ବିଶ୍ୱ କ୍ରିକେଟ ଉପରେ ଏବେ ରାଜ କରିବେ ଜୟ ଶାହ, ନିର୍ବିରୋଧରେ ICC ଅଧ୍ୟକ୍ଷ ନିର୍ବାଚିତ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟକୁ ସଫଳତାର ନୂଆ ଶିଖରରେ ପହଞ୍ଚାଇବା ପରେ ବିସିସିଆଇ ସଚିବ ଜୟ ଶାହ ଏବେ ନୂଆ ଦାୟିତ୍ୱ ସମ୍ଭାଳିବେ । ଜୟ ଶାହ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ (ଆଇସିସି)ର ପରବର୍ତ୍ତୀ ଅଧ୍ୟୟ ରୂପେ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି । ଏହାପରେ ପୁଣି ଥରେ ବିଶ୍ୱ କ୍ରିକେଟରେ ଭାରତୀୟଙ୍କ ରାଜ୍ ରହିବ । ୨୦୨୪ ଡିସେମ୍ୱର ୧ରେ ଜୟ ଶାହ ଆଇସିସି ଅଧ୍ୟକ୍ଷ ଭାବେ ଗ୍ରେଗ୍ ୱାର୍କଲଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ । ଗ୍ରେଗ୍ଙ୍କ କାର୍ଯ୍ୟକାଳ ନଭେମ୍ୱର ୩୦ରେ ଶେଷ ହେବ । ଜୟ ଶାହ ଆଇସିସି ଚେୟାରମ୍ୟାନ ନିର୍ବାଚିତ ହେବା ସହ ଇତିହାସ ରଚିଛନ୍ତି । ଏହି ପଦରେ ବସିବାରେ ସେ ହେଉଛନ୍ତି ସବୁଠୁ ଯୁବ ।Jay Shah has been elected unopposed as the next Independent Chair of the ICC.https://t.co/Len6DO9xlE— ICC (@ICC) August 27, 2024ଆଇସିସିରେ ପୁଣି ଥରେ ଭାରତର ଦବଦବା ବଢିଛି । ଆଇସିସି ଅଧ୍ୟକ୍ଷ ହେବାରେ ଜୟ ଶାହ ହେଉଛନ୍ତି ପଞ୍ଚମ ଭାରତୀୟ । ତାଙ୍କ ପୂର୍ବରୁ ଜଗମୋହନ ଡାଲମିଆ (୧୯୯୭-୨୦୦୦) , ଶରଦ ପାୱାର (୨୦୧୦-୨୦୧୨), ଏନ୍. ଶ୍ରୀନିବାସନ୍ (୨୦୧୪-୨୦୧୫), ଶଶାଙ୍କ ମନୋହର (୨୦୧୫-୨୦୨୦) ଆଇସିସି ଅଧ୍ୟକ୍ଷ ହୋଇଥିଲେ । କୁହାଯାଉଛି ଯେ ଜୟ ଶାହଙ୍କୁ ଆଇସିସି ବୋର୍ଡର ୧୬ ଜଣଙ୍କ ମଧ୍ୟରୁ ୧୫ ଜଣଙ୍କ ସମର୍ଥନ ରହିଛି । ମଙ୍ଗଳବାର (ଅଗଷ୍ଟ ୨୭) ଆଇସିସି ଅଧ୍ୟକ୍ଷ ପାଇଁ ନାମାଙ୍କନ ଦାଖଲର ଶେ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟକୁ ସଫଳତାର ନୂଆ ଶିଖରରେ ପହଞ୍ଚାଇବା ପରେ ବିସିସିଆଇ ସଚିବ ଜୟ ଶାହ ଏବେ ନୂଆ ଦାୟିତ୍ୱ ସମ୍ଭାଳିବେ । ଜୟ ଶାହ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ (ଆଇସିସି)ର ପରବର୍ତ୍ତୀ ଅଧ୍ୟୟ ରୂପେ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି । ଏହାପରେ ପୁଣି ଥରେ ବିଶ୍ୱ କ୍ରିକେଟରେ ଭାରତୀୟଙ୍କ ରାଜ୍ ରହିବ । ୨୦୨୪ ଡିସେମ୍ୱର ୧ରେ ଜୟ ଶାହ ଆଇସିସି ଅଧ୍ୟକ୍ଷ ଭାବେ ଗ୍ରେଗ୍ ୱାର୍କଲଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ । ଗ୍ରେଗ୍ଙ୍କ କାର୍ଯ୍ୟକାଳ ନଭେମ୍ୱର ୩୦ରେ ଶେଷ ହେବ । ଜୟ ଶାହ ଆଇସିସି ଚେୟାରମ୍ୟାନ ନିର୍ବାଚିତ ହେବା ସହ ଇତିହାସ ରଚିଛନ୍ତି । ଏହି ପଦରେ ବସିବାରେ ସେ ହେଉଛନ୍ତି ସବୁଠୁ ଯୁବ ।
