ବିଶ୍ଵର ସର୍ବାଧିକ ଥର ଗିରଫ ବ୍ୟକ୍ତିଙ୍କ ମୃତ୍ୟୁ, ଜେଲ୍‌ରେ ବିତିଛି ୬୦୦୦ରୁ ଅଧିକ ଦିନ

ନୂଆଦିଲ୍ଲୀ ୨୬।୦୫: ଆମେରିକାର କେଣ୍ଟୁକି ବାସିନ୍ଦା ଜଣେ ବ୍ୟକ୍ତି ଜୀବନକାଳ  ଭିତରେ ୧୩୦୦ରୁ ଅଧିକ ଥର ଗିରଫ ହୋଇଛନ୍ତି ।  ହଁ, ବିଶ୍ୱାସ ନ ହେଲେ ବି ଏହା ସତ । ସର୍ବାଧିକ ଥର  ଗିରଫ ହୋଇ ଘରେ ଘରେ ପରିଚିତି ପାଇଥିବା ଏହି ବ୍ୟକ୍ତିଙ୍କର ୭୪ ବର୍ଷ ବୟସରେ ମୃତ୍ୟୁ ହୋଇଛି । ବିଶ୍ୱର  ସର୍ବାଧିକ ଗିରଫ ବ୍ୟକ୍ତି ଭାବେ ସମଗ୍ର ଆମେରିକାରେ ଲୋକପ୍ରିୟ ଥିଲେ ହେନରି ଅର୍ଲ । ଗତ ଗୁରୁବାର  ମଧ୍ୟାହ୍ନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।  ଓୱେନଟନ୍‌ ସମାଧିସ୍ଥଳରେ ତାଙ୍କ ମରଶରୀରକୁ ସମାଧି  ଦିଆଯାଇଥିଲା । ତେବେ ହେନରିଙ୍କ ପରିବାର ନ ଥିବାରୁ  ଓୱେନଟନ୍‌ ସ୍ୱାସ୍ଥ୍ୟସେବା ଓ ପୁନର୍ବାସ କେନ୍ଦ୍ରର କର୍ମୀଙ୍କ   ଦ୍ୱାରା ତାଙ୍କର ଶେଷକୃତ୍ୟ ହୋଇଥିଲା । କାରଣ ହେନରି  ଜୀବନର ଶେଷ ସମୟ ସେଠାରେ ବିତାଇଥିଲେ । ଲେକ୍ସିଙ୍ଗଟନ୍‌ର କ୍ୟାଥୋଲିକ ଆକ୍ସନ୍‌ ସେଣ୍ଟର ପ୍ରତିଷ୍ଠାତା  ଗିନ୍ନି ରାମ୍‌ସି କହିଛନ୍ତି, ସେ ଜଣେ ନିଆରା ଚରିତ୍ରର  ବ୍ୟକ୍ତି ଥିଲେ। ହାସ୍ୟରସ ଉପରେ ତାଙ୍କର ଖୁବ୍‌  ଧାରଣା ଥିଲା । ସ୍ଥାନୀୟ ଗଣମାଧ୍ୟମ ତାଙ୍କୁ ‘ବିଲଭ୍‌ଡ  ଭାଗାବଣ୍ଡ୍‌’ ବା ପ୍ରିୟ ଯାଯାବର ଭାବେ ସମ୍ବୋଧନ  କରିଛନ୍ତି । ୧୯୯୨ ମସିହାଠୁ ଲେକ୍ସିଙ୍ଗଟନ୍‌ ଫାୟେଟି  ଅର୍ବାନ କାଉଣ୍ଟିର ଡିଭିଜନ୍‌ ଅଫ୍‌ କମ୍ୟୁନିଟି କରେକ୍ସନ୍ସର  ତଥ୍ୟ ଅନୁସାରେ, ହେନରି ୧୩୦୦ରୁ ଅଧିକ ଥର  ଗିରଫ ହୋଇଥିଲେ । ତେବେ ସ୍ମୋକିଂ ଗନ୍‌ ନାମକ  ଗଣମାଧ୍ୟମର ରିପୋର୍ଟ

