ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ପରଲୋକ

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି ।

ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ପରଲୋକ

ସ୍ୱନାମଧନ୍ୟ ଭଜନ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ପରଲୋକ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ସ୍ୱାମୀ ବସନ୍ତ କୁମାର ଛୋଟରାୟ ଏହି ସୂଚନା ଦେବା ପରେ, ଓଡ଼ିଶା ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ଦୀର୍ଘଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ଶାନ୍ତିଲତା ବାରିକ।

ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ହେବ । ନିମାପଡ଼ା ବିଷ୍ଣୁପୁର ଝାମ୍ପୁଲାକୁଦାର ଶାନ୍ତିଲତା ଭୁବନେଶ୍ୱରରେ ରହୁଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ପାଇଁ ଅସୀମ ଖ୍ୟାତି ଅର୍ଜନ କରିଥିଲେ ସେ। ଥକା ମନ ଚାଲ ଯିବା ଏବଂ ଭଜି ଭଜି ତୋ ନାମ ଚକାନୟନ ଭଳି ଅନେକ ଗୀତ ଗାଇ ପାଇଥିଲେ ବିପୁଳ ପ୍ରସିଦ୍ଧି । ଶାନ୍ତିଲତାଙ୍କ ଗୀତ ଶ୍ରୋତାଙ୍କ ମନରେ ଭକ୍ତି, ସମର୍ପଣ ଭାବ ସୃଷ୍ଟି କରିଥାଏ।