ବିଶ୍ବର ସବୁଠୁ ଧନୀ ରାଜା ଥାଇଲାଣ୍ଡର ମହା ବଜିରଲଙ୍ଗକର୍ନ, ଜାଣନ୍ତୁ ତାଙ୍କର ପଇସା, ପାୱାର ଓ ପର୍ସନାଲ ଲାଇଫ
ଥାଇଲାଣ୍ଡ ୨୨/୦୫: ଦୁନିଆର ସବୁଠାରୁ ଧନୀ ରାଜା । ୩୮ ପ୍ରାଇଭେଟ୍ ଜେଟ୍, ୩ଶହ ଦାମୀ କାର୍, ୫୨ଟି ସୁନାର ନୌକା । ପୁରା ନେଟୱର୍ଥ ୪୩ ବିଲିୟନ ଡଲାର ବା ସାଢେ ୩ଲକ୍ଷ କୋଟିରୁ ଅଧିକ । ଜମା ହୋଇଛି ପଇସାର ପାହାଡ । ସେ ନୁହଁନ୍ତି ସାଉଦି ଆରବର ରାଜା କି ୟୁଏଇର ସୁଲତାନ । ସେ ହେଉଛନ୍ତି ଥାଇଲାଣ୍ଡର ରାଜା ରାମା ଦଶମ । ଅସଲ ନାଁ ତାଙ୍କର କିଙ୍ଗ ମହା ବଜିରଲଙ୍ଗକର୍ନ । ରାଜାଙ୍କ ଜୀବନ କେବଳ କୋଟି କୋଟି ଟଙ୍କାରେ ସୀମିତ ନଥିଲା । ଅନେକ ସ୍କାଣ୍ଡାଲ,ବହୁ ପତ୍ନୀ ଓ କୁକୁର ଫୁ ଫୁ ର କାହାଣୀ ସହ ଥିଲା ଜଡିତ । ଆସନ୍ତୁ ଏ ରିପୋର୍ଟରେ ଜାଣିବା ବିଶ୍ବର ସବୁଠାରୁ ଧନୀ ରାଜା ଥାଇଲାଣ୍ଡର ମହା ବଜିରଲଙ୍ଗକର୍ନଙ୍କ ପଇସା ପାୱାର ଓ ପର୍ସନାଲ ଲାଇଫ । ୧୯୫୨, ୨୮ ଜୁଲାଇ । ଥାଇଲାଣ୍ଡ ବ୍ୟାଙ୍କକରେ ଜନ୍ମ ହୋଇଥିଲେ କିଙ୍ଗ ମହା ବଜିରଲଙ୍ଗକର୍ନ । ତାଙ୍କ ନାଁର ଅର୍ଥ ହେଉଛି ଗହଣା ଓ ବିଜୁଳିର ଚମକରେ ଚମକିବା । ସତସତିକା ତାଙ୍କ ଜୀବନ ମଧ୍ୟ କୌଣସି ବିଜୁଳି ଚମକଠାରୁ କମ୍ ନଥିଲା । । ପିଲାବେଳରୁ ହିଁ ସେ ପ୍ରାଇଭେଟ ସ୍କୁଲରେ ପଢିଥିଲେ । ତା ପରେ ନେଲେ ମିଲିଟାରୀ ଟ୍ରେନିଂ । ଯେଉଁଠି ଶିଖିଥିଲେ ପ୍ଲେନ ଉଡାଇବା ତା ପୁଣି ସିଭିଲ ଓ ମିଲିଟାରୀ ପାଇଲଟ । ୧୯୭୨ରେ ମାତ୍ର ୨୦ ବର୍ଷ ବୟସରେ ତାଙ୍କୁ କରାଯାଇଥିଲା କ୍ରାଉନ ପ୍ରିନ୍ସ ।ସେତେବେଳେ ଲୋକଙ୍କୁ ସନ୍ଦେହ ହୋଇଥିଲା କି କଣ ଇଏ ଦେଶର ଗାଦି ସମ୍ଭାଳି ପାରିବେ । ଏମିତି ଭାବିବାର ମଧ୍ୟ ଯଥେ
