ବିଶିଷ୍ଠ ମାଲାୟଲମ ସାହିତ୍ୟିକ ପଦ୍ମଭୂଷଣ ଏମ୍‌ଟି ବାସୁଦେବନ ନାୟରଙ୍କ ପରଲୋକ

ଥିରୁଭନନ୍ତପୁରମ: ଖ୍ୟାତନାମା ମାଲାୟାଲମ୍ ଲେଖକ ତଥା ଚଳଚ୍ଚିତ୍ର ନିର୍ମାତା ଏମ୍‌ଟି ବାସୁଦେବନ ନାୟରଙ୍କର ପରଲୋକ ହୋଇଛି। ବୁଧବାର ୯୧ ବର୍ଷ ବୟସରେ ଆଖି ବୁଝିଛନ୍ତି ଏମ୍‌ଟି। ହୃଦ୍‌ଘାତର ଶିକାର ହେବା ରରେ ଗତ ୧୧ ଦିନ ହେଲା କୋଜିକୋଡେ ସ୍ଥିତ ବେବି ମେମୋରିଆଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।  ମଙ୍ଗଳବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଖବର ଆସିଥିଲା। ହେଲେ ବୁଧବାର ରାତିରେ ପ୍ରଖ୍ୟାତ ସାହିତ୍ୟିକ ଇହଲୀଳା ତ୍ୟାଗ କରିଛନ୍ତି। ୧୫ ଜୁଲାଇ ୧୯୩୩ ମସିହାରେ ଜନ୍ମଗ୍ରହଣ କରିଥିବା କୁଡାଲୁରରେ ଜନ୍ମଗ୍ରହଣ କରିଥିବା ଏମ.ଟି ଭାସୁଦେବନ ନାୟରଙ୍କର ସାହିତ୍ୟ ଏବଂ ସିନେମାରେ ଯୋଗଦାନ ଅତୁଳନୀୟ। ଶ୍ରୀ ନାୟର ଅତୀତର ମଧୁର ସ୍ମୃତି ଓ ମାନବ ଭାବପ୍ରବଣତାକୁ ତାଙ୍କ ସାହିତ୍ୟରେ ଖୁବ୍ ସୁନ୍ଦର ଭାବେ ଚିତ୍ରଣ କରିପାରନ୍ତି। ସେ ଏକାଧିକ ଉପନ୍ୟାସ, କ୍ଷୁଦ୍ରଗଳ୍ପ,ଚିତ୍ରନାଟ୍ୟ, ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, ଏବଂ ପ୍ରବନ୍ଧ ଲେଖିଛନ୍ତି। ମାଲୟାଲମ ସିନେମାକୁ ସେ ‘ନିର୍ମଳୟମ’ ଭାବେ ଆଇକନିକ କ୍ଲାସିକ୍ ପିକ୍‌ଚର ଦେଇଛନ୍ତି।  ଏଥିସହିତ ୬ଟି ଚଳଚ୍ଚିତ୍ର ଏବଂ ଦୁଇଟି ଡକ୍ୟୁମେଣ୍ଟାରୀ ନିର୍ଦ୍ଦେଶନା ଦେଇଥିଲେ। ତାଙ୍କ ସ୍କ୍ରିନ୍‌ ରାଇଟିଂର ଜବାବ ନାହିଁ। ତାଙ୍କୁ ଚାରିଟି ଜାତୀୟ ପୁରସ୍କାର ଏବଂ ୧୧ ଟି କେରଳ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ଜଣେ ଲେଖକ ଭାବରେ, ତାଙ୍କର ଉପନ୍ୟାସ ଏବଂ କ୍ଷୁଦ୍ରଗଳ୍ପଗୁଡ଼ିକ ପାଠକଙ୍କୁ

ବିଶିଷ୍ଠ ମାଲାୟଲମ ସାହିତ୍ୟିକ ପଦ୍ମଭୂଷଣ ଏମ୍‌ଟି ବାସୁଦେବନ ନାୟରଙ୍କ ପରଲୋକ

ଥିରୁଭନନ୍ତପୁରମ: ଖ୍ୟାତନାମା ମାଲାୟାଲମ୍ ଲେଖକ ତଥା ଚଳଚ୍ଚିତ୍ର ନିର୍ମାତା ଏମ୍‌ଟି ବାସୁଦେବନ ନାୟରଙ୍କର ପରଲୋକ ହୋଇଛି। ବୁଧବାର ୯୧ ବର୍ଷ ବୟସରେ ଆଖି ବୁଝିଛନ୍ତି ଏମ୍‌ଟି। ହୃଦ୍‌ଘାତର ଶିକାର ହେବା ରରେ ଗତ ୧୧ ଦିନ ହେଲା କୋଜିକୋଡେ ସ୍ଥିତ ବେବି ମେମୋରିଆଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।  ମଙ୍ଗଳବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଖବର ଆସିଥିଲା। ହେଲେ ବୁଧବାର ରାତିରେ ପ୍ରଖ୍ୟାତ ସାହିତ୍ୟିକ ଇହଲୀଳା ତ୍ୟାଗ କରିଛନ୍ତି। 