Jay Shah has been elected unopposed as the next Independent Chair of the ICC.https://t.co/Len6DO9xlE— ICC (@ICC) August 27, 2024
ଆଇସିସିରେ ପୁଣି ଥରେ ଭାରତର ଦବଦବା ବଢିଛି । ଆଇସିସି ଅଧ୍ୟକ୍ଷ ହେବାରେ ଜୟ ଶାହ ହେଉଛନ୍ତି ପଞ୍ଚମ ଭାରତୀୟ । ତାଙ୍କ ପୂର୍ବରୁ ଜଗମୋହନ ଡାଲମିଆ (୧୯୯୭-୨୦୦୦) , ଶରଦ ପାୱାର (୨୦୧୦-୨୦୧୨), ଏନ୍. ଶ୍ରୀନିବାସନ୍ (୨୦୧୪-୨୦୧୫), ଶଶାଙ୍କ ମନୋହର (୨୦୧୫-୨୦୨୦) ଆଇସିସି ଅଧ୍ୟକ୍ଷ ହୋଇଥିଲେ । କୁହାଯାଉଛି ଯେ ଜୟ ଶାହଙ୍କୁ ଆଇସିସି ବୋର୍ଡର ୧୬ ଜଣଙ୍କ ମଧ୍ୟରୁ ୧୫ ଜଣଙ୍କ ସମର୍ଥନ ରହିଛି । ମଙ୍ଗଳବାର (ଅଗଷ୍ଟ ୨୭) ଆଇସିସି ଅଧ୍ୟକ୍ଷ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଥିଲା । ତେବେ ଅନ୍ୟ କେହି ଏହି ପଦ ପାଇଁ ଆବେଦନ କରିନଥିଲେ । ଆଇସିସି ଅଧ୍ୟକ୍ଷ ଦୁଇ-ଦୁଇ ବର୍ଷରେ ତିନି କାର୍ଯ୍ୟକାଳ (୬ ବର୍ଷ) ପାଇଁ ଯୋଗ୍ୟ ହୋଇଥାନ୍ତି । ନ୍ୟୁଜିଲାଣ୍ଡର ୱାର୍କଲେ ଏବେ ସୁଦ୍ଧା ଚାରି ବର୍ଷ କାର୍ଯ୍ୟକାଳ ପୂରଣ କରିସାରିଛନ୍ତି ।
ଶାହ ଆଇସିସି ବୋର୍ଡରେ ସବୁଠୁ ପ୍ରଭାବଶାଳୀ ଚେହାର ମଧ୍ୟରୁ ଜଣେ । ସେ ବର୍ତ୍ତମାନ ସମୟରେ ଆଇସିସିର ଶକ୍ତିଶାଳୀ ଅର୍ଥ ଏବଂ ବାଣିଜ୍ୟିକ ମାମଲାର ଉପ-ସମିତି ମୁଖ୍ୟ ଅଛନ୍ତି । ବିସିସିଆଇ ସଚିବ ଭାବେ ଜୟ ଶାହଙ୍କ ଆହୁରି ଗୋଟିଏ ବର୍ଷ କାର୍ଯ୍ୟକାଳ ରହିଛି । ବିସିସିଆଇକୁ ଫେରିବା ପାଇଁ ବାଧ୍ୟତାମୂଳକ ତିନି ବର୍ଷର କୁଲିଂ ଅଫ୍ ପିରିୟଡ ୨୦୨୫ ଅକ୍ଟୋବରରୁ ଶାହଙ୍କ ପାଇଁ ଆରମ୍ଭ ହେବ । ସୁପ୍ରିମକୋର୍ଟଙ୍କ ଦ୍ୱାରା ଅନୁମୋଦିତ ବିସିସିଆଇ ସମ୍ୱିଧାନ ଅନୁସାରେ କୌଣସି ପଦାଧିକାରୀ ତିନି ବର୍ଷର କୁଲିଂ ଅଫ୍ ପିରିୟଡ ଅବଧି ପୂର୍ବରୁ ଛଅ ବର୍ଷ ଯାଏ ପଦରେ ରହିପାରିବେ । ମୋଟ ଉପରେ ଜଣେ ମୋଟ ୧୮ ବର୍ଷ ଯାଏ ଏହି ପଦରେ ରହିପାରିବ-ରାଜ୍ୟ ସଂଘରେ ନଅ ବର୍ଷ ଏବଂ ବିସିସିଆଇରେ ନଅ ବର୍ଷ । ଆଇସିସିକୁ ଯିବା ପରେ ଶାହଙ୍କ ପାଖରେ ବିସିସିଆଇରେ ୪ ବର୍ଷ ଦାୟିତ୍ୱ ନେବାର ସମୟ ରହିବ ।