂତନ କାର୍ ଦେଖିବା ପାଇଁ ବହୁତ ସୁନ୍ଦର। ଏହାର ଦାମ୍‌ କୋଟି କୋଟି ଟଙ୍କା। ଜାହ୍ନବୀଙ୍କ ନୂଆ କାର ରାସ୍ତାରେ ଦେଖିବା ମାତ୍ରେ ଏହାର ଭିଡିଓ ଭାଇରାଲ ହୋଇଥିଲା।



ବର୍ତ୍ତମାନ ଜାହ୍ନବୀ ଗୋଟିଏ ପରେ ଗୋଟିଏ ହିଟ୍ ଚଳଚ୍ଚିତ୍ର ଦେଉଛନ୍ତି । ପ୍ରଥମେ ମିଷ୍ଟର ଆଣ୍ଡ ମିସେସ୍‌ ମାହି ପରେ ଉଲଝରେ ନଜର ଆସିଥିଲେ । ଜାହ୍ନବୀ ନିଜ କାର କଲେକସନ୍‌କୁ ବୃଦ୍ଧି କରିଛନ୍ତି । ତାଙ୍କର ବୃତ୍ତିଗତ ଜୀବନ ଯେତିକି ସଫଳ ହେଉଛି ସେତିକି ତାଙ୍କ କାର କଲେକସନ୍‌ ମଧ୍ୟ ବଡ ହେବାରେ ଲାଗିଛି । ଜାହ୍ନବୀ ବର୍ତ୍ତମାନ ତେଲୁଗୁ ଡେବ୍ୟୁ ଫିଲ୍ମ 'ଦେବରା: ପାର୍ଟ-୧' ରିଲିଜକୁ ଅପେକ୍ଷା କରିଛନ୍ତି।

ଏହି କାରର ଦାମ୍‌ କେତେ?

ରିଲିଜ୍ ପୂର୍ବରୁ ଅଭିନେତ୍ରୀ ବର୍ତ୍ତମାନ ନିଜକୁ ଏକ ବିଳାସପୂର୍ଣ୍ଣ ଏବଂ ସୁପର ଷ୍ଟାଇଲିସ୍ 'ଟୟୋଟା ଲେକ୍ସସ୍' କାର୍ ଉପହାର ଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଏସୟୁଭି ଭାରତୀୟ ବଜାରରେ ସବୁଠାରୁ ମହଙ୍ଗା ମଡେଲ ମଧ୍ୟରୁ ଅନ୍ୟତମ। ଜାହ୍ନବୀଙ୍କ ଏହି ବିଳାସପୂର୍ଣ୍ଣ କାରର ଅନେକ ଫିଚରସ୍‌ ରହିଛି। ବର୍ତ୍ତମାନ ଏହାର ମୂଲ୍ୟ ବିଷୟରେ କହିବାକୁ ଗଲେ ଏହି ମଲ୍ଟି ପର୍ପୋଜ୍ ଭେଇକିଲର ଏକ୍ସ-ସୋରୁମ୍ ମୂଲ୍ୟ ପ୍ରାୟ ୨ କୋଟି ୫୦ ଲକ୍ଷ ଏବଂ ଅନ୍‌-ରୋଡ୍‌ ମୂଲ୍ୟ ପ୍ରାୟ ୨କୋଟି ୮୭ ଲକ୍ଷ ଟଙ୍କା। ଜାହ୍ନବୀଙ୍କ ପୂର୍ବରୁ ଅଭିନେତା ରଣବୀର କପୁର ମଧ୍ୟ ସମାନ କାର କିଣିଥିଲେ।