୧୫ ଜୁଲାଇ ୧୯୩୩ ମସିହାରେ ଜନ୍ମଗ୍ରହଣ କରିଥିବା କୁଡାଲୁରରେ ଜନ୍ମଗ୍ରହଣ କରିଥିବା ଏମ.ଟି ଭାସୁଦେବନ ନାୟରଙ୍କର ସାହିତ୍ୟ ଏବଂ ସିନେମାରେ ଯୋଗଦାନ ଅତୁଳନୀୟ। 

ଶ୍ରୀ ନାୟର ଅତୀତର ମଧୁର ସ୍ମୃତି ଓ ମାନବ ଭାବପ୍ରବଣତାକୁ ତାଙ୍କ ସାହିତ୍ୟରେ ଖୁବ୍ ସୁନ୍ଦର ଭାବେ ଚିତ୍ରଣ କରିପାରନ୍ତି। ସେ ଏକାଧିକ ଉପନ୍ୟାସ, କ୍ଷୁଦ୍ରଗଳ୍ପ,ଚିତ୍ରନାଟ୍ୟ, ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, ଏବଂ ପ୍ରବନ୍ଧ ଲେଖିଛନ୍ତି। 

ମାଲୟାଲମ ସିନେମାକୁ ସେ ‘ନିର୍ମଳୟମ’ ଭାବେ ଆଇକନିକ କ୍ଲାସିକ୍ ପିକ୍‌ଚର ଦେଇଛନ୍ତି।  ଏଥିସହିତ ୬ଟି ଚଳଚ୍ଚିତ୍ର ଏବଂ ଦୁଇଟି ଡକ୍ୟୁମେଣ୍ଟାରୀ ନିର୍ଦ୍ଦେଶନା ଦେଇଥିଲେ। ତାଙ୍କ ସ୍କ୍ରିନ୍‌ ରାଇଟିଂର ଜବାବ ନାହିଁ। ତାଙ୍କୁ ଚାରିଟି ଜାତୀୟ ପୁରସ୍କାର ଏବଂ ୧୧ ଟି କେରଳ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଛି। 

ଜଣେ ଲେଖକ ଭାବରେ, ତାଙ୍କର ଉପନ୍ୟାସ ଏବଂ କ୍ଷୁଦ୍ରଗଳ୍ପଗୁଡ଼ିକ ପାଠକଙ୍କୁ ଆକର୍ଷିତ କରିଛି। ସମୃଦ୍ଧ ସାଂସ୍କୃତିକ ନୈତିକତା ତାଙ୍କ ପ୍ରତ୍ୟୋକ ଲେଖାରେ ଝଲସି ଉଠେ। ସ୍କଲରେ ପଢ଼ିଲା ବେଳେ ତାଙ୍କର ସାହିତ୍ୟ ଯାତ୍ରା ଆରମ୍ଭ ହୋଇଥିଲା। ଛାତ୍ର ଥିବା ବେଳେ ତାଙ୍କର ପ୍ରଥମ ଗଳ୍ପ ସଂକଳନ ‘ରଖତମ୍ ପୁରଣ୍ଡା ମନ୍ତରିକଲ’ ପ୍ରକାଶ ପାଇଥିଲା। 

ସାହିତ୍ୟରେ ଜୀବନ ବ୍ୟାପୀ ଯୋଗଦାନ ପାଇଁ ଏମ୍‌ଟିଙ୍କୁ ୨୦୦୫ରେ ପଦ୍ମଭୂଷଣ, ଜ୍ଞାନପୀଠ ପୁରସ୍କାର, ,ଏଜୁଥାଚାନ୍ ପୁରସ୍କରାମ, ଭାୟାଲାର୍ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, କେରଳ ସାହିତ୍ୟ ଏକାଡେମୀ ପୁରସ୍କାର, ଭାଲାଥୋଲ୍ ପୁରସ୍କରାମ ଆଦି ମିଳିଛି।