ବିଶ୍ଵର ସର୍ବାଧିକ ଥର ଗିରଫ ବ୍ୟକ୍ତିଙ୍କ ମୃତ୍ୟୁ, ଜେଲ୍‌ରେ ବିତିଛି ୬୦୦୦ରୁ ଅଧିକ ଦିନ

ନୂଆଦିଲ୍ଲୀ ୨୬।୦୫: ଆମେରିକାର କେଣ୍ଟୁକି ବାସିନ୍ଦା ଜଣେ ବ୍ୟକ୍ତି ଜୀବନକାଳ  ଭିତରେ ୧୩୦୦ରୁ ଅଧିକ ଥର ଗିରଫ ହୋଇଛନ୍ତି ।  ହଁ, ବିଶ୍ୱାସ ନ ହେଲେ ବି ଏହା ସତ । ସର୍ବାଧିକ ଥର  ଗିରଫ ହୋଇ ଘରେ ଘରେ ପରିଚିତି ପାଇଥିବା ଏହି ବ୍ୟକ୍ତିଙ୍କର ୭୪ ବର୍ଷ ବୟସରେ ମୃତ୍ୟୁ ହୋଇଛି । ବିଶ୍ୱର  ସର୍ବାଧିକ ଗିରଫ ବ୍ୟକ୍ତି ଭାବେ ସମଗ୍ର ଆମେରିକାରେ ଲୋକପ୍ରିୟ ଥିଲେ ହେନରି ଅର୍ଲ । ଗତ ଗୁରୁବାର  ମଧ୍ୟାହ୍ନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।  ଓୱେନଟନ୍‌ ସମାଧିସ୍ଥଳରେ ତାଙ୍କ ମରଶରୀରକୁ ସମାଧି  ଦିଆଯାଇଥିଲା । ତେବେ ହେନରିଙ୍କ ପରିବାର ନ ଥିବାରୁ  ଓୱେନଟନ୍‌ ସ୍ୱାସ୍ଥ୍ୟସେବା ଓ ପୁନର୍ବାସ କେନ୍ଦ୍ରର କର୍ମୀଙ୍କ   ଦ୍ୱାରା ତାଙ୍କର ଶେଷକୃତ୍ୟ ହୋଇଥିଲା । କାରଣ ହେନରି  ଜୀବନର ଶେଷ ସମୟ ସେଠାରେ ବିତାଇଥିଲେ । 

ଲେକ୍ସିଙ୍ଗଟନ୍‌ର କ୍ୟାଥୋଲିକ ଆକ୍ସନ୍‌ ସେଣ୍ଟର ପ୍ରତିଷ୍ଠାତା  ଗିନ୍ନି ରାମ୍‌ସି କହିଛନ୍ତି, ସେ ଜଣେ ନିଆରା ଚରିତ୍ରର  ବ୍ୟକ୍ତି ଥିଲେ। ହାସ୍ୟରସ ଉପରେ ତାଙ୍କର ଖୁବ୍‌  ଧାରଣା ଥିଲା । ସ୍ଥାନୀୟ ଗଣମାଧ୍ୟମ ତାଙ୍କୁ ‘ବିଲଭ୍‌ଡ  ଭାଗାବଣ୍ଡ୍‌’ ବା ପ୍ରିୟ ଯାଯାବର ଭାବେ ସମ୍ବୋଧନ  କରିଛନ୍ତି । ୧୯୯୨ ମସିହାଠୁ ଲେକ୍ସିଙ୍ଗଟନ୍‌ ଫାୟେଟି  ଅର୍ବାନ କାଉଣ୍ଟିର ଡିଭିଜନ୍‌ ଅଫ୍‌ କମ୍ୟୁନିଟି କରେକ୍ସନ୍ସର  ତଥ୍ୟ ଅନୁସାରେ, ହେନରି ୧୩୦୦ରୁ ଅଧିକ ଥର  ଗିରଫ ହୋଇଥିଲେ । ତେବେ ସ୍ମୋକିଂ ଗନ୍‌ ନାମକ  ଗଣମାଧ୍ୟମର ରିପୋର୍ଟ ଅନୁସାରେ, ହେନରି ୫ ଦଶନ୍ଧି   ମଧ୍ୟରେ ୧୫୦୦ରୁ ଅଧିକ ଥର ଗିରଫ ହୋଇଥିଲେ । ହେନରିଙ୍କୁ ୧୮ ବର୍ଷ ବୟସ ବେଳେ ତାଙ୍କୁ ପୋଷ୍ୟ  କରିଥିବା ମା’ଙ୍କ ମୃତ୍ୟୁ ହୋଇଥିଲା । ତା’ପରେ ସେ  ମଦ୍ୟପାନ ଆରମ୍ଭ କରିଥିଲେ । ୧୯୬୭ ମସିହାରେ  ଏକ ମୋଟେଲରେ ଜଣେ ବସ୍‌ବୟ ଭାବେ ଥରେ  କାମ କରିବା ବ୍ୟତୀତ ହେନରି ଆଉ କେବେ କୌଣସି  ଚାକିରି କରିନଥିଲେ । ମଦ୍ୟପାନ ଯୋଗୁ ତାଙ୍କୁ ଉକ୍ତ  ଚାକିରିରୁ ବିଦା କରାଯାଇଥିଲା । 