ଥାଇଲାଣ୍ଡ ୨୨/୦୫: ଦୁନିଆର ସବୁଠାରୁ ଧନୀ ରାଜା । ୩୮ ପ୍ରାଇଭେଟ୍ ଜେଟ୍, ୩ଶହ ଦାମୀ କାର୍, ୫୨ଟି ସୁନାର ନୌକା । ପୁରା ନେଟୱର୍ଥ ୪୩ ବିଲିୟନ ଡଲାର ବା ସାଢେ ୩ଲକ୍ଷ କୋଟିରୁ ଅଧିକ । ଜମା ହୋଇଛି ପଇସାର ପାହାଡ । ସେ ନୁହଁନ୍ତି ସାଉଦି ଆରବର ରାଜା କି ୟୁଏଇର ସୁଲତାନ । ସେ ହେଉଛନ୍ତି ଥାଇଲାଣ୍ଡର ରାଜା ରାମା ଦଶମ । ଅସଲ ନାଁ ତାଙ୍କର କିଙ୍ଗ ମହା ବଜିରଲଙ୍ଗକର୍ନ । ରାଜାଙ୍କ ଜୀବନ କେବଳ କୋଟି କୋଟି ଟଙ୍କାରେ ସୀମିତ ନଥିଲା । ଅନେକ ସ୍କାଣ୍ଡାଲ,ବହୁ ପତ୍ନୀ ଓ କୁକୁର ଫୁ ଫୁ ର କାହାଣୀ ସହ ଥିଲା ଜଡିତ । ଆସନ୍ତୁ ଏ ରିପୋର୍ଟରେ ଜାଣିବା ବିଶ୍ବର ସବୁଠାରୁ ଧନୀ ରାଜା ଥାଇଲାଣ୍ଡର ମହା ବଜିରଲଙ୍ଗକର୍ନଙ୍କ ପଇସା ପାୱାର ଓ ପର୍ସନାଲ ଲାଇଫ ।

୧୯୫୨, ୨୮ ଜୁଲାଇ । ଥାଇଲାଣ୍ଡ ବ୍ୟାଙ୍କକରେ ଜନ୍ମ ହୋଇଥିଲେ କିଙ୍ଗ ମହା ବଜିରଲଙ୍ଗକର୍ନ । ତାଙ୍କ ନାଁର ଅର୍ଥ ହେଉଛି ଗହଣା ଓ ବିଜୁଳିର ଚମକରେ ଚମକିବା । ସତସତିକା ତାଙ୍କ ଜୀବନ ମଧ୍ୟ କୌଣସି ବିଜୁଳି ଚମକଠାରୁ କମ୍ ନଥିଲା । । ପିଲାବେଳରୁ ହିଁ ସେ ପ୍ରାଇଭେଟ ସ୍କୁଲରେ ପଢିଥିଲେ । ତା ପରେ ନେଲେ ମିଲିଟାରୀ ଟ୍ରେନିଂ । ଯେଉଁଠି ଶିଖିଥିଲେ ପ୍ଲେନ ଉଡାଇବା ତା ପୁଣି ସିଭିଲ ଓ ମିଲିଟାରୀ ପାଇଲଟ । ୧୯୭୨ରେ ମାତ୍ର ୨୦ ବର୍ଷ ବୟସରେ ତାଙ୍କୁ କରାଯାଇଥିଲା କ୍ରାଉନ ପ୍ରିନ୍ସ ।ସେତେବେଳେ ଲୋକଙ୍କୁ ସନ୍ଦେହ ହୋଇଥିଲା କି କଣ ଇଏ ଦେଶର ଗାଦି ସମ୍ଭାଳି ପାରିବେ । ଏମିତି ଭାବିବାର ମଧ୍ୟ ଯଥେଷ୍ଟ କାରଣ ଥିଲା । କାହିଁକି ନା ତାଙ୍କ ନାଁରେ ଥିଲା ଅନେକ ସଂଗୀନ ମାମଲା । ଯେମିତିକି ଜୁଆ ଖେଳିବା, ଅସାମାଜିକ କାମ କରିବା ଓ ଅନେକ ମହିଳାଙ୍କ ସହ ସଂପର୍କ ।

