ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ, ଖପୁରିଆ କରତ କଳରେ ରଥକାଠ ଚିରଟ ଅନୁକୂଳ

କଟକ ୧୭।୪:  ପବିତ୍ର ଶ୍ରୀରାମ ନବମୀରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । କଟକ ଖପୁରିଆ ଠାରେ ଥିବା ସରକାରୀ କରତ କଳରେ ବୁଧବାର ରଥ ନିର୍ମାଣ ପାଇଁ ରଥକାଠ ଚିରଟ କାର୍ଯ୍ୟର ଅନୁକୂଳ କରାଯାଇଛି । ଏହି କାର୍ଯ୍ୟ ପାଇଁ ପୁରୀରୁ ମହାରଣା ସେବାୟତ ଓ ମନ୍ଦିର ପ୍ରଶାସନ ଓ ସେବାୟତ ଦଳ ଆଜ୍ଞା ମାଳ ନେଇ ଆସି ସରକାରୀ କରତ କଳରେ ପହଞ୍ଚିଥିଲେ। ଆଜ୍ଞାମାଳକୁ କଟକରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବା ସହ କୀର୍ତ୍ତନ କରି ପାଛୋଟି ନିଆଯାଇଥିଲା। ଏହାପରେ ପୂର୍ବ ନିର୍ଦ୍ଧାରିତ ପୂଜାର୍ଚ୍ଚନା କରାଯିବା ସହ କାଠ ଗଣ୍ଡି ଚିରଟ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ତେବେ ରଥ ନିର୍ମାଣ ପାଇଁ ଧୌରା, ଅସନ, ଫାଶୀ କାଠ ଲାଗୁଥିବା ବେଳେ ପାଖାପାଖି ୯ ହଜାର ସିଫ୍ଟ କାଠ ଲାଗିବ। ନିର୍ଦ୍ଧାରିତ ସମୟ ପୂର୍ବରୁ କାଠ କୁ ପୁରୀ ପହଞ୍ଚାଇବା ଲକ୍ଷ୍ୟ ରଖିଛନ୍ତି ସମସ୍ତେ । You Can Read :ଡିଲ୍ ବେଳେ ୪୫ ଗ୍ରାମ୍ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ, ଖପୁରିଆ କରତ କଳରେ ରଥକାଠ ଚିରଟ ଅନୁକୂଳ

କଟକ ୧୭।୪:  ପବିତ୍ର ଶ୍ରୀରାମ ନବମୀରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । କଟକ ଖପୁରିଆ ଠାରେ ଥିବା ସରକାରୀ କରତ କଳରେ ବୁଧବାର ରଥ ନିର୍ମାଣ ପାଇଁ ରଥକାଠ ଚିରଟ କାର୍ଯ୍ୟର ଅନୁକୂଳ କରାଯାଇଛି । 

ଏହି କାର୍ଯ୍ୟ ପାଇଁ ପୁରୀରୁ ମହାରଣା ସେବାୟତ ଓ ମନ୍ଦିର ପ୍ରଶାସନ ଓ ସେବାୟତ ଦଳ ଆଜ୍ଞା ମାଳ ନେଇ ଆସି ସରକାରୀ କରତ କଳରେ ପହଞ୍ଚିଥିଲେ। ଆଜ୍ଞାମାଳକୁ କଟକରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବା ସହ କୀର୍ତ୍ତନ କରି ପାଛୋଟି ନିଆଯାଇଥିଲା। ଏହାପରେ ପୂର୍ବ ନିର୍ଦ୍ଧାରିତ ପୂଜାର୍ଚ୍ଚନା କରାଯିବା ସହ କାଠ ଗଣ୍ଡି ଚିରଟ କାର୍ଯ୍ୟ ଆରମ୍ଭ କରାଯାଇଥିଲା । 

ତେବେ ରଥ ନିର୍ମାଣ ପାଇଁ ଧୌରା, ଅସନ, ଫାଶୀ କାଠ ଲାଗୁଥିବା ବେଳେ ପାଖାପାଖି ୯ ହଜାର ସିଫ୍ଟ କାଠ ଲାଗିବ। ନିର୍ଦ୍ଧାରିତ ସମୟ ପୂର୍ବରୁ କାଠ କୁ ପୁରୀ ପହଞ୍ଚାଇବା ଲକ୍ଷ୍ୟ ରଖିଛନ୍ତି ସମସ୍ତେ । 

You Can Read :

ଡିଲ୍ ବେଳେ ୪୫ ଗ୍ରାମ୍ ବ୍ରାଉନ ସୁଗାର ଜବତ, ଜଣେ ଗିରଫ