ବିଶ୍ବର ସବୁଠୁ ଧନୀ ପରିବାର: ୪୦୦୦ କୋଟିର ଘର, କାର୍ ସଂଖ୍ୟା ଜାରିଲେ ଉଡିଯିବ ହୋଶ୍
ଆବୁଧାବି:ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ସ୍ଥିତ ଆବୁଧାବିର ଅଲ୍ ନାହୟାନ ରାଜ ପରିବାର ହେଉଛି ବିଶ୍ବର ସବୁଠାରୁ ଧନୀ ପରିବାର। ଏହି ପରିବାରର ସମୁଦାୟ ସମ୍ପତ୍ତିର ମୂଲ୍ୟ ୩୦୦ ବିଲିୟନ ଡଲାରରୁ ଅଧିକ। ଅନେକ ଘରୋଇ ଜେଟ୍, ଫୁଟ୍ବଲ୍ କ୍ଲବ୍, ତୈଳ ଭଣ୍ଡାର ଓ ଅନ୍ୟାନ୍ୟ ସମ୍ପତ୍ତି ମଧ୍ୟ ଏହି ପରିବାର ପାଖରେ ରହିଛି। ବହୁ ବଡ଼ କମ୍ପାନୀରେ ଏହି ପରିବାରର ନିବେଶ ମଧ୍ୟ ରହିଛି। ୩ଟି ପେଣ୍ଟାଗନ୍ ଆକାରର ହୋଇଥିବା ଅଲ୍ ନାହୟାନ ପରିବାରର ରାଜକୀୟ ପ୍ରାସାଦର […] The post ବିଶ୍ବର ସବୁଠୁ ଧନୀ ପରିବାର: ୪୦୦୦ କୋଟିର ଘର, କାର୍ ସଂଖ୍ୟା ଜାରିଲେ ଉଡିଯିବ ହୋଶ୍ appeared first on Dharitri Odia News.
ଆବୁଧାବି:ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ସ୍ଥିତ ଆବୁଧାବିର ଅଲ୍ ନାହୟାନ ରାଜ ପରିବାର ହେଉଛି ବିଶ୍ବର ସବୁଠାରୁ ଧନୀ ପରିବାର। ଏହି ପରିବାରର ସମୁଦାୟ ସମ୍ପତ୍ତିର ମୂଲ୍ୟ ୩୦୦ ବିଲିୟନ ଡଲାରରୁ ଅଧିକ। ଅନେକ ଘରୋଇ ଜେଟ୍, ଫୁଟ୍ବଲ୍ କ୍ଲବ୍, ତୈଳ ଭଣ୍ଡାର ଓ ଅନ୍ୟାନ୍ୟ ସମ୍ପତ୍ତି ମଧ୍ୟ ଏହି ପରିବାର ପାଖରେ ରହିଛି। ବହୁ ବଡ଼ କମ୍ପାନୀରେ ଏହି ପରିବାରର ନିବେଶ ମଧ୍ୟ ରହିଛି। ୩ଟି ପେଣ୍ଟାଗନ୍ ଆକାରର ହୋଇଥିବା ଅଲ୍ ନାହୟାନ ପରିବାରର ରାଜକୀୟ ପ୍ରାସାଦର ମୂଲ୍ୟ ହେଉଛି ୪,୦୭୮ କୋଟି ଟଙ୍କା। ସେହିପରି ଏହି ପରିବାର ନିକଟରେ ୮ଟି ଘରୋଇ ଜେଟ୍ ରହିଛି। ତେବେ ଏହି ରାଜ ପରିବାରର ବିଶ୍ୱର ପ୍ରାୟ ୬% ତୈଳ ଭଣ୍ଡାରର ମାଲିକ ହୋଇଥିବା ନେଇ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି।
ୁଏଇର ରାଷ୍ଟ୍ରପତି ତଥା ହେଡ୍ ଅଫ୍ ଷ୍ଟେଟ୍ ଶେଖ୍ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହୟାନ ରହିଛନ୍ତି। ଆବୁଧାବିରେ ପ୍ରାୟ ୯୪ ଏକର ପରିବ୍ୟାପ୍ତ ଥିବା ରାଜକୀୟ ପ୍ରାସାଦରେ ଏହି ପରିବାରର ସଦସ୍ୟମାନେ ରୁହନ୍ତି। ରାଷ୍ଟ୍ରପତି ମହମ୍ମଦ ବିନ୍ ଜାୟେଦଙ୍କ ଭାଇ ତହନୁନ୍ ବିନ୍ ଜାଏଦ ଅଲ ନାହିୟାନ୍ ହେଉଛନ୍ତି ଏହି ପରିବାର ଦ୍ୱାରା ଚାଳିତ ମୁଖ୍ୟ ପୁଞ୍ଜି ବିନିଯୋଗ କମ୍ପାନୀର ପ୍ରତିଷ୍ଠାତା। ୨୩୫ ବିଲିୟନ ଡଲାର ମୂଲ୍ୟର ଏହି କମ୍ପାନୀ ସାଧାରଣତଃ କୃଷି, ଶକ୍ତି, ମନୋରଞ୍ଜନ, ସାମୁଦ୍ରିକ ବ୍ୟବସାୟ ଆଦି କ୍ଷେତ୍ରରେ ନିବେଶ କରିଥାଏ। ସେହିପରି ରାଷ୍ଟ୍ରପତି ମହମ୍ମଦଙ୍କ ସାନ ଭାଇ ଶେଖ୍ ହମଦ ବିନ୍ ହମଦାନ ଅଲ୍ ନାହୟାନଙ୍କର ୭୦୦ରୁ ଅଧିକ କାର୍ ସଂଗ୍ରହ ରହିଛି। ବିଶ୍ବର ସର୍ବ ବୃହତ୍ ଏସ୍ୟୁଭି କାର୍ ମଧ୍ୟ ତାଙ୍କ ନିକଟରେ ରହିଛି।
The post ବିଶ୍ବର ସବୁଠୁ ଧନୀ ପରିବାର: ୪୦୦୦ କୋଟିର ଘର, କାର୍ ସଂଖ୍ୟା ଜାରିଲେ ଉଡିଯିବ ହୋଶ୍ appeared first on Dharitri Odia News.