ତେବେ ୨୦୧୯ରେ ପିତା ଭୂମିବଳଙ୍କ ମୃତ୍ୟୁ ପରେ ତାଙ୍କୁ ମିଳିଥିଲା ଥାଇଲାଣ୍ଡର ରାଜଗାଦି । ତାଙ୍କ ଲଭ ଲାଇଫ କୌଣସି ଫିଲ୍ମର କାହାଣୀ ଠାରୁ କମ୍ ନୁହେଁ ।ସେ ୪ ଜଣଙ୍କୁ ବିବାହ କରିଥିଲେ । ଆଉ ୭ଟି ପିଲାର ବାପା ହୋଇଥିଲେ । ୧୯୭୭ରେ ପ୍ରଥମ ବିବାହ ।ସଂପର୍କୀୟ ପ୍ରିନସେସ ସମସାୱାଲିଙ୍କ ହାତ ଧରିଥିଲେ । ବିବାହର ଗୋଟିଏ ବର୍ଷ ପରେ ଝିଅ ଜନ୍ମ ହୋଇଥିଲା । ହେଲେ ସେଥିରେ ତାଙ୍କର ମନ ଲାଗିନଥିଲା । ମନ ଖୋଜିଥିଲା ଆଉ ଜଣଙ୍କୁ । ଆଉ ତାଙ୍କ ନଜର ପଡିଲା ଆକ୍ଟ୍ରେଷ୍ଟ ସୁଜାରିନଙ୍କ ଉପରେ । ୧୯୯୪ରେ ତାଙ୍କୁ ବିବାହ କରିଥିଲେ । ତେବେ ଏ ବାହାଘର ବେଶୀ ବର୍ଷ ତିଷ୍ଠିଥିଲା । ୨୦୦୧ରେ ପୁଣି ରାମା ଏକ୍ସ ଶ୍ରୀରଶ୍ମିଙ୍କୁ ବିବାହ କରିଥିଲେ । ଯିଏ ତାଙ୍କ ମହଲରେ ସେବିକା ଭାବରେ କାମ କରୁଥିଲେ । ୨୦୦୫ରେ ଉଭୟଙ୍କର ଏକ ପୁଅ ହୋଇଥିଲା ଯାହାଙ୍କ ନାଁ ପ୍ରିନ୍ସ ଦୀପାଙ୍ଗକର୍ନ। ଯିଏ ଏବେ ଥାଇଲାଣ୍ଡ ରାଜଗାଦିର ଆଗାମୀ ଦାବିଦାର ।

ତେବେ ୨୦୧୪ରେ ଏ ସଂପର୍କବି ଭାଙ୍ଗିଯାଇଥିଲା । ଶ୍ରୀରଶ୍ମିଙ୍କ ପାଖରୁ ରାଜକୀୟ ସମ୍ମାନ ଛଡାଇ ନିଆଯାଇଥିଲା । କେବଳ ସେତିକି ନୁହେଁ ତାଙ୍କର ବାପା ମାଆ ଓ ୭ଜଣ ସଂପର୍କୀୟଙ୍କୁ ଜେଲ୍ ପଠାଇଦିଆଯାଇଥିଲା ।ଅଭିଯୋଗ ଥିଲା ଏମାନେ ରାଜାଙ୍କ ନାଁର ଅପବ୍ୟବହାର କରୁଛନ୍ତି । ତାଙ୍କ ବାପାମାଆଙ୍କୁ ୨୦ ବର୍ଷ ଓ ଭାଇମାନଙ୍କୁ ସାଢେ ୫ ବର୍ଷ ସଜା ହୋଇଥିଲା । ତା ପରଠୁ ରଶ୍ମିଙ୍କୁ କେହି ପବ୍ଲିକରେ ଦେଖିନାହାନ୍ତି । କୁହାଯାଉଛି କି ସେ ବୌଦ୍ଧ ମୁନି ହୋଇ ନିଜ ଘରେ ବନ୍ଦୀ ଜୀବନ କାଟୁଛନ୍ତି । ପୁଣି ଆସିଲା ରାଜାଙ୍କ ଚତୁର୍ଥ ଆଫେୟାର୍ସ । ୨୦୧୯ରେ ନିଜର ରାଜ୍ୟାଭିଷେକ ଠିକ ପୂର୍ବରୁ ସୁଥିଦାଙ୍କୁ ବିବାହ କରିଥିଲେ ରାଜା । ସୁଥିଦା ପ୍ରଥମେ ଫ୍ଲାଇଟ ଆଟେଣ୍ଡାଣ୍ଟ ଥିଲେ । ପୁଣି ରାଜମହଲ ଗାର୍ଡ ହେଲେ । ତାପରେ ସିଧା ରାଜାଙ୍କ ଚତୁର୍ଥ ରାଣୀ । ଉଭୟଙ୍କ ବାହାଘର ଏବେ ଯାଏ ତିଷ୍ଠି ରହିଛି । ଗତବର୍ଷ ଡିସେମ୍ବର ୨୪ରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା ।

