ବିଶ୍ୱ ତମାଖୁ ନିରୋଧ ଦିବସ, ଚଳିତ ବର୍ଷ ଏହି ଥିମ୍‌ରେ କରାଯାଉଛି ପାଳନ

ନୂଆଦିଲ୍ଲୀ ୩୧।୦୫: ତମାଖୁ ସେବନ  ଯୋଗୁ ହେଉଥିବା   କ୍ଷତି ବିଷୟରେ  ସଚେତନତା ସୃଷ୍ଟି  ଲାଗି ପ୍ରତି ବର୍ଷ  ମେ ୩୧ ତାରିଖରେ   ପାଳିତ ହୁଏ।  ବିଶ୍ୱ ତମାଖୁ ନିରୋଧ   ଦିବସ । ତମାଖୁ ସେବନ ଲାଗି ପ୍ରତି ବର୍ଷ ୮୦ ଲକ୍ଷରୁ ଅଧିକ  ଲୋକ ପ୍ରାଣ ହରାଉଛନ୍ତି । ମାନବଜାତି ପାଇଁ ଏହା ଯେତିକି  କ୍ଷତିକାରକ, ପରିବେଶ ପାଇଁ ମଧ୍ୟ ସେତିକି ବିପଦପୂର୍ଣ୍ଣ ।   ୨୦୩୦ ପର୍ଯ୍ୟନ୍ତ ଜାତିସଂଘ ଆପଣେଇଥିବା ନିରନ୍ତର   ବିକାଶ ଏଜେଣ୍ଡା ପ୍ରୟାସ ଉପରେ ପ୍ରଭାବ ପକାଉଥିବା  କାରକ ମଧ୍ୟରେ ତମାଖୁ ସେବନ ଅନ୍ୟତମ ।ତମାଖୁ ସେବନ କରିବା ଦ୍ଵାରା ହୃଦରୋଗ ହୁଏ ନୁହେଁ ଏହା ଦ୍ୱାରା ମଧୁମେୟ, ମସ୍ତିଷ୍କଘାତ, ଶ୍ୱାସଜନିତ ରୋଗ ଭଳି ଅନେକ ରୋଗ ହୋଇଥାଏ । ତେବେ ଚଳିତ ବର୍ଷର ବିଷୟବସ୍ତ ହେଉଛି ତମାକୁ ମୁକ୍ତ ଶୈଶବ । ଏହାର ଅର୍ଥ ଶିଶୁଙ୍କୁ ତମାକୁଠୁ ଦୂରେଇ ରଖିବା । ୨୦୩୦   ବେଳକୁ ତମାଖୁ ସେବନ ଜନିତ ଏକ ତୃତୀୟାଂଶ ମୃତ୍ୟୁ   ହ୍ରାସ କରିବା ଜାତିସଂଘର ଲକ୍ଷ୍ୟ । ୧୯୮୭ ମସିହାରେ ବିଶ୍ୱ  ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ ରାଷ୍ଟ୍ରମାନେ ବିଶ୍ୱ ତମାଖୁ ନିରୋଧ  ଦିବସ ପାଳନ ପାଇଁ ରାଜି ହୋଇଥିଲେ । ସେବେଠାରୁ ପ୍ରତି  ବର୍ଷ ନୂଆ ବିଷୟ ଆଧାରରେ ଏହି ଦିବସ ପାଳିତ ହେଉଛି ।  ଚଳିତ ବର୍ଷ ଏହି ଦିବସର ବିଷୟ ରହିଛି ‘ତମାଖୁ ଶିଳ୍ପର  ହସ୍ତକ୍ଷେପରୁ ପିଲାଙ୍କୁ ସୁରକ୍ଷା ଦେବା ।

ବିଶ୍ୱ ତମାଖୁ ନିରୋଧ ଦିବସ, ଚଳିତ ବର୍ଷ ଏହି ଥିମ୍‌ରେ କରାଯାଉଛି ପାଳନ

ନୂଆଦିଲ୍ଲୀ ୩୧।୦୫: ତମାଖୁ ସେବନ  ଯୋଗୁ ହେଉଥିବା   କ୍ଷତି ବିଷୟରେ  ସଚେତନତା ସୃଷ୍ଟି  ଲାଗି ପ୍ରତି ବର୍ଷ  ମେ ୩୧ ତାରିଖରେ   ପାଳିତ ହୁଏ।  ବିଶ୍ୱ ତମାଖୁ ନିରୋଧ   ଦିବସ । ତମାଖୁ ସେବନ ଲାଗି ପ୍ରତି ବର୍ଷ ୮୦ ଲକ୍ଷରୁ ଅଧିକ  ଲୋକ ପ୍ରାଣ ହରାଉଛନ୍ତି । ମାନବଜାତି ପାଇଁ ଏହା ଯେତିକି  କ୍ଷତିକାରକ, ପରିବେଶ ପାଇଁ ମଧ୍ୟ ସେତିକି ବିପଦପୂର୍ଣ୍ଣ ।   ୨୦୩୦ ପର୍ଯ୍ୟନ୍ତ ଜାତିସଂଘ ଆପଣେଇଥିବା ନିରନ୍ତର   ବିକାଶ ଏଜେଣ୍ଡା ପ୍ରୟାସ ଉପରେ ପ୍ରଭାବ ପକାଉଥିବା  କାରକ ମଧ୍ୟରେ ତମାଖୁ ସେବନ ଅନ୍ୟତମ ।

ତମାଖୁ ସେବନ କରିବା ଦ୍ଵାରା ହୃଦରୋଗ ହୁଏ ନୁହେଁ ଏହା ଦ୍ୱାରା ମଧୁମେୟ, ମସ୍ତିଷ୍କଘାତ, ଶ୍ୱାସଜନିତ ରୋଗ ଭଳି ଅନେକ ରୋଗ ହୋଇଥାଏ । ତେବେ ଚଳିତ ବର୍ଷର ବିଷୟବସ୍ତ ହେଉଛି ତମାକୁ ମୁକ୍ତ ଶୈଶବ । ଏହାର ଅର୍ଥ ଶିଶୁଙ୍କୁ ତମାକୁଠୁ ଦୂରେଇ ରଖିବା । 

୨୦୩୦   ବେଳକୁ ତମାଖୁ ସେବନ ଜନିତ ଏକ ତୃତୀୟାଂଶ ମୃତ୍ୟୁ   ହ୍ରାସ କରିବା ଜାତିସଂଘର ଲକ୍ଷ୍ୟ । ୧୯୮୭ ମସିହାରେ ବିଶ୍ୱ  ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ ରାଷ୍ଟ୍ରମାନେ ବିଶ୍ୱ ତମାଖୁ ନିରୋଧ  ଦିବସ ପାଳନ ପାଇଁ ରାଜି ହୋଇଥିଲେ । ସେବେଠାରୁ ପ୍ରତି  ବର୍ଷ ନୂଆ ବିଷୟ ଆଧାରରେ ଏହି ଦିବସ ପାଳିତ ହେଉଛି ।  ଚଳିତ ବର୍ଷ ଏହି ଦିବସର ବିଷୟ ରହିଛି ‘ତମାଖୁ ଶିଳ୍ପର  ହସ୍ତକ୍ଷେପରୁ ପିଲାଙ୍କୁ ସୁରକ୍ଷା ଦେବା ।