୧୯୭୦ ମସିହା,  ଜୁଲାଇରେ ଫାୟେଟି କାଉଣ୍ଟିରେ ପ୍ରଥମ ଥର ସେ  ଗିରଫ ହୋଇଥିଲେ । ୨୦ ବର୍ଷ ବୟସରେ ଅବୈଧ ଅସ୍ତ୍ର  ରଖିବା ପାଇଁ ତାଙ୍କୁ ଗିରଫ କରାଯାଇଥିଲା । ତା’ପରଠୁ  ହେନରି ୬ ହଜାର ଦିନରୁ ଅଧିକ ସମୟ ଜେଲରେ  ବିତାଇଥିଲେ । ୨୦୦୮ ମସିହାରେ ମଦ ନିଶାରେ  ଜଣଙ୍କ ଘର ସାମ୍ନାରେ ଯିବା ସମୟରେ ୧୦୦୦ତମ  ଥର ସେ ଗିରଫ ହୋଇଥିଲେ । ପୁନର୍ବାସ କେନ୍ଦ୍ରରେ  ୪ ମାସ ରହିବା ପରେ ତାଙ୍କୁ ପୁଣି ଥରେ ଗିରଫ  କରାଯାଇଥିଲା । ୨୦୧୭, ଏପ୍ରିଲରେ ସର୍ବସାଧାରଣ   ସ୍ଥାନରେ ମାଦକ ଦ୍ରବ୍ୟ ଖାଇବା ଯୋଗୁ ତାଙ୍କୁ ଶେଷ  ଥର ଗିରଫ କରାଯାଇଥିଲା । ଲୋକଙ୍କ ମତରେ ସେ  ଜଣେ ଚମତ୍କାର ଓ ଖୋଲା ହୃଦୟର ବ୍ୟକ୍ତି ଥିଲେ ।  ଲେକ୍ସିଙ୍ଗଟନ୍‌ କମ୍ୟୁନିଟିରେ ସେ ଖୁବ୍‌ ପରିଚିତ ଥିଲେ ।  ୟୁନିଭର୍ସିଟି ଅଫ୍‌ କେଣ୍ଟୁକି କଲେଜର ବିଦ୍ୟାର୍ଥୀମାନେ  ତାଙ୍କୁ ମଦ ଯୋଗାଉଥିଲେ । ତାଙ୍କୁ ‘ଜେମ୍ସ ବ୍ରାଉନ୍‌’  ନାଁରେ ସମ୍ବୋଧନ କରିବାକୁ ସେ ଲୋକଙ୍କୁ କହୁଥିଲେ ।