ରାଜାଙ୍କ ପାଖରେ ଜମା ହୋଇଛି ପଇସାର ପାହାଡ ।ତେବେ ଏତେ ଟଙ୍କା ଆସୁଛି କୁଆଡୁ । ସଂପତ୍ତିର ସବୁଠାରୁ ବଡ ସୋର୍ସ ହେଉଛି କ୍ରାଉନ ପ୍ରପର୍ଟି ବ୍ୟୁରୋ । ୟେ ଏମିତି ଏକ ସଂଗଠନ ଯାହା ଥାଇଲାଣ୍ଡର ରାଜାଙ୍କର ଜମି ଓ ସଂପତ୍ତି କଥା ବୁଝୁଥିଲେ ।ଏଥିରେ ୧୬ହଜାର ଏକକରୁ ଅଧିକ ଜମି ରହିଛି । ମାନେ ୬୫ ଲକ୍ଷ ବର୍ଗ ମିଟର । ସେହିପରି ରାଜାଙ୍କ ପାଖରେ ୩୮ଟି ପ୍ରାଇଭେଟ ଜେଟ୍, ୫୨ଟି ସୁନାର ନୌକା ଓ ୩ଶହରୁ ଅଧିକ ଦାମୀ କାର କଲେକ୍ସନ ରହିଛି । ସେ ସବୁବେଳେ ନୂଆ ନୂଆ ମଡେଲ କାର କିଣିବାକୁ ଭଲ ପାଆନ୍ତି । ସବୁ ମିଶାଇ ମୋଟ୍ ସଂପତ୍ତିର ପରିମାଣ ୪୩ ବିଲିୟନ ଡଲାର ବା ସାଢେ ୩ଲକ୍ଷ କୋଟିରୁ ଅଧିକ ।ଏତେ ସଂପତ୍ତିର ମାଲିକ ହୋଇ ନିଜ ନାଁକୁ ଦୁନିଆର ସବୁଠାରୁ ଧନୀ ରାଜା ଲିଷ୍ଟରେ ସାମିଲ କରିପାରିଛନ୍ତି ସେ ।

କିଙ୍ଗ ରାମା ଙ୍କ ନାଁରେ ଆଉ ଗୋଟିଏ କଥା ପାଇଁ ବେଶୀ ଚର୍ଚ୍ଚା ହୁଏ । ସେଇଟା ହେଉଛି ସେ ବେଶୀ ଥାଇଲାଣ୍ଡରେ ନୁହେଁ ଜର୍ମାନୀରେ ରହନ୍ତି । ସେଠାରେ ତାଙ୍କର ୧୧୦ କୋଟିର ସୁନ୍ଦର ମହଲ ରହିଛି । ଯେତେବେଳେ ପୁରା ଦୁନିଆ କରୋନା ସହ ଫାଇଟ କରୁଥିଲା । ରାଜା ନିଜର ୨୦ ପ୍ରେମିକା ସହ ରାଜମହଲରେ ଲକ୍ ହୋଇଯାଇଥିଲେ । ଏହି ଖବର ଜର୍ମାନୀ ଓ ଥାଇଲାଣ୍ଡରେ ହଙ୍ଗାମା କରିଥିଲା ।
କିଙ୍ଗ ରାମା ଦଶମଙ୍କ ଜୀବନର ସବୁଠାରୁ ରୋଚକ କଥା ହେଉଛି ରାଜାଙ୍କର ଏକ ସୁନ୍ଦର ପାଳିତ କୁକୁର ଥିଲା । ନାଁ ଥିଲା ଫୁ ଫୁ.. । ରାଜା ଏହି କୁକୁରକୁ ଏୟାର ଚିଫ ମାର୍ଶଲର ରାଙ୍କ ଦେଇଦେଇଥିଲେ । ଯେତେବେଳେ ଫୁ ଫୁର ମୃତ୍ୟୁ ହୋଇଥିଲା ୪ ଦିନ ଯାଏ ଶୋକ ମନାଯାଇଥିଲା ।