ବିଶ୍ୱ ଋତୁସ୍ରାବ ଦିବସ ପାଳନ
ଫୁଲବାଣୀ: ଆଇଟିଆଇ କଲେଜ ଠାରେ ବିଶ୍ୱ ଋତୁସ୍ରାବ ଦିବସ ପାଳନ କରାଯାଇଛି। ଆଇନା ଅନୁଷ୍ଠାନ ଦ୍ୱାରା ଏହି କାର୍ୟ୍ୟକ୍ରମ ଆୟୋଜନ ହୋଇଥିଲା। ପ୍ରୋଗ୍ରାମ ମ୍ୟାନେଜର କଳ୍ପନା ମହାନ୍ତି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ଓ କନ୍ଧମାଳରେ ଝିଅ ଓ ମହିଳାଙ୍କ ବର୍ତ୍ତମାନର ସ୍ଥିତି ଉପରେ ଆଲୋଚନା କରିଥିଲେ। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମୁଖ୍ୟ ଡାକ୍ତରଖାନାର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସମର୍ପିତାଙ୍କ ସହିତ ଧର୍ମେନ୍ଦ୍ର ତାଣ୍ଡି, ପୋଲିସ ବିଭାଗର ଫାର୍ମାସିଷ୍ଟ ସୂର୍ୟ୍ୟ ନାରାୟଣ ମିଶ୍ର, ଆଇ. […]

ଫୁଲବାଣୀ: ଆଇଟିଆଇ କଲେଜ ଠାରେ ବିଶ୍ୱ ଋତୁସ୍ରାବ ଦିବସ ପାଳନ କରାଯାଇଛି। ଆଇନା ଅନୁଷ୍ଠାନ ଦ୍ୱାରା ଏହି କାର୍ୟ୍ୟକ୍ରମ ଆୟୋଜନ ହୋଇଥିଲା। ପ୍ରୋଗ୍ରାମ ମ୍ୟାନେଜର କଳ୍ପନା ମହାନ୍ତି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ଓ କନ୍ଧମାଳରେ ଝିଅ ଓ ମହିଳାଙ୍କ ବର୍ତ୍ତମାନର ସ୍ଥିତି ଉପରେ ଆଲୋଚନା କରିଥିଲେ। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମୁଖ୍ୟ ଡାକ୍ତରଖାନାର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସମର୍ପିତାଙ୍କ ସହିତ ଧର୍ମେନ୍ଦ୍ର ତାଣ୍ଡି, ପୋଲିସ ବିଭାଗର ଫାର୍ମାସିଷ୍ଟ ସୂର୍ୟ୍ୟ ନାରାୟଣ ମିଶ୍ର, ଆଇ. ଟି. ଆଇର ଦେବାଶିଷ ନାୟକ ଓ ପି.ସି.ଆଇର ଜିଲ୍ଲା ସଂଯୋଜିକା ସୁପ୍ରଭା ପ୍ରଧାନ ଯୋଗଦେଇ ଥିଲେ। ଡାକ୍ତର ସମର୍ପିତା ଋତୁସ୍ରାବର କାରଣ, ଶରୀର ଉପରେ ପ୍ରଭାବ, ଯୌନରୋଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ। କିଶୋରୀ ବାଳିକା ମାନଙ୍କ ସ୍ୱାସ୍ଥ୍ୟ ଉପରେ ଶ୍ରୀଯୁକ୍ତ ତାଣ୍ଡି ଓ ଜଳବାୟୁ ପରିବର୍ତ୍ତନ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଇଥାଏ ଏହା ଉପରେ ସୁପ୍ରଭା ପ୍ରଧାନ ଆଲୋଚନା କରିଥିଲେ। କମ ବୟସରେ ମାତୃତ୍ୱର ଶରୀର ଉପରେ ପ୍ରଭାବ ଓ ସଚେତନତା ଉପରେ ଶ୍ରୀ ମିଶ୍ର ସମ୍ୟକ ବାର୍ତ୍ତା ଦେଇଥିଲେ।