ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ମନୁ ପାଣିଗ୍ରାହୀଙ୍କ ମୃତୁରେ ବିଭିନ୍ନ ମହଲରେ ଶୋକ

ବେଲଗୁଣ୍ଠା-୫/୬-ବେଲଗୁଣ୍ଠା ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ତଥା ବିଶିଷ୍ଟ ସମାଜସେବୀ ମନୋରଞ୍ଜନ ପାଣିଗ୍ରାହୀ ଆଉ ନାହାନ୍ତି । ଗତକାଲି ତଥା ମଙ୍ଗଳବାର ଦିନ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୋମବାର ଦିନ ସେ ନିଜ ପୁଅକୁ ଦେଖା କରିବାକୁ ନିଜ ଟାଭେରା ଗାଡିରେ କଟକ ଯାଇଥିଲେ ।ସେଠାରୁ ସେ ଫେରିଲା ବେଳେ ଭୋର୍ ପାଖାପାଖି ୪ ଟା ସମୟରେ ବାଲୁଗା ନିକଟସ୍ଥ ନାଭାଲ୍ ଫାଣ୍ଡି ନିକଟରେ ଜାତୀୟ ରାଜପଥ ଉପରେ ଏକ ଟ୍ରକ […] The post ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ମନୁ ପାଣିଗ୍ରାହୀଙ୍କ ମୃତୁରେ ବିଭିନ୍ନ ମହଲରେ ଶୋକ appeared first on Odisha.News.

ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ମନୁ ପାଣିଗ୍ରାହୀଙ୍କ ମୃତୁରେ ବିଭିନ୍ନ ମହଲରେ ଶୋକ

ବେଲଗୁଣ୍ଠା-୫/୬-ବେଲଗୁଣ୍ଠା ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ତଥା ବିଶିଷ୍ଟ ସମାଜସେବୀ ମନୋରଞ୍ଜନ ପାଣିଗ୍ରାହୀ ଆଉ ନାହାନ୍ତି । ଗତକାଲି ତଥା ମଙ୍ଗଳବାର ଦିନ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୋମବାର ଦିନ ସେ ନିଜ ପୁଅକୁ ଦେଖା କରିବାକୁ ନିଜ ଟାଭେରା ଗାଡିରେ କଟକ ଯାଇଥିଲେ ।ସେଠାରୁ ସେ ଫେରିଲା ବେଳେ ଭୋର୍ ପାଖାପାଖି ୪ ଟା ସମୟରେ ବାଲୁଗା ନିକଟସ୍ଥ ନାଭାଲ୍ ଫାଣ୍ଡି ନିକଟରେ ଜାତୀୟ ରାଜପଥ ଉପରେ ଏକ ଟ୍ରକ ତାଙ୍କ ଗାଡିର ପଛପଟୁ ଜୋର୍ ରେ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ହିଁ ମନୋରଞ୍ଜନ ପାଣିଗ୍ରାହୀ (୬୨) ଓ ତାଙ୍କ ଡ୍ରାଇଭର୍ ବିଦ୍ୟାଧର ବେହେରାଙ୍କ ମୃତ୍ୟୁ ଘଟିଥିଲା ।ଖବର ପାଇଁ ସ୍ଥାନୀୟ ପୋଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ ।ଏହି ଖବର ବେଲଗୁଣ୍ଠାରେ ପହଞ୍ଚିବା ପରେ ବେଲଗୁଣ୍ଠା ଅଞ୍ଚଳରେ ଶୋକରେ ଛାୟା ଖେଳି ଯାଇଛି । ମନୋରଞ୍ଜନ ପାଣିଗ୍ରାହୀ ସ୍ଥାନୀୟ ଅଞ୍ଚଳରେ ମନୁ ଭାଇନା ନାମରେ ପ୍ରତିଷ୍ଠିତ ଥିଲେ ।ସେ ଜଣେ ମିଷ୍ଟଭାଷୀ, ପରୋପକାରୀ,ମେଳାପୀ ବ୍ୟକ୍ତିତ୍ଵ ଭାବେ ପରିଚିତ ଥିଲେ ।ବେଲଗୁଣ୍ଠା ଏବଂ ଆଖପାଖ ଅଞ୍ଚଳର ବିଭିନ୍ନ ସାମାଜିକ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ତାଙ୍କର ଅବଦାନ ରହୁଥିଲା ‌ବିଶେଷ କରି ବେଲଗୁଣ୍ଠା ପଣ୍ଡା ସାହିର ମୁରବୀ ଭାବେ ବିଭିନ୍ନ ଉଲ୍ଲେଖନୀୟ ଅବଦାନ ରଖୁଥିଲେ । ତାଙ୍କ ମୃତ୍ୟୁ ବେଲଗୁଣ୍ଠା ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ଆଲୋଚନା ହେଉଥିବା ବେଳେ ତାଙ୍କ ମୃତ୍ୟୁରେ ବେଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ଓ ସମସ୍ତ ସଦସ୍ୟ,ବେଲଗୁଣ୍ଠା ସହରର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।ଗତ ମଙ୍ଗଳବାର ରାତି ୧୦.୩୦ ରେ ତାଙ୍କ ମୃତଦେହ ନିଜ ବାସଗୃହରେ ପହଞ୍ଚି ଥିବା ବେଳେ ବେଲଗୁଣ୍ଠା ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପର୍ନ୍ନ ହୋଇଛି ଏବଂ ତାଙ୍କ ପୁତ୍ର ଡ଼ାଃ ଆଶିଷ କୁମାର ପାଣିଗ୍ରାହୀ ମୁଖାଗ୍ନି ଦେଇଥିଲେ ।

The post ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ମନୁ ପାଣିଗ୍ରାହୀଙ୍କ ମୃତୁରେ ବିଭିନ୍ନ ମହଲରେ ଶୋକ appeared first on Odisha.News.